କଣ୍ଟାମାଳ ବ୍ଲକ ଗସ୍ତରେ ଜିଲ୍ଲାପାଳ

କଣ୍ଟାମାଳ ବ୍ଲକ ଗସ୍ତରେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ମାନେ ଆସିକରି ବିଭିନ୍ନ ସ୍ଥାନ ପରିଦର୍ଶନ କଲେ। ବୁଧବାର ଦିନ ୧୦ଘଟିକା ସମୟରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଓ ବରିଷ୍ଠ ଅଧିକାରୀ ମାନେ କଣ୍ଟାମାଳ ବ୍ଲକ ଗସ୍ତରେ ଯାଇ ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି l ମିଳିଥିବା ସୂଚନା ଅନୁଯାୟୀ ଖମନମୁଣ୍ଡା ଠାରେ “ଏକପେଡ ମା କେ ନାମ” ବୃକ୍ଷ ରୋପଣ ପାଇଁ ଚାଲିଥିବା ଗାତ ଖୋଳା କାର୍ଯ୍ୟର ଅନୁଧ୍ୟାନ କରିଥିଲେ l ସେହିପରି ଦିଗୁନମାଲ ହାଇସ୍କୁଲ ମଧ୍ୟ ପରିଦର୍ଶନ କରିଥିଲେ l ଛାତ୍ର ଛାତ୍ରୀ ମାନଙ୍କୁ ପ୍ରାକଟିକାଲ୍ କ୍ଲାସ୍ ମାଧ୍ୟମରେ ବିଜ୍ଞାନ ପଢାଇବା ପାଇଁ ପ୍ରଧାନ ଶିକ୍ଷକ ଓ ବିଜ୍ଞାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ l ପରିଦର୍ଶନ ସମୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, କଣ୍ଟାମlଲ ସାମି ଜୟଶ୍ରୀ ରେଡି, ସରପଞ୍ଚ ଅଳକା ପ୍ରଧାନ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

Leave a Reply

Your email address will not be published. Required fields are marked *