ମୁସଲମାନ ସମ୍ପ୍ରଦାୟ ର ପବିତ୍ର ତୀର୍ଥସ୍ଥଳୀ ଶେର ଅଲ୍ଲି ଦରଗା ଅଭିଭକ୍ତ କୋରାପୁଟ ଜିଲ୍ଲାର ନାରାୟଣପାଟଣା।
ସାରା ଭାରତ ବର୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ହିନ୍ଦୁ ସମ୍ପ୍ରଦାୟ ଏବଂ ମୁସଲମାନ୍ ସମ୍ପ୍ରଦାୟ ମଧ୍ୟରେ ସୁସମ୍ପର୍କ ଗଢିଉଠୁ। ବାସ୍ତବରେ ଓଡ଼ିଶାରେ ମୁସଲମାନ ଭାଇମାନେ ହିନ୍ଦୁମାନଙ୍କ ସହ ସୁସମ୍ପର୍କ ରଖିଛନ୍ତି। ନିଜେ ନିଜର ଧାର୍ମିକ ଚିନ୍ତାଧାରାରେ କାର୍ଯ୍ୟ କରୁଛନ୍ତି।
ଆମ ଫଟୋ ନ୍ୟୁଜ ଟାଇମସ୍ ର ପ୍ରତିନିଧି ସନ୍ତୋଷ କୁମାର ସାହୁ
ରାୟଗଡ଼ାରୁ ୭୫ କିଲୋମିଟର ଦୂର
ଏହି ଅଞ୍ଚଳରେ ଅବସ୍ଥିତ “ହଜରତ ବାବା ଶେର ଅଲ୍ଲି ମଦିନାରା ବାବା” ରୁପେ ପ୍ରସିଦ୍ଧ ଲାଭ କରିଥିବା ସମାଧୀ ପୀଠରୁ ଏପ୍ରିଲ ୧୩ ତାରିଖ ଦିନ ଏହି ଖବର ସଂଗ୍ରହ କରିଛନ୍ତି। ପ୍ରତ୍ୟେକ ବର୍ଷ ଏପ୍ରିଲ ୧୩ ତାରିଖ ଦିନ ତାଙ୍କ ସମାଧୀ ନିକଟରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇ ପୁଜା ଅର୍ଚ୍ଚନା କରି ବାବଙ୍କ ସମାଧି ଉପରେ ଚାଦର ଚଢାଇ ମାନସିକ ପୂରଣ କରୁଥିବା ଦେଖିବାକୁ ମିଳିଛି। ମାନ୍ୟତା ଅନୁଯାୟୀ ଏହି ତୀର୍ଥସ୍ଥଳୀ ୨୦୦ ବର୍ଷ ତଳର ପୁରୁଣା ଦରଗା ସମାଧି ବୋଲି ମୁସଲିମ ଅଞ୍ଜୁମନ୍ କମିଟି ପକ୍ଷରୁ ସୂଚନା ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଶେର ଅଲ୍ଲି ବାବାଙ୍କ ଶରୀର ର ଗଠନ ଆଠ ଫୁଟିଆ ଲମ୍ବା ବିଶାଳକାୟ ଶରୀର ଧାରୀ ବାବା ଥିଲେ। ତାଙ୍କ ଦରଗା ରେ ଭକ୍ତଙ୍କ ପ୍ରତ୍ୟେକ ମନସ୍କାମନା ପୂରଣ ହୋଇ ଥାଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି।
ଯେ କୌଣସି ଧର୍ମର ଭକ୍ତ ଓ ଶ୍ରଦ୍ଧାଳୁମାନେ ଉପସ୍ଥିତ ହୋଇ ବାବାଙ୍କ ସମାଧିରେ ଭକ୍ତ ମାନେ ଚାଦର ଚଢାଉ ଥିବା ଦେଖିବାକୁ ମିଳିଛି। ଏହି ତୀର୍ଥ ସ୍ଥଳୀକୁ ହିନ୍ଦୁ ଏବଂ ମୁସଲିମ ସମ୍ପ୍ରଦାୟର ଓଡ଼ିଆ, ତେଲୁଗୁ,ହିନ୍ଦୀ ଭାଷା ଭାସି ଲୋକ ମାନେ ଉପସ୍ଥିତ ରହି ପୂଜା ଅର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି। ଲୋକ ମାନେ ହଜରତ ବାବା ଶେର ଅଲ୍ଲି ମଦିନାରା ବାବାଙ୍କ ଦର୍ଶନ ପାଇଁ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଲୋକଙ୍କ ଭିଡ଼ ରହୁଥିବାର ପରିଲକ୍ଷିତ ହୋଇଛି। ଜୟପୂର୍ ସହରର ମୁସଲିମ ଅଞ୍ଜୁମନ୍ କମିଟି ପକ୍ଷରୁ ଭକ୍ତ ମାନଙ୍କୁ ଖାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା। ବାବାଙ୍କ ଆଶୀର୍ବାଦ ପାଇ ସମସ୍ତେ ଖୁସି ଅନୁଭବ କରୁଛନ୍ତି ବୋଲି ଅଞ୍ଜୁମନ୍ କମିଟି ସଭାପତି ସୂଚନା ପ୍ରଦାନ କରିଛନ୍ତି। ପ୍ରଶାସନ ଦ୍ବାରା ପାଣି ଏବଂ ଔଷଧ ସବୁ ସୁବିଧା ଯୋଗାଇ ଦିଆଯାଇଛି। ପୋଲିସ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା କରି ଦାୟୀତ୍ୱ ନିର୍ବାହ କରୁଥିବା ଦେଖିବାକୁ ମିଳିଛି।
ବାସ୍ତବରେ ଏହା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି।
ହିନ୍ଦୁ ସମ୍ପ୍ରଦାୟ ଏବଂ ମୁସଲମାନ୍ ସମ୍ପ୍ରଦାୟ ମଧ୍ୟରେ ସୁସମ୍ପର୍କ ଗଢିଉଠୁ।
