ବନ କର୍ମଚାରୀ ଭାଲୁ ଆକ୍ରମଣର ଶିକାର

 

ଭାଲୁ ଆକ୍ରମଣରେ ଜଣେ ବନ କର୍ମଚାରୀ ଗୁରୁତ୍ତର ଆହତ l ବୌଦ୍ଧ ଜିଲ୍ଲା କଣ୍ଟାମାଳ ବନାଅଞ୍ଚଳ ବଘିଆବାହାଳ ଗାଁ ହାଟପଦା ପଛ ବୁଦା ମୂଳେ ଭାଲୁ ଆକ୍ରମଣ ରେ ବନ ବିଭାଗ ଦ୍ଵାରା ନିୟୋଜିତ କର୍ମଚାରୀ କ୍ଷମାନିଧି ଘିବେଲା ଗୁରୁତ୍ତର୍ ଆହତ ହୋଇଛନ୍ତି l ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ସୁବର୍ଣ୍ଣପୁର ମେଡ଼ିକାଲ କୁ ନିଆଯାଇଥିଲା l ଚାଷୀ ମାନେ ଭାଲୁକୁ ଘର ପାଖରେ ଦେଖି ଲୋକମାନେ ବନ ବିଭାଗ କୁ ଖବର ଦେଇ ଥିଲେ l

ଖବର ପାଇ ବନରକ୍ଷୀ ଜ୍ୟୋତି ରଞ୍ଜନ ବାରିକ ଓ ବନ ବିଭାଗ ଦ୍ଵାରା ନିୟୋଜିତ କର୍ମଚାରୀ କ୍ଷମାନିଧି ଘିବେଲା ଘଟଣା ସ୍ଥଳରେ ପହଞ୍ଚି ଥିଲେ l ଉକ୍ତ ଭାଳୁକୁ ଘଉଡ଼ାଇବାକୁ ଚେଷ୍ଟା କରି ଥିଲେ । ହଟାତ ଭାଲୁ ବାହାରି କର୍ମଚାରୀ କ୍ଷମାନିଧି ଙ୍କୁ ଆକ୍ରମଣ କରି ମୁହଁ ରେ ରାମ୍ପି ଦେଇ ଥିଲା l ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବେଳେ ରକ୍ତ ଯୁଡୁବୁଡୁ ଅବସ୍ଥା ରେ ଉଦ୍ଧାର କରି ସୁବର୍ଣ୍ଣପୁର ଜିଲ୍ଲା ମେଡ଼ିକାଲ କୁ ଚିକିତ୍ସା ପାଇଁ ନିଆଯାଇଥିଲା l

ଘଟଣାର ଖବର ପାଇ କଣ୍ଟାମାଳ ରେଞ୍ଜର ଜୟକୃଷ୍ଣ ପଟ୍ଟନାୟକ, ଫରେଷ୍ଟର ବୁଲି ବେହେରା, ବନରକ୍ଷୀ ସୁନୀଲ ପ୍ରଧାନ ଏବଂ ଅନ୍ୟ ବନ କର୍ମଚାରୀ ମାନେ ପହଞ୍ଚି ଭାଲୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ l ସୂଚନା ଅନୁସାରେ ଉକ୍ତ ଗାଁ ଓ ଆଖ ପାଖ ଗ୍ରାମରେ ୫ ଟି ଭାଲୁ ରହୁଛନ୍ତି ଳ ସନ୍ଧ୍ୟା ହେଲେ ଲୋକେ ଭାଲୁ ଆତଙ୍କରେ ଘରୁ ବାହାରକୁ ବାହାରୁ ନାହାଁନ୍ତି l ଭାଲୁ ପ୍ରତିଦିନ ରାତିରେ ପଲଶାଗୋରା, ଧାନଖଣ୍ଡି, ବାଘମୁଣ୍ଡା, ରୁଣ୍ଡିମହୁଲ , ରାସ୍ତାରେ ଯାତାୟାତ କରୁଥିବା ସାଧାରଣରେ ଆଲୋଚନା ହେଉଛି l ପୂର୍ବରୁ ପଲଶାଗୋରା ଗ୍ରାମର ପିତ ପ୍ରଧାନ, ବାଘମୁଣ୍ଡା ଗ୍ରାମର ଶୁଶିଲ ଦଳବେହେରା ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ l

ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଚିକିତ୍ସା ଜାରୀ ରହିଛି l ଆଗକୁ ଏହି ଅଞ୍ଚଳର ପ୍ରସିଦ୍ଧ ମକର ଯାତ୍ରା ପାଇଁ ବହୁ ଲୋକଙ୍କ ଭିଡ଼ ହେବେ l ଯେଉଁ ସ୍ଥାନରେ ଭାଲୁ ରହୁଛନ୍ତି ସେ ସ୍ଥାନକୁ ଲୋକ ମାନେ ସ୍ନାନ, ଶୌଚ ପାଇଁ ଯାଆନ୍ତି l ତେଣୁ ଭାଲୁ ଆକ୍ରମଣର ଶିକାର ହେବା ଆଶଙ୍କା ଦେଖା ଦେଇଛି l ବହୁଦିନ ଧରି ଭାଲୁ ଏହି ଅଞ୍ଚଳ ରେ ରହୁଥିଲେ ମଧ୍ୟ ବନ ବିଭାଗ ପଦେକ୍ଷପ ନେଉନି l ଏଣୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି l ବନବିଭାଗ ଭାଲୁ ଆକ୍ରମଣ ର ପ୍ରତିକାର କରିବାର ଆବଶ୍ୟକତା ରହିଛି।
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

Leave a Reply

Your email address will not be published. Required fields are marked *