ବିବାହିତା ମହିଳାଙ୍କୁ ଦୁଷ୍କର୍ମ । ଗିରଫ ହେଲେ ରାୟଗଡ଼ା ଅତିରିକ୍ତ ଅଗ୍ନିଶମ ଅଧିକାରୀ

ବିବାହିତା ମହିଳାଙ୍କୁ ଦୁଷ୍କର୍ମ । ଗିରଫ ହେଲେ ରାୟଗଡ଼ା ଅତିରିକ୍ତ ଅଗ୍ନିଶମ ଅଧିକାରୀ ।
‎ରାୟଗଡ଼ା ଅଗ୍ନିଶମ ବିଭାଗର ଅତିରିକ୍ତ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରାଙ୍କୁ ବଳାତ୍କାର ମାମଲାରେ ରାୟଗଡ଼ା ଟାଉନ ଥାନା ପୋଲିସ ରବିବାର ଗିରଫ କରିଛି। ଗିରଫ ପରେ ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ପ୍ରସନ୍ନ କୁମାର ବେହେରା ସୂଚନା ଦେଇଛନ୍ତି।

ଜଣେ ମହିଳାଙ୍କ ଅଭିଯୋଗକୁ ଆଧାର କରି ପୋଲିସ କେସ ନଂ ୨୫୫ରେ ମାମଲା ରୁଜୁ କରି ରମେଶ ବେହେରାଙ୍କୁ ଗିରଫ କରିଛି। ଘଟଣାରୁ ପ୍ରକାଶ ଯେ, ରାୟଗଡ଼ାରେ ପ୍ରାୟ ଦୁଇ ବର୍ଷ ହେଲା ଅତିରିକ୍ତ ଅଗ୍ନିଶମ ଅଧିକାରୀ ବେହେରା ଜନୈକ ବିବାହିତ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ । ଏଥି ସହିତ ତାଙ୍କୁ ନିର୍ଯାତନା ମଧ୍ୟ ଦେଇ ଆସୁଥିଲେ। ମହିଳା ଜଣକ ଦୁଇଟି ସନ୍ତାନର ମାଆ ଅଟନ୍ତି। ତେବେ ଏନେଇ ମହିଳାଜଣଙ୍କ ରବିବାର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Leave a Reply

Your email address will not be published. Required fields are marked *