ମୀନାଝୋଲା ହେଉଛି ରାୟଗଡା ଜିଲ୍ଲାର ତ୍ରିବେଣୀ ସଙ୍ଗମ। ଏଠାରେ ମହାଦେବ ମୀନ ରୂପରେ ପୂଜା ପାଆନ୍ତି

ମୀନାଝୋଲା ହେଉଛି ରାୟଗଡା ଜିଲ୍ଲାର ତ୍ରିବେଣୀ ସଙ୍ଗମ। ଏଠାରେ ମହାଦେବ ମୀନ ରୂପରେ ପୂଜା ପାଆନ୍ତି।
ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ହନୁମନ୍ତପୁର ଗ୍ରାମପଞ୍ଚାୟତ ତଥାଗୁଡ଼ାରୀ ବ୍ଲକ ସୀମାନ୍ତ ଅବବାହିକରେ ପ୍ରବାହିତ ତିନୋଟି ନଦୀ ବଂଶଧାରା, ଚାଉଳ ଧୁଆ, ଓ ଫଳଫଳିଆର ମିଶ୍ରଣ ସ୍ଥଳରେ ଅବସ୍ଥିତ ଐତିହାସିକ ପୁରାତନ ଶୈବପୀଠ ଶ୍ରୀ ମିନାଝୋଲା। ଭାରତର ଐଶନେଶ୍ୱର ମହାଦେବ ହରିହରଙ୍କ ମିଳନ କ୍ଷେତ୍ର, ଦୃଶ୍ୟମାନ ତିନୋଟି ନଦୀର ମିଶ୍ରଣ ସ୍ଥଳ ହେତୁ ତ୍ରିବେଣୀ ସଙ୍ଗମ। ତିନୋଟି ନଦୀର ଜଳ ଧାର ଭାରତୀୟ ଜାତୀୟ ପତାକା ରଙ୍ଗ ସଦୃଶ୍ୟ ବିଦ୍ୟମାନ। ଉକ୍ତ ସ୍ଥଳରେ କେଉଁ ଆବାହମାନ କାଳରୁ ମୀନ ଅବତାରୀ ମହାଦେବ ପୂଜାପାଇ ଆସୁଛନ୍ତି। ଫଳରେ ମିନାଝୋଲା ନାମରେ ନାମିତ। ଉକ୍ତ ପୀଠଦେଶରେ ବାବା ଜନକା ନନ୍ଦ ଗିରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜକୁ ପ୍ରାୟ ୫ବର୍ଷ ହେଲା ଗଢ଼ି ଉଠିଛି ଜନକଲ୍ୟାଣ ଆଶ୍ରମ ଶ୍ରୀ ମିନାଝୋଲା ।

ଆଧ୍ୟାତ୍ମିକ କ୍ଷେତ୍ର ଜନକଲ୍ୟାଣ ଆଶ୍ରମ ଶ୍ରୀ ମିନାଝୋଲା ପରିସରରେ ମହାଦେବଙ୍କ ସ୍ପଟିକ ଜ୍ୟୋତିର୍ଲିଙ୍ଗ ଏବଂ ବିଭିନ୍ନ ପାର୍ଶ୍ୱ ଦେବାଦେବୀ ମୂର୍ତ୍ତି  ସ୍ଥାପନ କରାଯାଇଛି। ସ୍ପଟିକ ଜ୍ୟୋତିର୍ଲିଙ୍ଗ ଏବଂ ପାର୍ଶ୍ୱ ଦେବଦେବୀଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟଅତିଥି ଭାବେ ମାନ୍ୟବର ଇସ୍ପାତ ଓ ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବିଜେପି ଜିଲ୍ଲା ସଭାପତି ଗୋପୀ ଆନନ୍ଦ, ପୂର୍ବତନ ବିଜେପି ବିଧାୟକ ଗୁଣୁପୁର ତ୍ରିନାଥ ଗମାଙ୍ଗ, ବିଜେପି ଷ୍ଟେଟ ଏକଜୁକେଟିଭ ମେମ୍ବର ଶିବ ପଟ୍ଟନାୟକ, ଜନକଲ୍ୟାଣ ଆଶ୍ରମ ପ୍ରତିଷ୍ଠାତା ବାବା ଜନକା ନନ୍ଦ ଗିରୀ, ଜନକଲ୍ୟାଣ ଆଶ୍ରମ ଶ୍ରୀମିନାଝୋଲା ଟ୍ରଷ୍ଟ ଚେୟାରମେନ ବାଳକୃଷ୍ଣ ପଣ୍ଡା, ସମ୍ପାଦକ ଉଦୟ ଚନ୍ଦ୍ର ପଣ୍ଡା, ବିଜେପି ଆଦିବାସୀ ମୋର୍ଚ୍ଚା କାଳିରାମ ମାଝୀ, ରାୟଗଡା ଜିଲ୍ଲା ବିଜେପି ନେତା ଏଲ କଣ୍ଡା ବାବୁ, ଶିବଶଙ୍କର ଉଲାକା ଯୋଗଦେଇ ସ୍ଥାନୀୟ ମନ୍ଦିର, ପ୍ରାଚୀନ ଗୁରୁକୁଳ ଶ୍ରୀ ମିନାଝୋଲା, ଭୋଜନାଳୟ,ପୂଜାଭଣ୍ଡାର ଆଦିର ଶୁଭ ଉଦଘାଟନ କରିଥିଲେ।

ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ଶ୍ରୀମିନାଝୋଲାର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ସ୍ଥିତି ପରଖି ଥିବା ଦେଖିବାକୁ ମିଳିଛି। ଉପସ୍ଥିତ ବୁଦ୍ଧିଜୀବୀ, ନେତୃବୃନ୍ଦ, ଜନସାଧାରଣ ଶ୍ରୀମିନାଝୋଲା ଶୈବ ପୀଠକୁ ଏକ ପର୍ଯ୍ୟଟନ ସ୍ଥଳ ଓ ଆଧ୍ୟାତ୍ମିକ କ୍ଷେତ୍ରର ମାନ୍ୟତା ଦାବୀ ରଖିଥିଲେ । ଏହି ପରିପ୍ରେକ୍ଷୀରେ ଏକ ସଭାର ଆୟୋଜନ କରାଯାଇଥିଲା। ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ଜଗନ୍ନାଥଙ୍କ ପ୍ରତି ଛବିରେ ଧୂପ ଦୀପ ପ୍ରଜ୍ବଳନ ଓ ଜାତୀୟ ସଂଗୀତ ଗାନ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ମନ୍ତ୍ରୀ ଜେନାଙ୍କ ସମେତ ଅତିଥି ମାନେ ଶ୍ରୀ ମିନାଝୋଲା ସମ୍ପର୍କରେ ନିଜ ନିଜର ମତାମତ ରଖିଥିଲେ ।

ଉକ୍ତ ସଭାରେ “ଶିବା ଦି ଲିଜେଣ୍ଡ ଗାର୍ଡ” ର ସ୍ଵନକ୍ଷେତ୍ର ବିଷାଙ୍କ ଉନ୍ମୋଚନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀମତି ବିଦୁଷା ଶତପଥୀ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ଉଦୟ ଚଦ୍ର ପଣ୍ଡା ଧନ୍ୟବାଦ ପୂର୍ବକ ସଭା ଶେଷର ଘୋଷଣା କରିଥିଲେ। ଜନକଲ୍ୟାଣ ଗୁରୁକୁଳ ଶ୍ରୀମିନାଝୋଲାରେ ବାଟିକା, ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀରେ ପ୍ରାୟ ୫୦ ଜଣ ଛାତ୍ର ଅଧ୍ୟୟନ କରୁଥିବା ସୂଚନା ମିଳିଛି।
ରାୟଗଡାରୁ ଫଟୋ ନ୍ୟୁଜ ଟାଇମସ୍ ର ସ୍ୱତନ୍ତ୍ର ପ୍ରତିନିଧି ପ୍ରସାଦ ଲିମାଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *