ଘରପୋଡି ସହିତ ବଜ୍ରପାତ ଏକ ଯୁଗ୍ମ ବିପତ୍ତି

 

ବଜ୍ରପାତରେ ବାସଗୃହ ଭସ୍ମୀଭୂତ। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡା ଗ୍ରାମ ପଞ୍ଚାୟତର ମିଶର ନରସିଂହପୁ ଗ୍ରାମରେ ବଜ୍ରପାତ ହେବାରୁ ଦୁଇ ବଖରା ଘର ପୋଡ଼ି ଭସ୍ମୀଭୂତ ହୋଇଯାଇଛି। ଆଜି ପୂର୍ବାହ୍ନରେ ବାତ୍ୟା ପ୍ରଭାବରେ ବର୍ଷା ଓ ବଜ୍ରପାତ ହୋଇଥିଲା । ଗ୍ରାମର କୁନିଲତା ସାହୁଙ୍କର ଘର ଓ ଗୁହାଳ ନିକଟ ଚାକୁଣ୍ଡା ଗଛରେ ବଜ୍ରପାତ ହୋଇ ଘର ଉପରେ ନିଆଁ ପଡ଼ିବାରୁ ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି।


ଗ୍ରାମବାସୀମାନେ ନିଆଁ ଲିଭାଇବାକୁ ପ୍ରୟାସ କରିଥିବାବେଳେ କୋରୁଆ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ଯ ଘର ସମ୍ପୂର୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା। ନିଆଁର ପ୍ରକୋପ ପ୍ରବଳ ଥିବାବେଳେ ବିପିନ ବିହାରୀ ସାହୁଙ୍କ ଘର ଉପରେ ନିଆଁ ଝୁଲ ପଡ଼ି ଆଂଶିକ କ୍ଷତି ହୋଇଥ‌ିବା ଜଣାଯାଇଛି । ଖବରପାଇ ତେଣ୍ଡାକୁଡ଼ା ରାଜସ୍ୱ ନିରୀକ୍ଷକ, ସରପଞ୍ଚ ମାନସ ରଞ୍ଜନ ରାଉତ, ସମିତିସଭ୍ୟ ବାସୁଦେବ ବେହେରା, ବିଜେଡି ନେତା ସୁକାନ୍ତ ନାୟକ ଘଟଣାସ୍ଥଳରେ ପହଞ୍ଚି ବିପନ୍ନ ପରିବାରକୁ ଆଶ୍ୱାସନା ଦେଇଥିବାବେଳେ ସରକାରୀସ୍ତରରେ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ଏକ ଯୁଗ୍ମ ବିପତ୍ତି। ଘର ପୋଡି ସହିତ ବଜ୍ରପାତରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ସରକାରୀ ବ୍ୟବସ୍ଥା ଅନୁଯାୟୀ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହେଉଛି।
କେନ୍ଦ୍ରାପଡ଼ାରୁ ଲକ୍ଷ୍ମୀକାନ୍ତ ନାୟକଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *