ନୂଆପଡା ଉପନିର୍ବାଚନ ପାଇଁ ଦଳୀୟ ପାର୍ଥିମାନେ ଆଉ ମାତ୍ର ୧୦ ଦିନ ପାଇଁ ପ୍ରଚାର କରି ଭୋଟର ମାନଙ୍କୁ ନିଜ ସପକ୍ଷରେ ପ୍ରଭାବିତ କରିପାରିବେ। ଆମ ଫଟୋ ନ୍ୟୁଜ ଟାଇମ୍ସର “ଗ୍ରାଉଣ୍ଡ ଜିରୋ”ର ରିପୋର୍ଟ ଅନୁଯାୟୀ ବିଜେପିକୁ କୋମନା ବ୍ଲକରେ ଥିବା ୩୧ ଗୋଟି ଗ୍ରାମ ପଞ୍ଚାୟତର ଚିନ୍ତା ଏବଂ ବିଜେଡ଼ି ପାଇଁ ନୂଆପଡାର ୩୧ଗୋଟି ଗ୍ରାମ ପଞ୍ଚାୟତର ଚିନ୍ତା। ବିଜେଡି ବର୍ତମାନ କିପରି ନୂଆପଡାରେ ତାର ସ୍ଥିତି ଜାହିର କରିବ ସେଥିପାଇଁ ରଣ କୌଶଳ ଜାରିରଖିଛି। ପ୍ରାୟ ପ୍ରତ୍ୟକ ପଞ୍ଚାୟତରେ ବିଜେଡିର ପୂର୍ବତନ ମନ୍ତ୍ରୀ ଦେବି ମିଶ୍ରଙ୍କ ନେତୃତ୍ୱରେ ଅନ୍ୟ ନେତା ମାନେ ପ୍ରତ୍ୟକ ପଞ୍ଚାୟତରେ ଭୋଟର ମାନଙ୍କ ସହିତ ସେଠାରେ ଘରଭଡା ନେଇ ରହିଛନ୍ତି।ସେହିଭଳି ବିଜେଡିର ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଲିଡରସିପରେ ଅନ୍ୟନେତା ମାନେ କୋମନା ବ୍ଲକରେ ପ୍ରତ୍ୟକ ପଞ୍ଚାୟତରେ ଘରଭଡା ନେଇ ଭୋଟର ମାନଙ୍କ ସହ ରହି ବିଜେଡ଼ି ସପକ୍ଷରେ ସେମାନଙ୍କ ଭୋଟ ଦେବାକୁ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। କିନ୍ତୁ ବିଜେପି ଏହି ପନ୍ଥା ଆପଣେଇ ନାହିଁ। ତାଙ୍କର ଦଳୀୟ ନେତା ମାନେ ଖରିୟାର ରୋଡ଼ ଏବଂ ନୂଆପଡା ଏନ.ଏ.ସି. ରେ ରହି ପଞ୍ଚାୟତ ମାନଙ୍କରେ କାର୍ଯ୍ୟ କରୁଛନ୍ତି। ଆମ କ୍ୟାମେରା ଟିମକୁ କଂଗ୍ରେସ ଦଳର ରାଜ୍ୟସଭାପତି ଭକ୍ତ ଦାସ ନୂଆପଡା ନିର୍ବାଚନ ସମ୍ପର୍କରେ ନିଜର ମତ ଓ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ନୂଆପଡା ଭୋଟର ମାନେ ବହୁତ ଚାଲାକ ଏବଂ ସ୍ୱାଭିମାନୀ। ଗତ ନିର୍ବାଚନରେ ଆମର ଏବେକାର ପାର୍ଥି ଘାସିରାମ ମାଝିଙ୍କୁ ପ୍ରାୟ ପଚାଶହଜାରରୁ ଅଧିକ ଭୋଟ ଦେଇ ଦ୍ୱତୀୟ ସ୍ଥାନରେ ରଖିଥିଲେ। ବିଜେପି ଥିଲା ତୃତୀୟ ସ୍ଥାନରେ। ଏହି ଉପନିର୍ବାଚନରେ କଂଗ୍ରେସ ଦଳ ସହିତ ଅଛନ୍ତି,ନୂଆପଡା ସାଧାରଣ ନିର୍ବାଚନ ସମୟର ସ୍ୱାଧୀନ ପାର୍ଥି ଶ୍ରୀ ଘାସିରାମ। ସେ ଯେହେତୁ କଂଗ୍ରେସ ପାର୍ଥି ନୂଆପଡା ବାସି ତାଙ୍କୁ ଏକ ନମ୍ବରରେ ରଖିବେ ଏବଂ ନିର୍ବାଚନ ଚି଼ହ୍ନ ମଧ୍ୟ ଏକ ନମ୍ବରରେ ଅଛି। ଆସନ୍ତୁ ଶୁଣିବା ସେ ଦେଇଥିବା ମତ ଓ ମନ୍ତବ୍ୟକୁ। କଂଗ୍ରେସର ନାରୀନେତ୍ରୀ ସୋନାଲି ସାହୁ ମଧ୍ୟ ତାଙ୍କର ମତ ଓ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ବାସ୍ତବ କ୍ଷେତ୍ରରେ ବିଜେଡ଼ି ଏବଂ ବିଜେପି ସ୍ବର୍ଗତ ଢୋଲକିୟାଙ୍କ ଫଟୋକୁ ନେଇ ଟଣା ଓଟରା ଲାଗିଛନ୍ତି। କାରଣ ଉଭୟ ଜାଣିଛନ୍ତି ତାଙ୍କର ସ୍ଥିତି। ଆସନ୍ତୁ ଦେଖିବା ସେ କ୍ୟାମେରା ଟିମ ସମୁଖରେ କଣ କହିଛନ୍ତି…..। କଂଗ୍ରେସର ମନ୍ତବ୍ୟକୁ ବିଜେଡିର ପୂର୍ବତନ ମନ୍ତ୍ରି ରମେଶ ମାଝୀ ଖଣ୍ଡନ କରି ନିଜର ବକ୍ତବ୍ୟ ରଖିଛନ୍ତି।
ନୂଆପଡାରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
