ନିର୍ବାଚନୀ ପ୍ରଚାର ପାଇଁ କାଲି ଆସୁଛନ୍ତି ଦୁଇ ମୁଖ୍ୟମନ୍ତ୍ରୀ। ନୂଆପଡା ବିଧାନସଭା ଉପନିର୍ବାଚନ ରେ ଦିନକୁ ଦିନ ରାଜନୈତିକ ବାତାବରଣ ରେ ଉଷ୍ମତା ବଢ଼ି ବଢ଼ି ଚାଲିଲା । ବିଜେପି ନେତା ମନ୍ତ୍ରୀ ବିଧାୟକ ରାଜ୍ୟ ଓ ସ୍ଥାନୀୟ ନେତୃମଣ୍ଡଳୀ ପ୍ରଚାର ମଙ୍ଗ ଧରିଛନ୍ତି ।

ଆସନ୍ତାକାଲି ନିର୍ବାଚନୀ ପ୍ରଚାର ପାଇଁ ନୂଆପଡା ଆସୁଛନ୍ତି ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓ ପଡୋଶୀ ରାଜ୍ୟ ଛତିଶଗଡ଼ ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ବିଷ୍ଣୁ ଦେବ ସାଏ । ଆଜି ନୂଆପଡା ବିଜେପି କାର୍ଯ୍ୟାଳୟରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ଦେଇଥିବା ସୁଚନା ମୁତାବକ ଆସନ୍ତାକାଲି ପୂର୍ବାହ୍ନ ୧୧ ଟା ସମୟରେ ଛତିଶଗଡ ର ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେବ ସାଏ ନୂଆପଡା ବ୍ଲକ ଅଧିନସ୍ଥ କୁଟବନବେରା ପଞ୍ଚାୟତ ଅନ୍ତର୍ଗତ ପଞ୍ଚମପୁର ଠାରେ ଏକ ବିଶାଳ ଜନ ସମାବେଶ ରେ ଯୋଗ ଦେଇ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ସେହି ପରି ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କୋମନା ବ୍ଲକ ଅନ୍ତର୍ଗତ ଉଦ୍ୟାନବନ ଠାରେ ପହଞ୍ଚି କୋମନା ଯିବେ । କୋମନା ବ୍ଲକ ମୁଖ୍ୟାଳୟ ଠାରେ ଏକ ବିଶାଳ ରୋଡ଼ ସୋ କରିବା ପରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି ଉପସ୍ଥିତ ଥିଲେ ।
ଆସନ୍ତା ୭ ତାରିଖରେ ମଧ୍ୟ ବିରୋଧୀ ଦଳ ନେତା ନୂଆପଡାରେ ଏକ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଅଛି। ଯାହାକି ବିଜେଡ଼ି ଦଳ ତରଫରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।
ଫଟୋ ନ୍ୟୁଜ ଟାଇମ୍ସର ସାମ୍ବାଦିକ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ।
