ହିତାଧୀକାରିଙ୍କ ନିକଟରେ ଏବେ ଡବଲ ଇଞ୍ଜିନ୍ ସରକାର

ଏବେର ଡବଲ ଇଞ୍ଜିନ ସରକାରଙ୍କ ସମୟରେ, ପ୍ରଶାସନ ପହଞ୍ଚୁଛନ୍ତି ହିତାଧିକାରିଙ୍କ ପାଖରେ। କିନ୍ତୁ ଏହା ଜନଶୁଣାଣିର ମୁଖ୍ୟ ଉଦେଶ୍ୟ କେବଳ କାଗଜ କଲମରେ ରହିଯାଉଛି ଏବଂ ପ୍ରଚାର ଧର୍ମୀ ହେଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଏଥିପାଇଁ ଉପରିସ୍ଥ ଅଧିକାରୀ ମାନଙ୍କର ଜନଶୁଣାଣି ପରେ ଏଥିପ୍ରତି ସମୀକ୍ଷା ବୈଠକ କରିବାର ଆବଶ୍ୟକତା ଅଛି। କଣ୍ଟାମାଳ ବ୍ଲକ ସମ୍ମିଳନୀ କକ୍ଷରେ ଜନଶୁଣାଣି ଶିବିର ଅନୁଷ୍ଠିତ l


ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସମ୍ମିଳନୀ କକ୍ଷରେ ଜନଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି l

ଏହି ଶିବିରରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା , ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟଲ୍, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, କଣ୍ଟାମାଳ ବିଡ଼ିଓ ସାମୀ ଜୟଶ୍ରୀ ରେଡ୍ଡୀ, କଣ୍ଟାମାଳ ତହସିଲ ଦାର ଶ୍ୱେତପଦ୍ମା ଯୋଶୀ, କଣ୍ଟାମାଳ ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନାଥ ହାଁସଦା, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ସତ୍ୟନାରୟାଣ ଦାସ ପ୍ରମୁଖ ଯୋଗ ଦେଇ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ l ଏହି ଶିବିରରେ ସମୁଦାୟ ୫୮ଟି ମାମଲା ପଞ୍ଜୀକୃତ ହୋଇଥିଲା l

ଏଥିରୁ ୪୯ଟି ବ୍ୟକ୍ତିଗତ ଏବଂ ୯ଟି ସାମୁହିକ ମାମଲା ପଞ୍ଜୀକୃତ ହୋଇଥିଲା l ଏହି ଶିବିରରେ ୫ଜଣ କୁ ଭତ୍ତା ପ୍ରଦାନ କରାଯାଇଥିବା ବେଳେ ୨୫ ଟି ଅଭିଯୋଗ ର ତ୍ୱରିତ ସମାଧାନ କରାଯାଇଥିଲା l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

 

Leave a Reply

Your email address will not be published. Required fields are marked *