ସ୍ନାନପୂର୍ଣ୍ଣିମାରେ ସହେଆଠଗରା ଜଳରେ ସ୍ନାନକଲେ ଚତୁର୍ଦ୍ଧାମୂର୍ତ୍ତୀ

ପବିତ୍ର ସ୍ନାନପୂର୍ଣ୍ଣିମାରେ ପ୍ରକୃତି ତାର ଖରା ଓ ବର୍ଷାର ଝଲକ ଦେଖାଏ। ଏହାକୁ ଉପଭୋଗ କରିବା ପାଇଁ ସ୍ନାନବେଦୀକୁ ଚତୁର୍ଦ୍ଧାମୂର୍ତ୍ତି ଆସିଥାନ୍ତି। ଏବଂ ପରମ୍ପରା ଅନୁଯାୟୀ ସହେ ଆଠଗରା ସୁଭାଷିତ ଜଳରେ ସ୍ନାନ କରାଇଥାନ୍ତି। ଏହାକୁ ଦେଖିବା ପାଇଁ ପୁରୀରେ ୧୦ ଲକ୍ଷ୍ୟ ଭକ୍ତଙ୍କ ସମାଗମ ହୋଇଥିଲା। ଏହାହିଁ ହେଉଛି “ସମ୍ପର୍କର ଡୋରି”।
ପଵିତ୍ର ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀକ୍ଷେତ୍ର ଚଳ ଚଞ୍ଚଳ। ପ୍ରବଳ ଗୁଳୁ ଗୁଳି ଗରମକୁ ଖାତିରି ନକରି ଲକ୍ଷଲକ୍ଷ ଭକ୍ତ ପଵିତ୍ର ସ୍ନାନ ପୁର୍ଣିମାରେ, ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତ୍ତି କୁ ଦର୍ଶନ କରିଛନ୍ତି । ୧୦୮ ଗରା ସୁବାସିତ ଜଳ ରେ ମହାପ୍ରଭୁ ଙ୍କ ସ୍ନାନ ଅତ୍ୟନ୍ତ ଦୁଲହଭ।

ଏହି ଜାଗତିକ ଲୀଳାରେ ଭକ୍ତ ଙ୍କ ସେବା ପାଇଁ ମଧ୍ୟ ଅନେକ ଅନୁଷ୍ଠାନ ଆସି ସ୍ବେଛାକୃତ ଭାବେ ନିଜ ନିଜର ସେବା ଯୋଗାଇଛନ୍ତି। ମିତ୍ର ସଂଘ ତରଫରୁ ସ୍ବେଛାସେବୀ ମାନେ ପ୍ରତିବର୍ଷ ଭଳି ବଳଗଣ୍ଡି ଛକ ଠାରେ ଭକ୍ତ ମାନଙ୍କୁ ଦହି ସର୍ବତ ସେବା ଦେୟିଥିଲେ। ସେହିପରି ଅନ୍ୟ ଅନୁଷ୍ଠାନ ମଧ୍ୟରେ ରେଡକ୍ରସ,ହାପିନେସ୍ ଫାଉଣ୍ଡେସନ , ସଙ୍ଗଶ୍ରୀ ଫାଉଣ୍ଡେସନ, ଠେଙ୍ଗାବାହିନୀ, ବିନାୟକ ସେବା ଟେମ୍ପଲ ଚାରିଟେଵଲ ଟ୍ରଷ୍ଟ ସର୍ବୋପରି ଶିଶୁ ଓ ମହିଳା ଉନ୍ନୟନ ସୋସାଇଟି ପକ୍ଷରୁ ପାନୀୟ ଜଳ ବଣ୍ଟନ ଓ ପ୍ରାଥମିକ ଉପଚାର ସେବା ଭକ୍ତଙ୍କୁ ଯୋଗାଇଦିଆଯାଇଛି। ସୋସାଇଟି ର ଅଧ୍ୟକ୍ଷା ମେଜର. କଳ୍ପନା ଦାସ କୁହନ୍ତି, ଏହି ଭଳି ସେବା ଭକ୍ତଙ୍କୁ ପ୍ରତିବର୍ଷ ଯୋଗାୟୀ ଆସୁଛି ଆମ୍ଭ ଅନୁଷ୍ଠାନ ଆଉ ଏହି ସେବାହିଁ ଦୁର୍ଲ୍ଲଭ ସେବା। ପ୍ରବଳ ଖରା ରେ ବଡଦାଣ୍ଡରେ ସିଝୁଥିବା ଭକ୍ତ ଙ୍କୁ ORS ଜଳ ବଣ୍ଟନ କରି ଆନନ୍ଦ ଆମେ ଅନୁଭବ କରୁଛୁ ଓ ପ୍ରାଥମିକ ଚିକିତ୍ସା ସେବା ଭକ୍ତଙ୍କୁ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା କରି ଆସୁଛୁ। ଏଥିପାଇଁ ଜ଼ିଲ୍ଲା ପ୍ରଶାସନ ପାଖରେ ମୁଁ ଋଣୀ ବୋଲି ମେଜର. ଦାସ କହିଛନ୍ତି ।

ଏହି ସେବା ଶିବିରକୁ ଅଧ୍ୟାପକ କମଲ କୁମାର ଦାଶ, ଡ଼ଃ. ବିକାଶ ପ୍ରସାଦ, ଡ଼ଃ. ଲୋକନାଥ ସାହୁ, ମଲ୍ହାର ମିଶ୍ର, ପ୍ରକାଶ ବେହେରା, ଅମନ ଜ୍ୟୋତି ପ୍ରକାଶ, ଅଣ୍ଣବ ଜ୍ୟୋତି ପ୍ରକାଶ, ମେଜର ବିଜୟ ବିଶ୍ୱାଳ, ଅନନ୍ୟା ବିଶ୍ୱାଳ,ପ୍ରଶାନ୍ତ ସ୍ୱାଇଁ, ପ୍ରଶାନ୍ତ ସାହୁ, ନିରଞ୍ଜନ ସାହୁ, ଦିବ୍ୟଜ୍ୟୋତି ମିଶ୍ର, ମଳୟ ରଞ୍ଜନ, ନିରଞ୍ଜନ ସାହୁ,ଶୁଭଶ୍ରୀ ରାଉତ, ସୁମିତ୍ରା ଦାସ ଇତ୍ୟାଦି ପରିଚାଳନା କରିଥିଲେ। ମହାପ୍ରଭୁଙ୍କୁ ସ୍ନାନ ବେଶରେ ଦର୍ଶନ କରିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ ମୋହନ ଚରଣ ମାଝୀ, ଅନ୍ୟ ବିଧାୟକ ବୃନ୍ଦଙ୍କ ସହ ଶ୍ରୀକ୍ଷେତ୍ରରେ ପହଂଚିଥିଲେ।

ପୁରୀ ବଡଦାଣ୍ଡ ରୁ ଫଟୋ ନ୍ୟୁଜ ଟାଇମସ୍ ର ଜିଲ୍ଲା ପ୍ରତିନିଧି ପ୍ରସନ୍ନ ଲେଙ୍କା, ରିପୋର୍ଟର ଲଲାଟେନ୍ଦୁ ମିଶ୍ର ଏବଂ ଭିଡିଓ ଜର୍ଣ୍ଣାଲିଷ୍ଟ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *