ହୃଦ ଘାତରେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ । ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅଞ୍ଚଳରେ ବିଶେଷ ଖବର ରେ କାର୍ଯ୍ୟରତ ଯୁବା ସାମ୍ବାଦିକ ଅରୁଣ କୁମାର ଭୀମସିଂ ଗତ ଶନିବାର ସନ୍ଧ୍ୟା ୬.୩୦ ମି. ସମୟରେ ସ୍ଥାନୀୟ ଖ୍ରୀଷ୍ଟିଆନ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ହଠାତ ଜୀବନ ଚାଲିଗଲା।ସେଠାରେ ଡାକ୍ତର ତାଙ୍କୁ ହୃଦଘାତ ଜନିତ ମୃତ୍ୟୁ ଘୋଷଣା କରିଥିଲେ। ଆଜି ୮. ୩୦ ମି ସମୟରେ ପରିବାରକୁ ଶବ ହସ୍ତାନ୍ତର କରିଥିଲେ। ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଶ୍ମାଶନରେ ସ୍ୱର୍ଗତ ସିଂ ଙ୍କର ଶେଷକୃତସମ୍ପନ୍ନ କରାଯାଇଛି। କାର୍ଯ୍ୟକ୍ରମରେ ବନ୍ଧୁ ବାନ୍ଧବ ସାଙ୍ଗସାଥି, କୁଟୁମ୍ବ ପରିଜନ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି। ଆରପାରିରେ ଯୁବ ସାମ୍ବାଦିକ ଅରୁଣ ଭୀମସିଂ । ପିତା ସ୍ବର୍ଗତ ଲିଙ୍ଗରାଜ ଭୀମସିଂ ଙ୍କ ଦେହାନ୍ତ ପରେ ମାତା ବାସନ୍ତୀ ଭୀମସିଂଙ୍କ ସମ୍ପୂର୍ଣ୍ଣ ଦେଖାଶୁଣା ଏବଂ ପରିବାରର ଭାର ସାମ୍ବାଦିକ ଅରୁଣ ଭୀମସିଂ ସମ୍ବାଳି ଆସୁଥିଲେ । ବର୍ତ୍ତମାନ ଅରୁଣ ଭୀମସିଂ ଆରପାରିକୁ ଚାଲିଗଲେ। ଜନ୍ମଦାତ୍ରୀ ବୁଢ଼ୀ ମାଆର ଦୁଃଖ ଓ ଦାୟିତ୍ୱ ଭାର ବହନ କରିବ କିଏ। କିଏ ବୁଝିବ ମାଆଙ୍କ ଦୁଃଖକଷ୍ଟ।ବର୍ତ୍ତମାନ ଅସହାୟ ବୃଦ୍ଧା ମାଆ ବାସନ୍ତୀ ଭୀମ ସିଂ।ଏହି ପରିପ୍ରେକ୍ଷୀରେ ଓଡିଶା କର୍ମଜୀବୀ ସାମ୍ୱାଦିକ ସଙ୍ଘ ରାୟଗଡାର ଜିଲ୍ଲା ସଭାପତି ଖଗେଶ୍ୱର ସିଂ, ଉପସଭାପତି ପ୍ରସାଦ ଲିମା, ରୁଦ୍ର ଚୌଧୁରୀ,ସଦସ୍ୟ ଛବିଳ ଲିମା, ମୁରଲୀ ବଚା, କିଶୋର ମହାନନ୍ଦିଆ, ଦିଲୀପ ପଡ଼ିହାରୀ, ପ୍ରସାଦ ସାହୁକାର,ଲକ୍ଷ୍ମୀକାନ୍ତ ବେହେରା,ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଦୁଃଖ ସନ୍ତାପ ପରିବାରକୁ ସାନ୍ତ୍ୱନା ଦେବା ସହ ବିଷମକଟକ ବିଡ଼ିଓ ଶ୍ରୀ ଶିବ ପଟନାୟକଙ୍କୁ ସାକ୍ଷାତ କରି ସ୍ବର୍ଗତ ଅରୁଣଙ୍କ ମାଆ ଏବଂ ଆଶାୟୀ ପରିବାରଙ୍କ ଜୀବିକା ଉଦ୍ଧେଶ୍ୟରେ ଆଲୋଚନା କରିଥିଲେ।
ରାୟଗଡା ରୁ ପ୍ରସାଦ ଲିମାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
ହୃଦଘାତରେ କାର୍ଯ୍ୟରତ ସାମ୍ବାଦିକଙ୍କ ମୁର୍ତ୍ୟୁ
