ରାୟଗଡା ଜିଲ୍ଲାରେ ଭାସ୍କର ରାଓ ଓ ହିମିରିକାଙ୍କ ଇସ୍ତଫା ଦଳର ସଂଗଠନ ଉପରେ କୌଣସି ପ୍ରଭାବ ପଡିବ ନାହିଁ

ରାୟଗଡା ଜିଲ୍ଲାରେ ଭାସ୍କର ରାଓ ଓ ହିମିରିକାଙ୍କ ଇସ୍ତଫା ଦଳର ସଂଗଠନ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ସୁଧୀର ଦାସ କହିଛନ୍ତି। ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସୁଦୃଢ଼ ରହିଛି। ଭାସ୍କର ରାଓଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ। ଏନ୍. ଭାସ୍କର ରାଓ, ଲାଲ ବିହାରୀ ହିମିରିକା ଓ ରାୟଗଡା ଜିଲ୍ଲାର ବିଜୁ ଜନତା ଦଳର କିଛି କର୍ମକର୍ତ୍ତା ଦଳରୁ ଇସ୍ତଫା ଦେଇଥିବା ବେଳେ, ଏହା ଦଳର ସଂଗଠନ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଜୁ ଜନତା ଦଳ ରାୟଗଡା ଜ଼ିଲ୍ଲା ସଭାପତି ଜଗନ୍ନାଥ ସାରକା ଓ ପୂର୍ବତନ ଜ଼ିଲ୍ଲା ସଭାପତି ସୁଧୀର ଦାସ ଏକ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି I ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ସଂଗଠନ ରାଜ୍ୟରେ ସୁଦୃଢ଼ ରହିଛି ଓ ଆଗାମୀ ଦିନରେ ଆହୁରି ସଶକ୍ତ ହେବ ବୋଲି ରାୟଗଡା ଜ଼ିଲ୍ଲା ବିଜେଡି ପ୍ରେମୀ ମାନେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ମତ ରଖିଛନ୍ତି l


ସକାଳ 10:00 ଟା ସମୟରେ ରାୟଗଡ଼ ସଦରମହକୁମା ସ୍ଥିତ କୈଳାଶ ହୋଟେଲର ବୈଠକ କକ୍ଷ ଠାରେ ରାୟଗଡ଼ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଜଗନ୍ନାଥ ସାରକାଙ୍କ ନେତୃତ୍ୱରେ ଗୋଟିଏ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସାମ୍ବାଦିକ ସମ୍ମିଳନୀରେ, ରାୟଗଡା ବିଜେଡି ଦଳର ସଭାପତି ଜଗନ୍ନାଥ ସାରକା କହିଛନ୍ତି ଯେ ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାୟଗଡା ଜ଼ିଲ୍ଲା ର ସଭାପତି ଭାବେ ମୋ ନାମ କୁ ଘୋଷଣା କରିଥିଲେ। ଏଥିରେ ଆସନ୍ତୁଷ୍ଟ ହୋଇ ରାୟଗଡା ଜିଲ୍ଲାରେ ଏନ୍. ଭାସ୍କର ରାଓ, ଲାଲ ବିହାରୀ ହିମିରିକା ଓ ଦଳର ଅନ୍ୟ କିଛି କର୍ମକର୍ତ୍ତା ଦଳରୁ ଇସ୍ତଫା ଦେଇଛନ୍ତି।

ଏହା ହାସ୍ୟାସ୍ପଦ କିନ୍ତୁ, ଦଳରୁ ଏହି ନେତା ମାନଙ୍କର ଇସ୍ତଫା ଦଳର ସଂଗଠନ ଉପରେ କୌଣସି ପ୍ରଭାବ ପଡିବ ନାହିଁ | ଦଳରେ ନିଷ୍ପତ୍ତି କିଏ ନେଉଛନ୍ତି ବୋଲି ଶ୍ରୀ ରାଓ ଦେଇଥିବା ମନ୍ତବ୍ୟ ଦୁର୍ଭାଗ୍ୟଜନକ। ଯଦି ଶ୍ରୀ ରାଓ ଦଳରେ କିଏ ନିଷ୍ପତ୍ତି ନେଉଛନ୍ତି ବୋଲି ଜାଣିପାରୁ ନାହାନ୍ତି, ତାହେଲେ ବିଭିନ୍ନ ପଦପଦବୀରେ ରହି ଲମ୍ବା ସମୟ ଦଳରେ କାର୍ଯ୍ୟ କରିଥିବା ଶ୍ରୀ ରାଓ ଦଳ ପାଇଁ କିଭଳି କାର୍ଯ୍ୟ କରୁଥିଲେ ବୋଲି ସୁଧୀର ଦାସ ପ୍ରଶ୍ନ କରିଛନ୍ତି । ଦଳ ତରଫରୁ ଶ୍ରୀ ରାଓଙ୍କୁ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିବାକୁ ସୁଯୋଗ ଦେବା ସହିତ ତାଙ୍କୁ ରାଜ୍ୟସଭା ସାଂସଦ କରାଯାଇଥିଲା। ଦଳ ତାଙ୍କୁ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରିଥିବା ସତ୍ତ୍ୱେ ସେ ଦଳ ଛାଡିବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ବିରୋଧୀ ଦଳ ଭାବେ ବିଜେଡି ଦାୟିତ୍ଵ ସମ୍ପାଦନ କରୁଥିବା ବେଳେ ଦଳ ଛାଡ଼ିଛନ୍ତି । ଶ୍ରୀଦାସ କହିଛନ୍ତି ଯେ ଗତ ୧୯୯୦ ମସିହା ରେ ବିଜୁ ବାବୁଙ୍କ ନେତୃତ୍ୱ ରେ ଓଡିଶା ରେ ବିଧାନସଭା କୁ ୧୨୩ ବିଧାୟକ ଯାଇଥିଲେ। ସେଥିରୁ ଗୁଣୁପୁର ରୁ ରମୂର୍ତ୍ତି ଗମାଙ୍ଗ ଓ ବିଷମକଟକ ରୁ ସାରଙ୍ଗାଧର କାଡ୍ରକା ନିର୍ବାଚିତ ହୋଇଥିବା ବେଳେ ରାୟଗଡା ରେ କାହିଁକି ଜନତା ଦଳ ପ୍ରାର୍ଥୀ ପରାଜୟ କରିଥିଲା l ଆଜିର ଏହି ସମ୍ମିଳନୀ ରେ ପଦ୍ମପୁର ବ୍ଲକର ଶ୍ୟାମ ମହାନ୍ତି କ୍ଷୀରୋଦ ପଟ୍ଟନାୟକ,ବିଜୟ ଶବର,ଗୁଡାରି ରୁ ସନ୍ତୋଷ

 


ମହାନ୍ତି,ଟୁନାଗୌଡ଼,ସୁଶୀଳଗୁରୁ,ରାମନାଗୁଡ଼ା ଗଗନ ଆଚାର୍ଯ୍ୟ,ଋଷି ପାତ୍ର,କୋମଳ ମୁଟିକା,ପଦ୍ମପୁର ରୁମଣ୍ଟୁ ଆଚାର୍ଯ୍ୟ, ହୂର୍ତ୍ତୁଲା ମାଝୀ,ଦେବେନ୍ଦ୍ର ପାଢ଼ୀ, ଲକ୍ଷ୍ମଣ ସାହୁ, ରାୟଗଡା ସହର ର ସତ୍ୟ ପାଢ଼ୀ,ବୁଲା ପାଢ଼ୀ,ଟିଟ ରଥ, କେସିଂପୁର ଭୀମସେନ ଙ୍କ ସମତେ ବହୁ କର୍ମୀ ଉପସ୍ଥିତ ଥିଲେ l ମଂଚାସୀନ ନେତା କହିଥିଲେ, ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଦଳ ସୁଦୃଢ଼ ରହିଛି ଓ ଆଗାମୀ ଦିନରେ ଆହୁରି ସଶକ୍ତ ହେବl ଆଜିର ଏହି କାର୍ଯ୍ୟକ୍ରମ କୁ ଦେବାଶିଷ ଖାଡ଼ଙ୍ଗା ପରିଚାଳନା କରିଥିଲେ।
ଗୁଣପୁର ରୁ ହୃଷିକେଶ ପାତ୍ରଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *