ସ୍ୱଚ୍ଛ ଗାଁ, ସୁରକ୍ଷିତ ଜଳବାୟୁ ପାଇଁ ସାମୂହିକ ଶ୍ରମଦାନ

ବିଶ୍ୱ ପରିବେଶ ଦିବସ ପାଇଁ ଏସିଆ ମହାଦେଶ ଦିତ୍ୟିୟ ସର୍ବବୃହତ ମାଟିଆଡି ବନ୍ଧ ଜମ୍ଭିରା ଡ୍ୟାମରେ ବିରାଟ ସଫେଇ ଅଭିଯାନ । ସ୍ୱଚ୍ଛ ଗାଁ, ସୁରକ୍ଷିତ ଜଳବାୟୁ ପାଇଁ ସାମୂହିକ ଶ୍ରମଦାନ।
ଆସନ୍ତା କାଲି ବିଶ୍ୱ ପରିବେଶ ଦିବସ ତେଣୁ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକର ଦେଉଳି ପଞ୍ଚାୟତରେ ଅବସ୍ଥିତ ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ମାଟିଆଡ଼ି ବନ୍ଧ ସୁବର୍ଣ୍ଣରେଖା ଜମ୍ଭୀରା ଡ୍ୟାମ ଠାରେ ଆଜି ବିରାଟ ସାମୂହିକ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ‘ସ୍ୱଚ୍ଛ ଗାଁ, ସୁରକ୍ଷିତ ଜଳବାୟୁ’ ବାର୍ତ୍ତା ଦେଇ ଶହ ଶହ ଲୋକ ଏହି ଅଭିଯାନରେ ସାମିଲ ହୋଇଥିଲେ।ସଫେଇ କାର୍ଯ୍ୟକ୍ରମ ସହ ସମାନ୍ତରାଳ ଭାବେ ‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଉପସ୍ଥିତ ସମସ୍ତେ ଡ୍ୟାମ ପରିସରେ ବିଭିନ୍ନ ପ୍ରଜାତିର ଗଛ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଶୁଳିଆପଦା ବ୍ଲକ ଓ ତହସିଲ କାର୍ଯ୍ୟାଳୟର ଅଧିକାରୀ-କର୍ମଚାରୀ ଉପସ୍ଥିତ ଥିଲେ। ଏଥିସହ ବ୍ଲକର ୧୬ଟି ପଞ୍ଚାୟତର ପିଇଓ, ଏଡିଓ, ସରପଞ୍ଚ ଓ ସ୍ୱୟଂ ସହାୟକ ଗୋଷ୍ଠୀର ଶହ ଶହ ମହିଳା ମଧ୍ୟ ସଫେଇ ଓ ବୃକ୍ଷରୋପଣରେ ସାମିଲ ହୋଇଥିଲେ। ଜିଲ୍ଳା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ଧରମା ନନ୍ଦ ବେହେରା କହିଛନ୍ତି ପ୍ରସିଦ୍ଧ ଦେଉଳି ଡ୍ୟାମ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଏହାର ପରିଷ୍କାର-ପରିଚ୍ଛନ୍ନତା ଓ ପରିବେଶ ସଂରକ୍ଷଣ ଅତ୍ୟନ୍ତ ଜରୁରୀ।

ଡ୍ୟାମ ପରିସରୁ ପ୍ଲାଷ୍ଟିକ, ଆବର୍ଜନା ସଫା କରିବା ସହ ସ୍ଥାନୀୟ ଲୋକଙ୍କୁ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସଚେତନ କରାଯାଇଛି। ‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଜରିଆରେ ପରିବେଶ ସନ୍ତୁଳନ ରକ୍ଷା କରିବା ଏବଂ ମାତୃ ପ୍ରେମକୁ ପ୍ରକୃତି ସହ ଯୋଡ଼ିବାର ବାର୍ତ୍ତା ଦିଆଯାଇଛି। କାର୍ଯ୍ୟକ୍ରମରେ ଉପସ୍ଥିତ ଜନପ୍ରତିନିଧି ଓ ଅଧିକାରୀମାନେ କହିଛନ୍ତି, ଏଭଳି ସାମୂହିକ ଉଦ୍ୟମ ଗ୍ରାମାଞ୍ଚଳରେ ପରିବେଶ ସଚେତନତା ବୃଦ୍ଧି କରିବ। ଆଗାମୀ ଦିନରେ ଏହାକୁ ପ୍ରତ୍ୟେକ ପଞ୍ଚାୟତରେ ଆୟୋଜନ କରିବାକୁ ଲକ୍ଷ୍ୟ ରହିଛି।
ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦାରୁ ଉମାକାନ୍ତ ଧଡାଙ୍କ ରିପୋର୍ଟ ଫୋଟୋ ନ୍ୟୁଜ ଟାଇମମ୍ସ।

Leave a Reply

Your email address will not be published. Required fields are marked *