ଐତିହାସିକ ଶୈବପୀଠ ଶ୍ରୀ ମିନାଝୋଲାରେ ମାଘମେଳା ନିମନ୍ତେ ପ୍ରସ୍ତୁତି ବୈଠକ।
ଗୁଡ଼ାରୀ ସଦର ନନ୍ଦିକିଶୋର ମହାଲକ୍ଷ୍ମୀ ଜନକଲ୍ୟାଣ ଭବନରେ ଆସନ୍ତା ଫେବୃଆରୀ ୦୧ ତାରିଖରେ ମାଘ ପୂର୍ଣ୍ଣିମା ଦିନ ମାଘମେଳା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ଗ୍ରାମପଞ୍ଚାୟତ ଅବବାହିକା ତଥା ଗୁଡ଼ାରୀ ବ୍ଲକ ସୀମାନ୍ତରେ ଅବସ୍ଥିତ ଐତିହାସିକ ପୁରାତନ ଶୈବପୀଠ ଶ୍ରୀମିନାଝୋଲା ହରିହରଙ୍କ ମିଳନ ସ୍ଥଳ।

ଦକ୍ଷିଣ ଓଡ଼ିଶାର ଈଶାନ କୋଣରେ ଅବସ୍ଥିତ। ଭାରତର ଏକମାତ୍ର ଦୃଶ୍ୟମାନ ତ୍ରିବେଣୀ ସଙ୍ଗମ ତଥା ତିନୋଟି ନଦୀ ଫଳ ଫଳିଆ, ଚାଉଳ ଧୁଆ ଓ ବଂଶଧାରା ନଦୀର ମିଶ୍ରଣ ସ୍ଥଳ ଶ୍ରୀମିନାଝୋଲା ।

କାହୁଁ ଆବାହମାନ କାଳରୁ ମିନରୂପୀ ମହାଦେବ ପୂଜା ପାଉଛନ୍ତି। ପ୍ରତିବର୍ଷ ତ୍ରିବେଣୀ ସ୍ନାନ ନିମନ୍ତେ ଓଡିଶା ସମେତ ଆନ୍ଦ୍ର ପ୍ରଦେଶ, ବିହାର, ଛତିଶଗଡ ହଜାର ହଜାର ଭକ୍ତ ବୁଡ଼ଦେଇ ଅପୁତ୍ରିକକୁ ପୁତ୍ର, ନିଧନୀକୁ ଧନ ଓ ଆରୋଗ୍ୟ ପ୍ରାପ୍ତି ନିମନ୍ତେ ମାନସିକ କରି ସଫଳ ପ୍ରାପ୍ତ ପରେ ସ୍ଥଳକୁ ଆସି ମୁଣ୍ଡନ ହୋଇଥାନ୍ତି। ଉକ୍ତ ସ୍ଥଳରେ ଗତ ୭ବର୍ଷ ହେଲା ମାଘ ପୂର୍ଣ୍ଣିମା ଦିନ ମାଘମେଳା ପାଳିତ ହୋଇ ଆସୁଛି। ଏହି ଅବସରରେ ଶ୍ରୀମିନାଝୋଲା ଉନ୍ନୟନ ପରିଷଦ କମିଟି ପକ୍ଷରୁ ଆଜି ଗୁଡ଼ାରୀ ସଦର ନନ୍ଦିକିଶୋର ମହାଲକ୍ଷ୍ମୀ ଜନକଲ୍ୟାଣ ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ପରିପ୍ରେକ୍ଷୀରେ ଚନ୍ଦ୍ରପୁର, ହନୁମନ୍ତପୁର, ଶିରୀଗୁଡା, ଗୁଡ଼ାରୀ ଓ ମୁନିଗୁଡାର ବହୁ ସଦସ୍ୟ ଓ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ ଓ ଆଲୋଚନା କରିବା ସହିତ ମାଘ ମେଳା ନିମନ୍ତେ ଏକ କମିଟି ଗଠନ ହୋଇଛି। ମାଘ ମେଳା ନିମନ୍ତେ ପାଣ୍ଠି ସଂଗ୍ରହ, ପୂଜା ସାମଗ୍ରୀ ସହିତ ମାଘ ସ୍ନାନ ଓ ବୋଇତ ବନ୍ଧାଣ, ଗଙ୍ଗା ଆବାହନ, ଗାୟତ୍ରୀ ଯଂଜ୍ଞ, ଶିବାଭିଷେକ, ହଳଦୀ, ସିନ୍ଦୁର ଓ ଶଙ୍ଖା ବିତରଣ, ଅତିଥି ନିମନ୍ତ୍ରଣ ଓ ଅଭ୍ୟର୍ଥନା, ଅନ୍ନ ପ୍ରସାଦ ବଣ୍ଟନ, ଶୃଙ୍ଖଳା ଓ ନିରୀକ୍ଷଣ କମିଟି ଗଠନ ସହିତ ପାଳନ ବିଧି ନିର୍ଦ୍ଧାରଣ କରାଯାଇଛି।

ଉକ୍ତ ବୈଠକ ଶ୍ରୀ ଗଣପତି ପ୍ରସାଦ ପାଠୀଙ୍କ ସଭାପତିତ୍ୱରେ  ବରୁଣ ବାବା, ବିଜୟ କୁମାର ସାହୁ, ସୀମା ଗୌଡ଼, ପ୍ରଫୁଲ୍ଲ କୁମାର ମୁଗୁଲି, ରଞ୍ଜିତ କଦାମ୍ବାଲୁ, ବାରଟି ନାଗା କିରଣ ଦ୍ବୟ ନନ୍ଦ, କୃଷ୍ଣ ବେହେରା, ପ୍ରସାଦ ଲିମା, ଆଇନଜୀବୀ ସୁନିତା ପଣ୍ଡା ସମେତ ଶତାଧିକ କମିଟି ସଦସ୍ୟ ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ। ମାଘ ମେଳା ନିମନ୍ତେ ପ୍ରସ୍ତାବିତ କାର୍ଯ୍ୟକ୍ରମ ଉପଲକ୍ଷେ ବିଭିନ୍ନ କମିଟି ଗଠନ କରାଯାଇଥିଲା। ଶେଷରେ ସାମ୍ବାଦିକ ପ୍ରସାଦ ଲିମା ଉପସ୍ଥିତ ସଭ୍ୟ ସମାଜକୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ।
ରାୟଗଡା ରୁ ପ୍ରସାଦ ଲିମାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *