ସ୍ଥାୟୀ ଦରମା ଦାବୀ ରେ ସପୋର୍ଟ ଷ୍ଟାଫ ଙ୍କ ଗଣ ଧାରଣା

“ସ୍ଥାୟୀ ଦରମା ଦାବୀ ରେ ସପୋର୍ଟ ଷ୍ଟାଫ” ଙ୍କ ଗଣ ଧାରଣା।
ସ୍ଥାୟୀ ଦରମା ଦାବୀ ରେ ରାୟଗଡା ଜିଲ୍ଲା କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ସୋମବାର ଠାରୁ ବିଭିନ ବ୍ଲକ କାର୍ଯ୍ୟଲୟ ସମୁଖ ରେ ଧାରଣା ରେ ବସିଛନ୍ତି l ରାୟଗଡା ବ୍ଲକ ର 28ଟି ପଞ୍ଚାୟତ ର ସମସ୍ତ କମ୍ୟୁନିଟି ସପୋର୍ଟ ବ୍ଲକ ଜିଲ୍ଲା ବ୍ଲକ କାର୍ଯ୍ୟଲୟ ର ଫାଟକ ସମୁଖ ରେ ଧାରଣା ରେ ବସିଛନ୍ତି l ସରକାର ଆମ ଦାବୀ ନ ଶୁଣିବା ପର୍ଯ୍ୟନ୍ତ ଆନ୍ଦୋଳ ଜାରି ରହିବ ବୋଲି ସେମାନେ କହିଛନ୍ତି l ସ୍ଥାୟୀ ଦରମା ର ସମାଧାନ ନ ହେବା ପର୍ଯ୍ୟନ୍ତ ଧାରଣ ରେ ବସିବୁ ବୋଲି ପ୍ରକାଶ ସେମାନେ କରିଛନ୍ତି l ସୋମବାର ଠାରୁ ଗଣ ଧାରଣା ରେ ବସିବା ପାଇଁ ରାୟଗଡା ଜିଲ୍ଲା ର ସଙ୍ଘ ତରଫରୁ ନିଆ ଯାଇଥିବା ନିଷ୍ପତିକୁ ସଂଘର ନେତା ସୁମିତ୍ରା ତୁରୁକୁ, କସ୍ତୁରୀ କିଲାକା ଏବଂ ପାର୍ବତୀ ମଣ୍ଡାଙ୍ଗି ପ୍ରକାଶ କରିଛନ୍ତି।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *