ବିଜେଡି ସରକାରଙ୍କ ସମୟରେ ପାଣି ପାଇଁ ରାସ୍ତା ରୋକ ହେଉଥିଲା ଯେଉଁଠି ମଦ ମିଳେ କିନ୍ତୁ ପିଇବା ପାଣିର ଅଭାବ।

ବିଜେଡି ସରକାରଙ୍କ ସମୟରେ ପାଣି ପାଇଁ ରାସ୍ତା ରୋକ ହେଉଥିଲା। ବହୁ ଅଞ୍ଚଳ ରାୟଗଡା ର ଏବଂ ଚିଲ୍ଲିକା ନିର୍ବାଚନ ମଣ୍ଡଳୀରେ ରହି ଅଛି, ଯେଉଁଠି ମଦ ମିଳେ କିନ୍ତୁ ପିଇବା ପାଣିର ଅଭାବ। ବୁଦ୍ଧିଜିବୀ ମାନେ ମତ ଦେଉଛନ୍ତି ଯେ ବିଜେପି ସରକାର ଏଥିପ୍ରତି ବିଶେଷ ଗୁରୁତ୍ଵ ଦେଇ ସମସ୍ୟାର ସମାଧାନ କରୁ।
ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଶଙ୍କରଡା ପଞ୍ଚାୟତର ମହିଳାମାନେ ପିଇବା ପାଣିର ସମସ୍ୟା ପାଇଁ ଆଜି ଉତ୍କଳ ଆଲୁମିନାକୁ ଯିବା ଆସିବା ମୁଖ୍ୟ ରାସ୍ତା ଅବୋରାଧ କରି ବିଖ୍ୟବ ପଦର୍ଶନ କରିଥିଲେ। ଫଳରେ ଦିନ ତମାମ ଟିକିରି ଓ କାଶୀପୁର ଯିବା ଆସିବା କରୁଥିବା ଯାନ ବାହାନ ଚଳାଚଳ ଅଟକିଥିଲା। ଅପରାହ୍ନରେ ପ୍ରଶାସନ ହସ୍ତକ୍ଷେପ ପରେ ଆନ୍ଦୋଳନ ପ୍ରତ୍ୟାହୁତ ହୋଇଥିଲା।ସୂଚନା ଅନୁଯାଇ ଶଙ୍କରଡା ଦଳିତ ସାହିରେ ସତାଦିକ ଲୋକଙ୍କ ପାଇଁ ଗୋଟିଏ ନଳକୂପ ଓ ସୋଲାର ପକଳ୍ପ ରହିଛି। ମାସରୁ ଅଧିକ ସମୟ ଧରି ସୋଲାର ପକଳ୍ପ ଅଚଳ ହୋଇ ପଡିଥିବା ବେଳେ ନଳକୂପରୁ ଆବଶ୍ୟକ ପାଣି ବାହାରୁନି। ସେହିପରି ପାଇପ ନଳ ଫାଟିବା ହେତୁ ପାଇପରେ ପାଣି ଆସୁନାହିଁ।ଏହି ସମସ୍ୟା ନେଇ ଗ୍ରାମବାସୀ ମାନେ ବାରମ୍ବାର ଅଭିଯୋଗ କରି ନିରାଶ ହେବାପରେ ଆଜି ରାସ୍ତାରୋକ କରିଥିବା କହିଛନ୍ତି।ରାସ୍ତା ରୋକ ଖବର ପାଇ ଏବିଡ଼ିଓ ପଦ୍ମିନୀ କଅଁର,ସରକାରୀ ଯନ୍ତ୍ରୀ ଆର କେ ମହାପାତ୍ର ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀଙ୍କ ସହିତ ଟିକିରି ପୋଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲେ।ଦଳିତ ସାହିରେ ପାଣି ଟ୍ୟାଙ୍କ ନିର୍ମାଣ ଏବଂ ଆଉ ଏକ ନଳକୂପ ବସାଇବା ପାଇଁ ଗ୍ରାମବାସୀ ମାନେ ଦାବି କରିଥେଲେ। ଏହି ସାହିରେ ୧୫୦ରୁ ଉର୍ଦ୍ଧ ପରିବାର ରହୁଥିବା ବେଳେ ପ୍ରାୟ୬୦୦ ରୁ ଉର୍ଦ୍ଧ୍ବ ଲୋକ ସଂଖ୍ୟା।ବିସୁଧ ପାନୀୟ ଜଳଯୋଗାଣ ହେଉ ନଥିବାରୁ ଗ୍ରାମବସି ନାଳ ଓ ଛୁଆଁ ପାଣି ପିଇଛନ୍ତି।ପ୍ରଶାସନ ଲଖିତ ପ୍ରତିଶୃତି ପରେ ରାସ୍ତା ରୋକ ପ୍ରତ୍ୟାହୂର୍ତ ହୋଇଛି ।ଗାଁ ନଳକୂପ ଖନନ ଓ ପାଣି ଟ୍ୟାଙ୍କ ବସାଇବା ପାଇଁ ପ୍ରଶାସନ ପାଖରୁ ପ୍ରତିଶୃତି ଦିଆଯାଇଥିଲା।ବର୍ତ୍ତମାନ ପାଣିର ସୁବ୍ୟବସ୍ତା ହେବା ପର୍ଯ୍ଯନ୍ତ ପ୍ରଶାସନ ତରଫରୁ ଦିନକୁ ୨ଥର ପାଣି ଟ୍ୟାଙ୍କର ଦ୍ଵାରା ଜଳ ଯୋଗାଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି।ଏଥିରେ ଶଙ୍କରଡା ସରପଞ୍ଚଙ୍କ ସହିତ ପିଇଓ ନବୀନ ନାୟକ,ୱାର୍ଡମେମ୍ବର ବନିତା ହିଆଲଙ୍କ ସହିତ ଗ୍ରାମର ବହୁ ମହିଳା ମାନେ ଉପସ୍ଥିତ ଥିଲେ।
“ଉତ୍କଳ ଆଲୁମିନା” ର ସି.ଏସ୍.ଆର ଫଣ୍ଡ ର ବିନିଯୋଗ କରି ଉକ୍ତ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ରାୟଗଡ଼ାରୁ ଫଟୋ ନ୍ୟୁଜ ଟାଇମସ୍ ର ସର୍ଭେ ରିପୋର୍ଟ୍ ଏବଂ ସାମ୍ବାଦିକ ସନ୍ତୋଷ ସାହୁଙ୍କ ଆଲେଖ୍ୟ।

Leave a Reply

Your email address will not be published. Required fields are marked *