ଏଆଇସିସି ର ସୃଜନଶୀଳ ଅଭିଯାନ। ଜିଲ୍ଲା ସଭାପତି ଚୟନରେ କର୍ମୀ ମତ ସଂଗ୍ରହ କାର୍ଯ୍ୟକ୍ରମ। ଏଆଇସିସି ର ନିର୍ଦ୍ଧେଶକ୍ରମେ ଓଡିଶା ରାଜ୍ୟ କଂଗ୍ରେସର ସଂଗଠନ ସୃଜନଶୀଳ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ଆରମ୍ଭ ହୋଇଯାଇଛି ।

ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଏଆଇସିସିର ନିର୍ଦ୍ଧେଶକ୍ରମେ ଓଡିଶା ରାଜ୍ୟ ପର୍ଯ୍ୟବେକ୍ଷକ ଭାବେ କର୍ଣ୍ଣାଟକ ରାଜ୍ୟ ବିଧାୟକ ଶ୍ରୀ ରିଜୱାନ ଅର୍ଶଦ ଯୋଗ ଦେଇଥିବା ବେଳେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ରାଜ୍ୟ ପର୍ଯ୍ୟବେକ୍ଷକ ଚିନ୍ମୟ ସୁନ୍ଦର ଦାଶ, ବଳଭଦ୍ର ମାଝୀ, ଅଖିଳ ଭତ୍ରା ଓ ରାୟଗଡା ବିଧାୟକ କାଡ୍ରାକା ଆପଲ ସ୍ୱାମୀ ଯୋଗ ଦେଇଥିଲେ ।

ଏହି ପରିପ୍ରେକ୍ଷୀରେ ଜିଲ୍ଲା କଂଗ୍ରେସ ସଭାପତି ଚୟନ ନିମନ୍ତେ ୧୧ଗୋଟି ବ୍ଲକରେ କର୍ମୀ ମତ ସଂଗ୍ରହ କାର୍ଯ୍ୟକ୍ରମ ଜୋର ଧରିଛି । କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଅତିଥି ମାନଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ସମ୍ମାନିତ ସହ ପାଛୋଟି ନେଇ ମଞ୍ଚାସିନ କରାଇଥିଲେ। ମଞ୍ଚାସିନ ଅତିଥି ମାନଙ୍କ ଗହଣରେ ପର୍ଯ୍ୟବେକ୍ଷକ ମାନେ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ, ପ୍ରସଙ୍ଗ ଓ ନିୟମାବଳୀ ସମ୍ପର୍କରେ ଉପସ୍ଥିତ କଂଗ୍ରେସ କର୍ମକର୍ତା ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ରାୟଗଡା ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶଙ୍କର୍ଷଣ ମଙ୍ଗରାଜ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବ୍ଲକ କଂଗ୍ରେସ ସଭାପତି ଅଙ୍ଗଦ ନାଏକ ସମସ୍ତ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କାଶୀପୁର ବ୍ଲକର ୨୪ଗୋଟି ପଞ୍ଚାୟତରୁ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇ ନିଜ ନିଜର ମତ ସାବ୍ୟସ୍ତ କରିଥିଲେ।
ରାୟଗଡା ରୁ ପ୍ରସାଦ ଲିମାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
