ସ୍ୱାଧୀନତାର 77 ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତଏବଂ ପିଇବା ପାଣିପାଇଁ ଡହଳ ବିକଳ।
ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ ଅନ୍ତର୍ଗତ ଶିରୀଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଗ୍ରାହୀବନ୍ଦ ଅଧିବାସୀଙ୍କ ଦୁଃଖ ଦୁଃର୍ଦଶାକୁ ସ୍ବାଧିନତାର ୭୭ ବର୍ଷ ପରେ ମଧ୍ୟ ପ୍ରଶାସନର ଛତ୍ରଛାୟା ତଳେ ଢାଙ୍କିହୋଇ ରହିଛି। ସରକାରଙ୍କ ବିକାଶର ନଗ୍ନ ଚିତ୍ର ବାରି ହେଉଛି। ସର୍ବପରି ନିଜର ହକ ଓ ଅଧିକାର ପିଇବା ପାଣି ପାଇଁ ଆଜି ଡହଳ ବିକଳ। ଗ୍ରାମରୁ ଦେଢ଼ କିଲୋମିଟର ଦୂର ରାସ୍ତା, ବଣ ଜଙ୍ଗଲ ଘେରା ନିକଞ୍ଚ ଝରଣା ଜଳ, ଚୁଆଁ ପାଣି ଭରଷା। ହିଂସ୍ର ଜନ୍ତୁଙ୍କ କର୍କସ ଶବ୍ଦ ଓ ଭୟ। ଏମାନେ ପିତାମହଙ୍କ ଅମଳରୁ ବସତି ସ୍ଥାପନ ସହ ବସବାସ କରି ଆସୁଛନ୍ତି । ଗ୍ରାମରେ ୧୪ ପରିବାର,୫୨ଜଣ, ଅନୁସୂଚିତ ଜନଜାତି ବ୍ୟକ୍ତିବିଶେଷ । ସୂଚନା ମୁତାବକ ଦୀର୍ଘ ପ୍ରାୟ ୭୦-୮୦ ବର୍ଷ ଧରି ବସବାସ କରି ଆସୁ ଥିଲେହେଁ ଆଜିପର୍ଯ୍ୟନ୍ତ ଘରପଟ୍ଟା, ଜଙ୍ଗଲ ଜମିପଟ୍ଟା, ଜମିପଟ୍ଟା ପାଇନାହାନ୍ତି। ଆଦିବାସୀଙ୍କ ମୌଳିକ ଅଧିକାରରୁ ଏମାନେ ବଞ୍ଚିତ ହୋଇ ଆସୁଛନ୍ତି।ଅନେକ ଥର ରାଜସ୍ବ ନିରୀକ୍ଷକଙ୍କ ଶିକାର ହେଉଛନ୍ତି । ଫଳରେ ପିଲା ମାନେ ଶିକ୍ଷାରୁ ଓ ଗରିବ ହିତାଧିକାରୀ ମାନେ ଆବାସ ଯୋଜନାରୁ ବଞ୍ଚିତ। ଗୋଟିଏ ନଳକୂପ ଅଛି ହେଲେ ସେଥିରୁ ଗୋଳିଆ ପାଣି ବାହାରୁଛି । ଯାହା ବ୍ୟବହାର ପାଇଁ ଉପଯୋଗୀ ନୁହେଁ। ଗ୍ରାମରେ ବୃଦ୍ଧା ମହିଳା, ବିକଳାଙ୍ଗ ମାନେ ଭତ୍ତାରୁ ବଞ୍ଚିତ। ବଣ ଜଙ୍ଗଲ ଘେରା ଗ୍ରାମ ଅଟେ।ସରକାରଙ୍କ ମୌଳିକ ସୁବିଧା ଗ୍ରାମରେ ଜଳ ଓ ପରିମଳ ଯୋଜନାରୁ ବଞ୍ଚିତ। ଆଜି ପର୍ଯ୍ୟନ୍ତ ପାଇଖାନା ସାତ ସପନ। ପ୍ରଶାସନଙ୍କ ନିକଟରେ ଅନେକ ଦାବିପରେ ମଧ୍ୟ ଆଜି ସର୍ବ ଶାନ୍ତ। ଗ୍ରାମବାସୀ ଅନୁରୋଧ କରିଛନ୍ତି ସରକାର ଆମ ଗୁହାରୀ ତୁରନ୍ତ ଶୁଣି କାର୍ଯ୍ୟ କରିବେ।
ରାୟଗଡାରୁ ଫଟୋ ନିୟୁଜ ର ସ୍ୱତନ୍ତ୍ର ପ୍ରତିନିଧି ପ୍ରସାଦ ଲିମାଙ୍କ ରିପୋର୍ଟ
ସ୍ୱାଧୀନତାର 77 ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତଏବଂ ପିଇବା ପାଣିପାଇଁ ଡହଳ ବିକଳ।
