ହିନ୍ଦୁ ଓ ମୁସଲମାନ ମାନଙ୍କ ଭାଇଚାରା

ଓଡ଼ିଶାରେ ହିନ୍ଦୁ ଓ ମୁସଲମାନ ମାନଙ୍କ ଭାଇଚାରା ସମ୍ପର୍କର ଏହା ଏକ ବାସ୍ତବ ଚିତ୍ର।
ରାଜଗାଙ୍ଗପୁର ପ୍ରସିଦ୍ଧ ଲାଲ ବାବା ଙ୍କ ଉର୍ସ ମେଳା ଉପଲକ୍ଷେ ପ୍ରସ୍ତୁତି ବୈଠକ। ଲାଲ ବାବା ମଜାର କମିଟି ର ସଭାପତି ଷ୍ପାକ ଗୁଡା ଙ୍କ ତତ୍ବାବଧାନରେ ଚଳିତ ମାସ ୧୦ ତାରିଖ, ୧୧ ତାରିଖ ଓ ୧୨ ତାରିଖ, ତିନି ଦିନିଆ ମଜାର କମିଟି ଆନୁକୁଲ୍ୟରେ “ଲାଲ ମହମ୍ମଦ ସା ବାବା” ଙ୍କ ୪୯ ତମ ଉର୍ସ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାଜଗାଙ୍ଗପୁର ବିଧାୟକ ଡଃ ସି.ଏସ. ରାଜନ୍ ଏକ୍କା, ରାଉରକେଲାର ବିଧାୟକ ସାରଦା ପ୍ରସାଦ ନାୟକ, ସମ୍ମାନୀୟ ଅତିଥି ରୂପେ ରାଜଗାଙ୍ଗପୁର ଏସ.ଡି.ପି.ଓ. ବିଭୁତି ଭୁଷଣ ଭୋଇ, ଥାନା ଅଧିକାରୀ ବିଜୟ ଦାସ, ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ଦିପ୍ତୀ ରଞ୍ଜନ ପଟ୍ଟନାୟକ ଓ ଉପଦେଷ୍ଟା ସନ୍ତୋଷ ଅମାତ କାର୍ଯ୍ୟକ୍ରମ ରେ ଯୋଗଦାନ କରିବେ ବୋଲି ମଜାର କମିଟି ର ସଭାପତି ଷ୍ପାକ ଗୁଡା ସୁଚନା ଦେଇଥିଲେ। ବାବା ଙ୍କ ଚାଦର ଚଡା ଶୋଭାଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ରାଜଗାଙ୍ଗପୁର ଓ ଆଖପାଖ ଅଞ୍ଚଳ ତଥା ରାଜ୍ୟ ବାହାରୁ ଶହଶହ ବିଭିନ୍ନ ଧର୍ମ ର ଜନସାଧାରଣ ଯୋଗଦାନ କରିଥାନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଆଇନ୍ ଶୃଙ୍ଖଳା ବଜାୟ ରଖିବା ପାଇଁଁ ରାଜଗାଙ୍ଗପୁର ଓ ଜିଲ୍ଲା ପୋଲିସ ପ୍ରସାଶନ କୁ କମିଟି ପକ୍ଷରୁ ନିବେଦନ କରାଯାଇଥିବା ସ୍ପାକ ଗୁଡା ସୁଚନା ଦେଇଥିଲେ।
ରାଜଗାଙ୍ଗପୁରରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଦେବବ୍ରତ ମିତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *