ଦେଶୀ ମଦ ପ୍ରସ୍ତୁତି ଏକ କଟେଜ ଇଣ୍ଡଷ୍ଟ୍ରି

ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ କରି ଦେଶୀ ମଦ ଜବତ କରିଛନ୍ତି ଅବକାରୀ ବିଭାଗ । ଅବକାରୀ ବିଭାଗକୁ ସରକାର ଦେଇଥିବା କ୍ଷମତା ଯଥେଷ୍ଟ ହେଉନଥିବାରୁ ଏହିଭଳି ଘଟଣାମାନ ଘଟୁଅଛି।

ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଜଡ଼ାପାଳ ଗ୍ରାମ ରାସ୍ତା ନିକଟରେ ବେଆଇନ ଭାବେ ଦେଶୀ ମଦ ବିକ୍ରି ଚାଲିଥିବା ବେଳେ ବୌଦ୍ଧ ଅବକାରୀ ବିଭାଗ ଚଢ଼ଉ କରିଛି l ସୁରେଶ ମଲ୍ଲିକ ନିକଟରୁ ୧୧ ଲିଟର ଦେଶୀ ମଦ ଜବତ ହୋଇଥିଲା l ଅବକାରି ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ନୋଟିସ୍ ଦେଇ ତାକୁ ଛାଡ଼ି ଦିଆଯାଇଛି l ସେହି ପରୀ ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ଜଡ଼ାପାଳ ଗ୍ରାମ ନିକଟ ଜଙ୍ଗଲ ରେ ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତି ଚାଲିଥିବା ଖବର ପାଇ ଏକ ଟିମ୍ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ l ୨ଶହ କେଜି ମହୁଲ ପୋଚ ସହ ୨୨ ଲିଟର ଦେଶୀ ମଦ ଜବତ କରି ଘଟଣା ସ୍ଥଳରେ ମହୁଲ ପୋଚ ନଷ୍ଟ କରିଦିଆଯାଇଥିଲା l ସେହି ପରୀ ଅନ୍ୟ ଏକ ମାମଲା କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ନୂଆଁପାଳି ଗ୍ରାମ ରାସ୍ତାରେ ବିରେନ୍ଦ୍ର ନାୟକ ନିକଟରୁ ୭ ଲିଟର ଦେଶୀ ମଦ ଜବତ କରିବା ସହ ଏକ ମାମଲା ରୁଜୁ କରି ତାଙ୍କୁ ନୋଟିସ୍ ଦେଇ ଛାଡ଼ି ଦିଆଯାଇଥିବା କଣ୍ଟାମାଳ ଅବକାରୀ ଥାନା ଅଧିକାରୀ ସତ୍ୟାନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି l


ବୌଦ୍ଧ ଜିଲ୍ଲାରେ ଦେଶୀ ମଦ ପ୍ରସ୍ତୁତି ଏକ ”କଟେଜ ଇଣ୍ଡଷ୍ଟ୍ରି” ରେ ପରିଣତ ହୋଇଅଛି।ଏହା ଦ୍ୱାରା ବିଷାକ୍ତ ମଦ ପ୍ରସ୍ତୁତି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ସରକାର ଏଥିପ୍ରତି ସଜାଗ ନହେଲେ ବିଷାକ୍ତ ମଦ ଜନିତ ମୃତ୍ୟୁ ହୋଇପାରେ।

ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

Leave a Reply

Your email address will not be published. Required fields are marked *