କଣ୍ଟାମାଳର “ମୁଁ ଅଦ୍ଵିକା-ମୋ ସ୍ୱର ମୋ ପସନ୍ଦ” କାର୍ଯ୍ୟକ୍ରମ ଅନୁଷ୍ଠିତ l
କିଶୋରୀ ବାଳିକାଙ୍କ ଶାରୀରିକ, ମାନସିକ ଏବଂ ସାମାଜିକ ଅଭିବୃଦ୍ଧି ନିମନ୍ତେ ଅଦ୍ଵିକାର ଅବଦାନ ଅତୁଳନୀୟ ଏବଂ ସେମାନଙ୍କ ମଧ୍ୟରେ ଲୁକ୍କାୟିତ ଥିବା ପ୍ରତିଭାର ଅନ୍ବେଷଣ ପାଇଁ ଅଦ୍ଵିକା ଦ୍ୱାରା ଆୟୋଜିତ ମୋ ସ୍ୱର ମୋ ପସନ୍ଦ କିଶୋରୀ ବାଳିକାଙ୍କ ପାଇଁ ଅନନ୍ୟ ସୁଯୋଗ ବୋଲି ଆଜି କଣ୍ଟାମାଳ ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ଆନୁକୂଲ୍ୟରେ ଆୟୋଜିତ ଅଦ୍ଵିକା ପ୍ରତିଭା ଅନ୍ବେଷଣ ଶିବିରରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି l

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମିଶନ ଶକ୍ତି ଭବନରେ ଅନୁଷ୍ଠିତ ଅଦ୍ଵିକା କାର୍ଯ୍ୟକ୍ରମରେ ପ୍ରକଳ୍ପ ଅଧିକାରୀ ପଙ୍କଜିନୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସୁରକ୍ଷା ଓ ପରିଯୋଜନା ଅଧିକାରୀ ସନ୍ତୋଷିନୀ ଭୋଇ, ସୁଜାତା ପାଣିଗ୍ରାହୀ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ, ବୌଦ୍ଧ, ମାଧବ ଚନ୍ଦ୍ର ତୋଳା,ଜିଲ୍ଲା ହବ ସହାୟକ ବୌଦ୍ଧ, ମୁଖ୍ୟବକ୍ତା ଭାବେ ସମାଜସେବୀ ଦିବ୍ୟଶଙ୍କର ରାଉତ ପ୍ରମୁଖ ଯୋଗ ଦେଇଥିଲେ l କଣ୍ଟାମାଳ ପ୍ରକଳ୍ପର ସମସ୍ତ ମଣ୍ଡଳ ପରିଦର୍ଶିକା, ବିଶୀ କେଶନ ବେହେରା, କନିଷ୍ଠ ରାଜସ୍ୱ ସହାୟକ, ଦେବେନ୍ଦ୍ର ମାଝି, କନିଷ୍ଠ ସହାୟକ ଓ ଅନ୍ୟାନ୍ୟ କର୍ମ ଚାରୀ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରି ଥିଲେ l ଅନୁଷ୍ଠିତ ନୃତ୍ୟ ପ୍ରତିଯୋଗିତାରେ ବେବି ନାୟକ (ଦେଉଳଡୁଙ୍ଗୁରି), ଧୀର ସାଇକେଲ ଚାଳନାରେ ପୂଜା ନାଏଜ(ସାନଛପାପାଲି) ଏବଂ ଛିଲୋଲାଇ ଖେଳରେ ମାମିନା ବିଶି (ସାନଛପାପାଲି ) ପ୍ରଥମ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ
