ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସ୍ୱର୍ଗୀୟ ସୌମ୍ୟାଶ୍ରୀଙ୍କୁ କଲେଜ କତୃପକ୍ଷ ଶାରୀରିକ ମାନସିକ ନିର୍ଯ୍ୟାତନା ଦେବା ଫଳରେ ନିଜେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ଆଜି ସନ୍ଧ୍ୟା ୫ ଘଣ୍ଟିକା ସମୟରେ ସ୍ଥାନୀୟ ହୋଟେଲ କପିଳାସ ଛକ ନିକଟରେ ରାୟଗଡ଼ା ଜିଲ୍ଲା ଯୁବ କଗ୍ରେସ ସଭାପତି ମୋହନ ନାୟକଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂର୍ଯ୍ୟବଂଶୀ ସୁରଜଙ୍କ ଫୋଟ ଚିତ୍ରରେ କୁଶପୁତ୍ତଳିକା ଦାହ କରିଥିଲେ।

ସୋମ୍ୟାଶ୍ରୀଙ୍କ ମୃତ୍ୟୁ ନେଇ ସରକାର ଏବଂ ପ୍ରଶାସନ ଜାଣି ଶୁଣି କୌଣସି ପଦକ୍ଷେପ ନନେବାରୁ ଛାତ୍ରୀର ଆଜି ମୃତ୍ୟୁ ଘଟିଛି।ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂର୍ଯ୍ୟବଂଶୀ ସୁରଜ ବାଲେଶ୍ଵର ବିଧାୟକଙ୍କୁ ପଦବୀରୁ ଇସ୍ତଫା ଦିଅ ଏବଂ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଯଦି ଦାବୀ ପୂରଣ ନହେଲେ ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ରହିବ ବୋଲି ଡାକରା ଦେଇଛନ୍ତି।

ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ରାୟଗଡ଼ା ବିଧାୟକ ଶ୍ରୀ ଆପଲା ସ୍ଵାମୀ, ଦୁର୍ଗା ପ୍ରସାଦ ପଣ୍ଡା,ଶଙ୍କର ଜିଲାକରା, ଅଶୋକ ପୂଆଲା,ଭୀମ ସେନ ମାଝୀ,ଶରତ କୁମାର ନାଏକ, ମୋନୋଜ ନାଏକଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ।
ରାୟଗଡ଼ା ଜିଲ୍ଲା ପ୍ରତିନିଧି ମନୋରଞ୍ଜନ ଶତପଥିଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମସ।
