କେନ୍ଦୁଝରରେ କଳିଙ୍ଗ ହର୍ବାଲ ମେଳା ଆରମ୍ଭ । କେନ୍ଦୁଝର ବନଖଣ୍ଡ ଓ ରାଜ୍ୟ ଔଷଧୀୟ ବୃକ୍ଷ ସଂସ୍ଥା ଦ୍ବାରା ସହର ସ୍ଥିତ କେନ୍ଦୁଝର ଷ୍ଟାଡିୟମ ପଡିଆ ଠାରେ ଆରମ୍ଭ ହୋଇଛି ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ଓ ଏହା ଜାନୁଆରୀ ୮ ଠାରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଅନୁଷ୍ଠିତ ହେବ । ଏହି ମେଳା ରେ ପାଟଣା ଓ ତେଲକୋଇ ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ମା ତାରିଣୀ ଙ୍କ ନିକଟରେ ପ୍ରଦୀପ ପ୍ରଜୂଳନ କରି ଶୁଭ ଉଦ୍ଘାଟନ କରିଥିଲେ। ଏହି ସମୟରେ ଅନ୍ୟନ୍ୟ ମାନ୍ୟଗଣ୍ୟ ଅତିଥି ମାନେ ଉପସ୍ଥିତ ଥିଲେ । ଏହି ମେଳାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବୈଦ୍ୟ ତଥା ଆୟୁର୍ବେଦିକ ଡାକ୍ତର ଅଂଶଗ୍ରହଣ କରିଛନ୍ତି ।

ଏହି ମେଳାରେ ୨୦ ଟି ଜିଲ୍ଲା ରୁ ୬୦ ଜଣ ବୈଦ୍ୟ , ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମିଲେଟ ମିଶନ , ଶ୍ରମ ନିୟୋଜନ ବିଭାଗ , ଓଡିଶା ବନ ଉନ୍ନୟନ ନିଗମ ପକ୍ଷରୁ ୭୫ ଟି ଷ୍ଟଲ ଖୋଲାଯାଇ ଆୟୁର୍ବେଦିକ ଔଷଧ ତଥା ଜଡ଼ିବୁଟି ବିକ୍ରିବଟା କରାଯିବା ସହ ମାଗଣାରେ ଚିକିତ୍ସା ସହ ଔଷଧ ବିତରଣ ର କରାଯିବାର ମଧ୍ୟ ବ୍ୟବସ୍ଥା ରହିଛି ।

ଏହାଛଡା ୫ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ମେଳାରେ ବୈଦ୍ୟ ଓ ଆୟୁର୍ବେଦିକ ଡାକ୍ତର ସମ୍ମିଳନୀ , ବରିଷ୍ଠ ନାଗରିକଙ୍କ ପାଇଁ ପୁରାତନ ରୋଗ ଉପଚାର ସମ୍ପର୍କରେ ଆଲୋଚନା ଚକ୍ର ମଧ୍ୟ କରାଯିବ । ପ୍ରତିଦିନ ସକାଳ ୧୦ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଆୟୁର୍ବେଦିକ ଡାକ୍ତରଙ୍କ ଦ୍ବାରା ମାଗଣା ସାସ୍ଥ୍ୟ ପରୀକ୍ଷା ତଥା ବିଭିନ୍ନ ରୋଗ ସମ୍ବନ୍ଧରେ ପରାମର୍ଶ ଦିଆଯିବ । ଏଥିସହ ବିଭିନ୍ନ ସାଂସ୍କୃତିକ ସଂଗଠନ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ଏହି ମେଳାରେ ପ୍ରବେଶ ସମ୍ପୂର୍ଣ ମାଗଣା ରହିଛି । ସ୍ଥାନୀୟ ଲୋକେ ଏପରି ମେଳା ରୁ ଅନେକ ଫାଇଦା ପାଇଛନ୍ତି ଓ ଏହା ଏକ ଉତମ ଚିକିତ୍ସା ବୋଲି କହିଛନ୍ତି
ଆମ କ୍ୟାମେରା ଟିମକୁ ମୁଖ୍ୟ ଅତିଥି , ସମ୍ପାଦକ, ଡ଼ିଏଫଓ, ବିଧାୟକ ତେଲକୋଇ ଏବଂ ବିଧାୟକ ପାଟଣା ନିଜ ନିଜର ମତ ଦେଇଛନ୍ତି।
କେନ୍ଦୁଝରରୁ ଅରବିନ୍ଦ ବେହେରାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
