ସ୍ବଦେଶୀ ସଂକଳ୍ପ ରଥକୁ ଭବ୍ୟ ସ୍ୱାଗତ ଓ ପୂଜାର୍ଚନା। ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଆୟୋଜିତ ସ୍ବଦେଶୀ ସଂକଳ୍ପ ରଥ କନ୍ଧମାଳ ଜିଲ୍ଲାର ଫୁଲବାଣୀ ପୌରପରିଷଦ ଅଞ୍ଚଳର ମାଦିକୁନ୍ଦା ଛକରେ ପହଞ୍ଚିଥିଲା। ଏଠାରେ ନଗରର ବହୁ କାର୍ଯ୍ୟକର୍ତ୍ତା ଓ ସାଧାରଣ ଜନତା ଉପସ୍ଥିତ ରହି ରଥକୁ ଭବ୍ୟ ସ୍ୱାଗତ କରିବା ସହ ପୂଜାର୍ଚନା କରିଥିଲେ।

ପରେ ସେଠାରୁ ପଦଯାତ୍ରା ଆରମ୍ଭ ହୋଇ ବଜାର ପେଟ୍ରୋଲ ଟାଙ୍କି ଛକରେ ଏକତ୍ରିତ ହୋଇ ସାଧାରଣ ଲୋକଙ୍କୁ ସ୍ବଦେଶୀ ସଂକଳ୍ପ ଗ୍ରହଣ କରାଯାଇଥିଲା। ଏହା ସହିତ ସଂକଳ୍ପ ପତ୍ର ମଧ୍ୟ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାନଗୋବିନ୍ଦ ପ୍ରଧାନ, ଘୁ. ଉଦୟଗିରି ବିଧାୟକ, ଉପସ୍ଥିତ ରହି ଭାଷଣ ମାଧ୍ୟମରେ ସ୍ବଦେଶୀର ଗୁରୁତ୍ୱ ଓ ଦେଶୀ ଉତ୍ପାଦ ବ୍ୟବହାରର ଆବଶ୍ୟକତା ବିଷୟରେ ଜନସାଧାରଣଙ୍କୁ ସଚେତନ କରିଥିଲେ।
ତାଙ୍କ ସହ ଜିଲ୍ଲା ସମ୍ପାଦକ ମୁକ୍ତିକାନ୍ତ ମହାନ୍ତି, ତପନ ପାଢ଼ୀ, ଦ୍ୱିତୀକୃଷ୍ଣ ସାହୁ, ନଗର ସଭାପତି ଜଗନ୍ନାଥ ସାହୁ, ସାଧାରଣ ସମ୍ପାଦକ ଅରୁଣ କୁମାର ପ୍ରଧାନ, ଅମରେନ୍ଦ୍ର ବେହେରା, ଯୁବମୋର୍ଚ୍ଚା ସଭାପତି ରତନ ଚୌଧୁରୀ, ଉପସଭାପତି ଶଶୀଭୁଷଣ ପ୍ରଧାନ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନିତା ସାହାଣୀ, ପୁଷ୍ପାଞ୍ଜଳି ଦିଗାଲଙ୍କ ସମେତ ବହୁ ମହିଳା ଓ ପୁରୁଷ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଫୁଲବାଣୀରୁ ଶିବାଜୀ ଜେନାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
