ସ୍ଥିତି ଜାହିର୍ କଲା ଲାଲ୍ ବାହିନୀ

ସ୍ଥିତି ଜାହିର୍ କଲା ଲାଲ୍ ବାହିନୀ। ଆସନ୍ତା ୨୧ ରୁ ପ୍ରତିଷ୍ଠା ଦିବସ ପାଳନ ପାଇଁ ବ୍ୟାନର ମାଧ୍ୟମରେ ଆହ୍ବାନ ଜଣାଇଲେ। କିଛି ଦିନର ନିରବତା ପରେ ବ୍ୟାନର ଜାରୀ କରି ପୁଣିଥରେ ସ୍ଥିତି ଜାହିର କଲା ଲାଲ୍ ବାହୀନି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା,ସୁଡ୍ରା ଓ ଖମଣଖୋଲ ପଞ୍ଚାୟତରୁ ଫିରିଙ୍ଗିଆ ବ୍ଲକ୍ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଏକାଧିକ ସ୍ଥାନରେ ଗୁରୁବାର ସକାଳେ କେକେବିଏନ୍ ମାଓ ସଂଗଠନ ପକ୍ଷରୁ ବ୍ୟାନର ଲଗାଯାଇଥିବା ଜଣାପଡ଼ିଛି । ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ଫାଣ୍ଡି ଅଧିନସ୍ଥ ସୁଡ୍ରା ଯିବା ରାସ୍ତାର ଡାବୁଡ଼କା ଘାଟିରେ ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି । ଆସନ୍ତା ୨୧ ତାରିଖରେ ଲାଲ୍ ବାହୀନି ପାଳୁଛି ୨୯ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ବିପ୍ଳବୀଙ୍କୁ ଉତ୍ସାହିତ କରନ୍ତୁ ବୋଲି ବ୍ୟାନରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି । ଦୀର୍ଘ ଦିନ ପରେ କେକେବିଏନ୍ ମାଓ ସଙ୍ଗଠନର ଏହି ବ୍ୟାନର ଦେଖି ଅଞ୍ଚଳରେ ପୁଣି କୋକୁଆ ଭୟ ସୃଷ୍ଟି ହୋଇଛି । ସେପଟେ କନ୍ଧମାଳ ପୋଲିସ୍ ପକ୍ଷରୁ ମାଓ ଦମନ ପାଇଁ ଜୋରଦାର୍ ପ୍ରଚେଷ୍ଟା ଚାଲିଥିବା ବେଳେ ଦୀର୍ଘ ଦିନ ପରେ ପୁଣି ଥରେ ବାଲିଗୁଡ଼ା ଥାନା ଅଞ୍ଚଳରେ ମାଓ ସଙ୍ଗଠନର ନିଜର ସ୍ଥିତି ଜାହିର୍ କରିଛି । ଏହା ପୋଲିସ୍ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି ।


କୋମ୍ବିଂ ଅପରେଶନବେଳେ ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳିବିନିମୟ: ଯବାନ ଗୁରୁତର
କନ୍ଧମାଳ-ଗଞ୍ଜାମ ଜିଲା ସୀମା ଠାରୁ ୫ କି.ମି. ଭିତରକୁ କନ୍ଧମାଳ ଜିଲା ରାଇକିଆ ଥାନା ଅନ୍ତର୍ଗତ ଦାଉସର ଜଙ୍ଗଲରେ ଗୁରୁବାର ଏସଓଜି ପକ୍ଷରୁ କୋମ୍ବିଂ ଅପରେଶନ ଚାଲିଥିଲା। ଏହି ସମୟରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଫଳରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି।

ସେ ହେଲେ କନେଷ୍ଟବଲ ପ୍ରେମ ସିଂ ମାଝୀ। ତାଙ୍କୁ ପ୍ରଥମେ ଇନ୍ଦ୍ରଗଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରଯାଇଥିଲା। ଏହାପରେ ତାଙ୍କୁ ଭଞ୍ଜନଗର ମେଡ଼ିକାଲକୁ ଗୁରୁବାର ସନ୍ଧ୍ୟାରେ ଅଣାଯାଇଥିଲା। ଏଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସନ୍ଧ୍ୟା ୭ଟା୨୦ ମିନିଟ୍‌ ସମୟରେ ବ୍ରହ୍ମପୁର ବଡ ମେଡ଼ିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି। ଏହି ସମୟରେ ଭଞ୍ଜନଗର ଥାନା ଅଧିକାରୀ ଜିବନା ନନ୍ଦ ଜେନାଙ୍କ ନେତୃତ୍ୱରେ ମେଡ଼ିକାଲରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।

ଏଥିସହ ଆହତଙ୍କ ଚିକିତ୍ସା ବ୍ୟବସ୍ଥା କଥା ବୁଝିଥିଲେ। ଭଞ୍ଜନଗର ମେଡିକାଲ ଅଧିକ୍ଷକ ଡାକ୍ତର ସିତାନସୁ ଶେଖର ଶତପଥୀଙ୍କ ନେତୃତ୍ୱରେ ଡାକ୍ତର ଟିମ ଆହତଙ୍କ ଚିକିତ୍ସା କରିଥିଲେ।
ବାଲିଗୁଡାରୁ ସଞ୍ଜୟ କୁମାର ପାଣିଗ୍ରାହିଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *