୧୬ ଜଣ ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ

ଗୋଟିଏ ମନ, ଗୋଟିଏ ପ୍ରାଣ ହୋଇ ରାଜ୍ୟ ଓ ଦଳକୁ ଯଶସ୍ୱୀ କରିବା ପାଇଁ ଆହ୍ୱାନ ରଖିଛନ୍ତି ମନମୋହନ ସାମଲ। ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା ଏବଂ ଉପାଧ୍ୟକ୍ଷ ଗଣେଶ୍ୱର ବରାଳଙ୍କ ବିଜେପିରେ ଯୋଗଦାନ। ପୂର୍ବତନ ସାଂସଦ ରିତା ତରାଇ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେଲେ। ଯାଜପୁର ଜିଲ୍ଲାର ୧୬ ଜଣ ଜିଲ୍ଲା ପରିଷଦ ସଦସ୍ୟ ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ।

ରସୁଲପୁର ବ୍ଲକ ଅଧ୍ୟକ୍ଷ ଅରୁଣ କୁମାର ରାଉତ, ଧର୍ମଶାଳା ବିଜେଡି ସଭାନେତ୍ରୀ ବିଶ୍ୱବନ୍ଦନା ଜେନା, ଯାଜପୁର ଜିଲ୍ଲା ଯୁବ ବିଜେଡି ସଭାପତି କ୍ଷୀତିଶ ନାୟକ, ସମିତିସଭ୍ୟା ଖିରାବଦ୍ଧି ତନୟା ମଲିକ, ପୂର୍ବତନ ସମିତି ସଭ୍ୟା ଗୀତାଞ୍ଜଳି ପ୍ରଧାନ, ଧର୍ମଶାଳା ବିଜେଡି ଯୁବ ସଂଗଠକ ସନ୍ତୋଷ ତରାଇ, ଆଦିତ୍ୟ ପ୍ରସାଦ ପୃଷ୍ଟି ଓ ଧର୍ମଶାଳା ସାମାଜିକ ଗଣମାଧ୍ୟମ ସଂଯୋଜିକା ଚିନ୍ମୟୀ ବେହୁରା ପ୍ରମୁଖ ବିଜେପିରେ ଯୋଗଦେଲେ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବହୁ ବିଜେଡି ନେତା ବିଜେପିରେ ସାମିଲ ହେଲେ। ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଲେ ରାଜ୍ୟ ସଭାପତି ଶ୍ରୀ ସାମଲ। ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ ।

 

ଦେଶର ୨୧ ରାଜ୍ୟରେ ବିଜେପି ଏବଂ ଏନ୍‌ଡିଏର ସରକାର ଅଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୧୨ବର୍ଷ ହେବ ଅତି ନିଷ୍ଠାର ସହ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ବୋଲି ଶ୍ରୀ ସାମଲ ତାଙ୍କ ଭାଷଣରେ ଅବଗତ କରାଇଛନ୍ତି।
ଭୁବନେଶ୍ୱରରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *