ଖୋର୍ଦ୍ଧା ବିଧାୟକଙ୍କ ମଙ୍ଗଳାନଗର ଜନଶୁଣାଣି ଶିବିର ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ୧୩୧ତମ ମନ୍ କି ବାତ୍ କାର୍ଯ୍ୟକ୍ରମର ସୀଧାସଳଖ ବାର୍ତ୍ତା ଏକାଠି ବସି ଶୁଣିଲେ ଶତାଧିକ ଖୋର୍ଦ୍ଧାବାସୀ ।

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସମେତ ସହରର ଅନେକ ବୁଦ୍ଧିଜୀବୀ, ମହିଳା ଓ ଯୁବଗୋଷ୍ଠୀ ଏକାଠି ବସି ମୋଦୀଙ୍କ ବାର୍ତ୍ତା ଶୁଣିଥିଲେ । ଏହି ଅବସରରେ ମୋଦି ସୁନ୍ଦରଗଡ଼ର ସଫଳ ଚାଷୀ ହିରୋଦ ପଟେଲଙ୍କ ସଫଳତା ବାଖ୍ୟା କରିଥିଲେ।। ଏଥିସହ ଏଆଇର ବ୍ୟବହାର, ପାଣ୍ଡୁଲିପି ଉପରେ ଗବେଷଣା ସଂପର୍କରେ ଆଲୋକପାତ କରିଥିଲେ। ବର୍ତ୍ତମାନ ଚାଲିଥିବା ଓ୍ବାଲଡକପ଼୍ ଟି-୨୦ କ୍ରିକେଟରେ ବିଭିନ୍ନ ଦେଶରେ ଭାରତୀୟ ଖେଳାଳି ମାନେ ଖେଳୁଛନ୍ତି ବୋଲି କହିଥିଲେ ।

ମନ୍ କି ବାତ୍ କାର୍ଯ୍ୟକ୍ରମ ସରିବା ପରେ ବିଧାୟକ ଶ୍ରୀ ଜଗଦ୍ଦେବ ନିଷ୍ଠାପର Star କରିବାକୁ ଉପସ୍ଥିତ ଶୃଦ୍ଧିବୃନ୍ଦଙ୍କୁ କହିଥିଲେ । ପରେ ପରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିକାଶ ଦିଗରେ ବୁଦ୍ଧିଜୀବୀ ଓ ସାମ୍ବାଦିକ ମାନଙ୍କ ସହ ଆଲୋଚନା କରିଥିଲେ ।
ଖୋର୍ଦ୍ଧା ରୁ ସୂର୍ଯ୍ୟ ନାରାୟଣ ମହାନ୍ତି ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।
