ମୁସଲମାନ ସମ୍ପ୍ରଦାୟର ମହରମ ହେଉଛି ଏକ ବଳିଦାନର ପର୍ବ। ଓଡ଼ିଶାରେ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ମାନଙ୍କ ମଧ୍ୟରେ ସୁ ସମ୍ପର୍କ ରହିଅଛି।
ମହରମ ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳା ସହ ପାଳନ ପାଇଁ ଶାନ୍ତି କମିଟି ବୈଠକ। ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ବିଜୁ କଲ୍ୟାଣ ମଣ୍ଡପ ଠାରେ ରାଜଗାଙ୍ଗପୁର ସହର ର ୯ ଟି ଆଖଡ଼ା କମିଟି ପକ୍ଷରୁ ମହରମ ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳା ସହ ପାଳନ ଉପଲକ୍ଷେ ସୁନ୍ଦରଗଡ଼ ଜିଲ୍ଲା ଏସ.ପି. ପ୍ରିତୁୟସ ଦିବାକର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହେଇଯାଇଛି। ରାଜଗାଙ୍ଗପୁର ଏସ.ଡି.ପି.ଓ. ବିଭୁତି ଭୁଷଣ ଭୋଇ, ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ, ଅତିରିକ୍ତ ଅଧିକାରୀ ବିଜୟ ଦାସ, ଅତିରିକ୍ତ ଏସ.ପି. ଶନ୍ତା ନୂତନ ସାମନ୍ତ, ଡି.ଆଇ.ବି. ମହେନ୍ଦ୍ର ମୁର୍ମୁ, ବିଧାୟକ ପ୍ରତିନିଧି ଦେବରଞନ ବିନୋଦ, ପୈରପାଳିକା ଉପାଧ୍ୟକ୍ଷ ଏମଡି ଇରଫାନ ଏବଂ ବିଭିନ୍ନ ୱାର୍ଡରୁ ଆସିଥିବା କାଉନସିଲର ମାନେ ଉପସ୍ଥିତ ଥିଲେ। ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ବିଭିନ୍ନ ସ୍ବେଛାସେବୀ ସଂଗଠନ ଓ ସୁରକ୍ଷା କର୍ମୀଙ୍କ ଉପସ୍ଥିତି ରେ ମହରମ ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳା ସହ ପାଳନ ପାଇଁ ସମସ୍ତେ ନିଜନିଜର ମତ ଉପସ୍ଥାପନ କରିଥିଲେ। ରାଜଗାଙ୍ଗପୁର ସହର ର ବିଭିନ୍ନ ୱାର୍ଡରେ ଓ ମୁଖ୍ୟ ରାସ୍ତା ମରାମତି, ବିଦ୍ୟୁତ ସେବା ଉପରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଯଥାଶୀଘ୍ର ପଦକ୍ଷେପ ନେବାକୁ ପରାମର୍ଶ ପ୍ରଦାନ କରିଥଲେ। ଶୋଭାଯାତ୍ରା ସମୟରେ ଅସାମାଜିକ ଲୋକମାନଙ୍କ ଉପରେ କଡା ନଜର ରଖିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।
ରାଜଗାଙ୍ଗପୁରରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଦେବବ୍ରତ ମିତ୍ରଙ୍କ ରିପୋର୍ଟ।
ହିନ୍ଦୁ ମୁସଲମାନ ଭାଇଚାରା ପାଇଁ ବୈଠକ
