ନିଖିଳ ଭାରତ ସ୍ୱାୟତ୍ତ ଶାସନ ପାଳନ ଉପଲକ୍ଷେ ରାୟଗଡା ପୌର ପରିଷଦ ପକ୍ଷରୁ ପ୍ରତିଯୋଗିତା ଅନୁଷ୍ଠିତ।
ରାୟଗଡା ପୌର ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ରାୟଗଡା ସଦରର ପ୍ରତ୍ୟେକ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ସ୍ଥାନୀୟ କନଫ୍ରେନସ ହଲ, ବିଜୁ ପଟ୍ଟନାୟକ ଅଡିଟରୀୟମ, ଓ କୃଷ୍ଣଚନ୍ଦ୍ର ନଗର ଭବନରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଉକ୍ତ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସ୍ଵଛତା ପ୍ରତି ପ୍ରତିବନ୍ଧକ, ନିଷ୍ଠା ଓ ଦେଶପ୍ରତି ନିଜର କର୍ତ୍ତବ୍ୟ ଓ ଦାୟୀତ୍ୱକୁ ଦୃଷ୍ଟିରେ ରଖି ପ୍ରବନ୍ଧ, ବକୃତା ଓ ଚିତ୍ରାଙ୍କନ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କୁ ନେଇ କନିଷ୍ଠ ଓ ବରିଷ୍ଠ ୨ଭାଗରେ ବିଭକ୍ତ କରାଯାଇ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା।

ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ମନୋନୀତ କରାଯିବା ସହିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ପରିଷଦ ତରଫରୁ ପ୍ରଶଂସା ପତ୍ର ପ୍ରଦାନ କରାଯିବାର ମଧ୍ୟ ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି।

ଚଳିତ ବର୍ଷ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନକୁ ଦୃଷ୍ଟିରେ ରଖି ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ଦୃଷ୍ଟିରେ ରଖି ରାୟଗଡା ପୌର ପରିଷଦ ପକ୍ଷରୁ ବହୁତ ହସଖୁସି ସହିତ ମହା ଯାକଜମକରେ ପାଳନ କରିବା ନିମନ୍ତେ ପରିଷଦ ବୃନ୍ଦ ନିଷ୍ପତି ନେଇଥିବା ସୂଚନା ମିଳିଛି।
ରାୟଗଡାରୁ ପ୍ରସାଦ ଲିମାଙ୍କ ରିପୋର୍ଟ।
