ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି “we state you investigate”। ଭୁବନେଶ୍ୱରଠାରୁ ମାତ୍ର ୧୧ କି.ମି ଦୂରରେ ଦେଖିବାକୁ ମିଳିଛି ୮ କୋଟି ଟଙ୍କାର ପ୍ରକଳ୍ପର ଅବସ୍ଥା, ” ସରକାର କା ମାଲ ଦରିୟା ମେ ଡାଲ “। ଏହା ହେଉଛି ପ୍ରଯ୍ୟଟନ ବିଭାଗର ତିତିଲି ଚାନ୍ଦୁଆ କାରିଗର ଏବଂ ବ୍ୟବସାୟୀ ମାନଙ୍କ ପ୍ରତି ଏକ ଅବହେଳା। ସେ ଯାହାବି ହେଉ ଆମ ସାମ୍ବାଦିକ ତାପସ ରଞ୍ଜନ ନାୟକ ଏକ ସର୍ବେ କରି ଏହି ନ୍ୟୁଜକୁ ଉପସ୍ଥାପନା କରୁଛନ୍ତି।
ପିପିଲି ଇକୋ ଟୁରିଜିମ କ୍ରାଫ୍ଟ କମ୍ପ୍ଲେକ୍ସ ଏବେ ଭୂତକୋଠି। ୮ କୋଟି ଟଙ୍କାର ପ୍ରକଳ୍ପ ଏବେ ନିଶାଡ଼ିଙ୍କ କବଜାରେ ଅଛି।
ପିପିଲି ପୌରାଞ୍ଚଳ ଉପକଣ୍ଠ ଜାତୀୟ ରାଜପଥ କଡ଼ରେ ୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଇକୋ ଟୁରିଜିମ କ୍ରାଫ୍ଟ କମ୍ପ୍ଲେକ୍ସ ଯାହାକି ହସ୍ତଶିଳ୍ପ ଗ୍ରାମ ନାମରେ ପରିଚିତ, ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିନାହିଁ । ବିଶ୍ବପ୍ରସିଦ୍ଧ ପିପିଲି ଚାନ୍ଦୁଆ, କାରିଗର ଓ ବ୍ୟବସାୟୀଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବା ଓ ଚାନ୍ଦୁଆର ଉତ୍ପାଦନ ଗୁଡ଼ିକୁ ଗୋଟିଏ ସ୍ଥାନରେ ବିକ୍ରୟ ସହ ବିଶ୍ଵ ଦରବାରରେ ଚାନ୍ଦୁଆ ଐତିହ୍ୟର ସ୍ୱତନ୍ତ୍ର ପରିଚୟ ପାଇଁ ସରକାର ପିପିଲି ଠାରେ ଇକୋ ଟୁରିଜିମ ପ୍ରକଳ୍ପ ଅନ୍ତର୍ଗତ କ୍ରାଫ୍ଟ କମ୍ପ୍ଲେକ୍ସ ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଥିଲେ। ୨୦୦୭ ମସିହାରେ ପିପିଲି ଗାଁପଡ଼ା ଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ମହତ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା ।
ପରବର୍ତ୍ତୀ ସମୟରେ ରାଜ୍ୟ ପର୍ଯଟନ ବିଭାଗ ଅଧିନରେ ପ୍ରାୟ ୮ କୋଟି ଟଙ୍କା ବ୍ୟୟରେ ସେଠାରେ ସ୍ଵତନ୍ତ୍ର କୋଠରୀ ସହ ଚାକ୍ୟଚକ୍ୟ ସୁରମ୍ୟ ଅଟାଳିକା ନିର୍ମାଣ କଲେ। ମାତ୍ର ଉଦ୍ଘାଟନ ହୋଇପାରିଲାନି କି ବାସ୍ତବରେ ଏହାକୁ କାର୍ଯ୍ୟକାରୀ କରାଗଲା ନାହିଁ । ସେବେଠାରୁ ଏହା ଭୂତକୋଠୀ ପାଲଟିଛି । ଏବେ ନିଶାଡ଼ିଙ୍କ କବଜାରେ ଅନେକ ଅପରାଧିକ କାର୍ଯ୍ୟ ଚାଲିଛି । ପିପିଲି ଚାନ୍ଦୁଆକୁ ନେଇ ଗର୍ବ କରୁଥିବା ରାଜନେତା କିମ୍ବା ଅଧିକାରୀଙ୍କର ଏହା ଉପରେ କେବେବି ନଜର ପଡ଼ିନି । ଏହା ଥିଲା ବିଜେଡ଼ି ସରକାରଙ୍କ ସମୟର କାର୍ଯ୍ୟ ଯାହାକି ଜନହିତରେ ଆସିନାହିଁ। କିନ୍ତୁ ଏବେ ଡବଲ ଇଞ୍ଜିନ ସରକାର ଏବଂ ପିପିଲିର ବିଜେପି ବିଧାୟକ ଆଶ୍ରିତ ପଟ୍ଟନାୟକ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି। ଦୀର୍ଘ ବର୍ଷ ପରେ ୨୦୧୮ ଜୁନ ୧୮ତାରିଖରେ ପୁରୀ ପର୍ଯ୍ୟଟନ କାର୍ଯ୍ୟାଳୟ ଚିଠି ସଂଖ୍ୟା ୫୨୧ ଅନୁସାରେ ପିପିଲି ଠାରେ ଥିବା ଉକ୍ତ କ୍ରାଫ୍ଟ କମ୍ପ୍ଲେକ୍ସ ଥିବା ଦୋକାନ ଘର ଭଡ଼ାସୁତ୍ରରେ ଦେବା ପାଇଁ ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦେଶକ ଅଧିସୂଚନା ଜାରି କରିଥିଲେ ।
ତେବେ ପରିପାର୍ଶିକ ଭିତିଭୂମୀ ଠିକ ନଥିବାରୁ କେହି ଭଡ଼ା ସୁତ୍ରରେ ଆଗଭର ହେଲେନି ବୋଲି କୁହାଗଲା । ଅନ୍ୟପକ୍ଷରେ ଚାନ୍ଦୁଆ କାରିଗର ଓ ବ୍ୟବସାୟୀମାନଙ୍କ ସହ କୌଣସି ଆଲୋଚନା ନକରି ସେଠାରେ ଇକୋ ଟୁରିଜିମ କେନ୍ଦ୍ର କରାଯାଇଛି ବୋଲି ଅଞ୍ଚଳର ବରିଷ୍ଠ ଚାନ୍ଦୁଆ କାରିଗରମାନେ କହିଛନ୍ତି । ଏହାକୁ କାର୍ଯ୍ୟକ୍ଷମ କରିବା ନେଇ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉନଥିବା ଅଭିଯୋଗ ହୋଇଛି। ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବା ସହ ସେଠାରେ ଦୋକାନ ଗୃହ ଗୁଡ଼ିକୁ ଚାନ୍ଦୁଆ ବ୍ୟବସାୟୀ ଓ କାରିଗରଙ୍କୁ ଆବଣ୍ଟନ କରିବା ପାଇଁ ଚାନ୍ଦୁଆ ବ୍ୟବସାୟୀଙ୍କ ମହଲରୁ ଦାବି ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏଦିଗରେ ପଦକ୍ଷେପ ନେବାକୁ ଏବଂ ଚାନ୍ଦୁଆ ଶିଳ୍ପର ଉନ୍ନତି ପାଇଁ ଋଣ ରାଶି ପ୍ରଦାନ ଏବଂ ଅନୁସାଙ୍ଗିକ ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି ।
ପିପିଲୁର ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ତାପସ ରଞ୍ଜନ ନାୟକଙ୍କ ରିପୋର୍ଟ।