ହାତୀ ଏବଂ ମଣିଷ ମଧ୍ୟରେ ବନ୍ଧୁତା ଅଛି। ଏବଂ ହାତୀ ମଧ୍ୟ ମଣିଷ ସମାଜର ବହୁତ କ୍ଷତି କରୁଛି। ହାତୀ ସଂରକ୍ଷଣ ନିମନ୍ତେ ସଚେତନତା ମୂଳକ କାର୍ଯ୍ୟକ୍ରମ ହୋଇଅଛି।
କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ବନ୍ୟଜନ୍ତୁ ସଂରକ୍ଷଣ ନିମନ୍ତେ କାର୍ଯ୍ୟରତ “ଏଭର ଗ୍ରୀନ ଫୋରମ ” ସଂଗଠନ ପକ୍ଷରୁ ହାତୀ ମାନଙ୍କ ସଂରକ୍ଷଣ ତଥା ଅରଣ୍ୟର ରକ୍ଷଣବେକ୍ଷଣ ନିମିତ୍ତ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂଗଠନର ସଂସ୍ଥାପକ ଡଃ.ପ୍ରକାଶ ଚନ୍ଦ୍ର ଜେନା,ସମ୍ମାନିତ ଅତିଥି ଭାବେ ବିଶ୍ବ ବନ୍ୟଜନ୍ତୁ ତହବିଲ, ଭାରତର ଓଡିଶା ପ୍ରମୁଖ ତଥା ପ୍ରାକ୍ତନ ନିର୍ଦେଶକ ମାଇକେଲ ପିଟର, ବନ୍ୟଜନ୍ତୁ ସଂରକ୍ଷକ ବିଜୟ କୁମାର ଦାସ, ପରିବେଶବିତ ସମ୍ବିତ ଘୋଡେଇ ଓ ସ୍ଥାନିୟ ବନପାଳ ମନ୍ମଥ ପରିଚ୍ଛା ପ୍ରମୁଖ ଉପସ୍ଥିତ ଥିଲେ। ଏଭଳି କର୍ମଶାଳା ଯୋଗୁଁ ଗ୍ରାମବାସୀ ଏବଂ ଜନସାଧାରଣଙ୍କର ହାତୀମାନଙ୍କ ପ୍ରତି କୋହଳ ମନୋଭାବ ରହିବ।କିନ୍ତୁ ଜଙ୍ଘଲ ବିଭାଗ ହାତୀମାନଙ୍କ ଚଳପ୍ରଚଳ ପ୍ରତି ଦୃଷ୍ଟିଦେବାର ଆବଶ୍ୟକତା ଅଛି। ଯାହାଦ୍ୱାରା ସେମାନେ ମଣିଷ ମାନଙ୍କର କ୍ଷତି କରିପାରିବେ ନାହିଁ। କିନ୍ତୁ ଜଙ୍ଘଲ ବିଭାଗର କାର୍ଯ୍ୟରେ ଅବହେଳା ଯୋଗୁଁ ବାହୁବ୍ୟକ୍ତି ମୁର୍ତ୍ୟୁ ବରଣ କରୁଛନ୍ତି। ଗ୍ରାମବାସୀ ମାନଙ୍କର ଧନ ଏବଂ ଫସଲ ନଷ୍ଟ ହେଉଛି। ଜଙ୍ଘଲ ବିଭାଗ କିନ୍ତୁ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ଦେଉଛନ୍ତି। ସେମାନେ ଭାବୁଛନ୍ତି ଏତିକିରେ ତାଙ୍କର କର୍ତ୍ତବ୍ୟ ଶେଷହୋଇଗଲା। ଏଭଳି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ।
ଜଙ୍ଗଲୀ ଦନ୍ତା ହାତୀ ଉପଦ୍ରଵ। ଯୁବକଙ୍କୁ ମାରି ଖଣ୍ଡ ବିଖଣ୍ଡ ଶରୀରକୁ ଏଣେ ତେଣେ ଫୋପାଡ଼ି ଦେଲା ଦନ୍ତା ହାତୀ।
କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ କଳିଙ୍ଗା ନିକଟସ୍ଥ ମାଲାନ ସୁଗା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଦନ୍ତା ହାତୀ ଦଳି ଚକଟି ମାରି ଦେଇଥିବା ଅଭିଯୋଗ ହୋଇଛି। ପଦାସାହିରୁ କାମ ସାରି ଫେରୁଥିବା ବେଳେ ପାଜିମାହା ପାଖରେ ସାମନ୍ତ ଦିଗାଲଙ୍କୁ ଏକ ଦନ୍ତା ହାତୀ ଦଳି ଚକଟି ଅତି ନିର୍ମମ ଭାବେ ମାରି ଦେଇଥିବାର ଦେଖିବାକୁ ମିଳିଛି ଏବଂ ଅନ୍ୟ ଜଣେ ପ୍ରାଣ ବିକଳରେ ଧାଇଁ ପଳାଇଥିଲେ। । ପ୍ରାୟ ଦୁଇ ଶହ ମିଟର ଭିତରେ ଖଣ୍ଡ ଖଣ୍ଡ ହୋଇ ମୃତ ଦେହ ପଡ଼ି ରହିଅଛି।
କିଛି ଦେହର ଅଂଶ ବର୍ତ୍ତମାନ ସୁଦ୍ଧା ମିଳି ପାରି ନାହିଁ। ଏହି ଘଟଣା କୁ ନେଇ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ଉପୁଜିଛି । ଖବର ପାଇ ଘଟଣା ସ୍ଥଳରେ ଜି.ଉଦୟଗିରି ଉପଖଣ୍ଡ ପୋଲିସ ଅଧିକାରୀ ବିଜୟ କୁମାର ବିଶି , ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁ, ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଅବ୍ୟାହତ ରଖିଛନ୍ତି । ସୂଚନା ଯୋଗ୍ୟ ଯେ ମୃତ ବ୍ୟକ୍ତିଙ୍କ ପରିବାରକୁ ରବିବାର ସରକାର ଙ୍କ ତରଫରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଆଉ ୧୫ ଦିନ ମଧ୍ୟରେ ୯୦ ହଜାର ଦିଆଯିବ ଏବଂ ପୋଷ୍ଟମଟମ୍ ରିପୋର୍ଟ ଆସିଲା ପରେ ୯ ଲକ୍ଷ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ବିଜୟ କୁମାର ବିଶି ।
ଚଳିତ ବର୍ଷ ଜଙ୍ଗଲୀ ହାତୀଙ୍କ ଉପଦ୍ରବରେ ବହୁ ଘର ଭାଙ୍ଗିବା ସହ ବହୁ ଫସଲ, ଗଛ ନଷ୍ଟ ହୋଇଛି। କିଛି ଦିନ ତଳେ ସୁଜେଲୀ ଗ୍ରାମର ପାତ୍ର ନାୟକଙ୍କୁ ଏକ ପାହାଡ ଉପରେ ହାତୀ ମାରି ଦେଇଥିବାର ଅଭିଯୋଗ ହୋଇଥିଲା।ଘୁମୁସର ବନଖଣ୍ଡ ରୁ ଅଧିକ ହାତୀ ଆସି ଏହି ଅଞ୍ଚଳରେ ଉପଦ୍ରବ ଚଲାଇଛନ୍ତି। ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
କନ୍ଧମାଳ ଜିଲ୍ଲାରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ।