ବରିଷ୍ଠ ନାଗରିକଙ୍କୁ ସହାୟତା

 

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ଠାରେ ଜେନେରାଲ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଉପକରଣ ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲା ପ୍ରଶାସନର ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତି ପଦ୍ମାଳୟା ପ୍ରଧାନ ଯୋଗ ଦେଇଥିଲେ l

ସମ୍ମାନିତ ଅତିଥି ଭାବରେ ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଂଗାଧର ମିଶ୍ର,ଜିଆଇସି ମ୍ୟାନେଜର ସ୍ମୃତି ରଞ୍ଜନ ମଲିକ, ରୁଣ୍ଡି ମହୁଲ ସରପଞ୍ଚ ପଞ୍ଚାନନ ସାହୁ, ଘିକୁଣ୍ଡି ସରପଞ୍ଚ ସମରେନ୍ଦ୍ର ପ୍ରଧାନ ଓ ଅନ୍ୟ ମାନେ ଯୋଗ ଦେଇଥିଲେ l

ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁର୍ଯ୍ୟ ନାରୟଣ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜ୍ଞାନରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମକୁ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ନିରୋଜ କୁମାର ପାତ୍ର, ଧର୍ମ ବେହେରା ଙ୍କ ସମେତ ବ୍ଲକ କର୍ମଚାରୀ ମାନେ ସହଯୋଗ କରିଥିଲେ l

ଉକ୍ତ କାର୍ଯ୍ୟକ୍ରମରେ ୧୩୫ ଜଣ ବରିଷ୍ଠ ନାଗରିକଙ୍କ ର ନାମପୂର୍ବରୁ ପାଞ୍ଜିକରଣ ହୋଇ ଥିବା ବେଳେ ଆଜି ପ୍ରେମାନନ୍ଦ ସାହୁ, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ଶିବ ସାହୁ ଙ୍କ ସମେତ ୭୦ ଜଣଙ୍କୁ ଶ୍ରବଣ ଯନ୍ତ୍ର, ଅଣ୍ଟା ବେଲ୍ଟ, ଆଣ୍ଠୁ ବେଲ୍ଟ, ହୁଇଲ ଚେୟାର ଆଦି ପ୍ରଦାନ କରା ଯାଇଥିଲା l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

Leave a Reply

Your email address will not be published. Required fields are marked *