ସାଥୀ ଆପ ର କ୍ୟୁ ଆର୍ କୋଡ଼, ଦାକ୍ଷିଣାଅଞ୍ଚଳ ଆଇ ଜି ନୀତି ଶେଖର ଙ୍କ ଦ୍ଵାରା ଉଦଘାଟିତ

ସାଥୀ ଆପ୍ ଉଦ୍‌ଘାଟନ କଲେ ଦକ୍ଷିଣାଞ୍ଚଳ ଆଇଜି ।
ଲୋକଙ୍କ ସୁବିଧା ତଥା ନିକଟତର ହେବା ଲକ୍ଷ୍ୟରେ ପ୍ରସ୍ତୁତ ସାଥୀ ଆପ୍‌କୁ ଉଦ୍‌ଘାଟନ କରିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର। ଏହା ଏକ କ୍ୟୁ ଆର୍ କୋଡ ସକ୍ଷମ “ହ୍ଵାଟସ୍ ଆପ୍ ଚାଟ” ସେବା। ଏହି ଆପ ମାଧ୍ୟମରେ ସମସ୍ତ ଅଭିଯୋଗ କରି ହେବ। ଯେଉଁ ସ୍ଥାନରେ ଥିଲେ ମଧ୍ୟ ସ୍ଥାନୀୟ ଥାନା ଏବଂ ଥାନା ଅଧିକାରୀଙ୍କ ସହ ସମ୍ପର୍କ କରିହେବ।

ମାମଲାର ଅଗ୍ରଗତି ଗତି ସମ୍ପର୍କରେ ମଧ୍ୟ ଜାଣି ହେବ ବୋଲି କୁହାଯାଇଛି। ଏହା ଦ୍ଵାରା ସାଧାରଣ ଲୋକ ପୁଲିସର ତ୍ବରିତ ସେବା ପାଇପାରିବେ। ବିଶେଷ କରି ପୀଡ଼ିତା ମହିଳା ଓ ଯୁବତୀମାନେ ସେମାନଙ୍କ ସହିତ ହୋଉଥିବା ନିର୍ଯାତନା ସମ୍ପର୍କରେ ଆପ ମାଧ୍ୟମରେ ଅଭିଯୋଗ କରି ପାରିବେ । ମାମଲା ରୁଜୁ କରିବାର ତିନି ଦିନ ମଧ୍ୟରେ ଥାନାକୁ ଆସି ଅଭିଯୋଗ ପତ୍ରରେ ଦସ୍ତଖତ କରିବାକୁ ପଡ଼ିବ ବୋଲି କୁହାଯାଇଛି । ସମ୍ବେଦନଶୀଳ ଘଟଣା ହୋଇଥିଲେ ପୁଲିସ ନିଜେ ଘରକୁ ଯାଇ ଦରଖସ୍ତ ଗ୍ରହଣ କରିବ ବୋଲି ମଧ୍ଯ ଜଣାଯାଇଛି। ରାଜ୍ୟରେ ଏଭଳି ପ୍ରୟାସ ପ୍ରଥମ ବୋଲି ସ୍ଥାନୀୟ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କନ୍ଧମାଳ ଏସ୍‌ପି ହରିଶ ବିସି ।
ଫୁଲବାଣୀରୁ ଫଟୋ ନ୍ୟୁଜ ଟାଇମ୍ସର ସାମ୍ବାଦିକ ଶିବାଜୀ ଜେନାଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *