ଗଣ୍ଡା ସମାଜ ସେବୀ ବନ୍ଧୁଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

 

କଣ୍ଟାମାଳ ତେଲନଦୀ ଠାରେ ଗଣ୍ଡା ସମାଜ ସେବୀ ବନ୍ଧୁଙ୍କୁ ସ୍ବାଗତ ସମ୍ବର୍ଦ୍ଧନା l
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅଧିନସ୍ତ ”ଡ଼ଃ ଆମ୍ବେଦକର ସୋସିଆଲ୍ ଟ୍ରଷ୍ଟ,କଣ୍ଟାମାଳ” ର ଅୟୋଜନ ରେ ଟିକିରାପଡ଼ା ସ୍ତିତ ତେଲନଦି ଖଣ୍ଡି ବ୍ରିଜ ଘାଟରେ ”ଗଣ୍ଡା ସମାଜ ସେବୀ” ବନ୍ଧୁଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ସଭା କରାଯାଇଥିଲା।ଏହି କାର୍ଯ୍ୟକ୍ରମ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ସୁନୀଲ ହରିପାଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲାl ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ପ୍ରହଲ୍ଲାଦ ବାଘ ଯିଏ କି ସୁନାବେଡ଼ା ର ହିଣ୍ଡାଲକୋ ଏରୋନାୟୋଟିକ୍ସ୍ ର ଜଣେ ଅବସରପ୍ରାପ୍ତ ଇଞ୍ଜିିନୀୟର ଅଟନ୍ତି,ଶ୍ରୀଯୁକ୍ତ ବାଘ ଟ୍ରଷ୍ଟ ର ଉନ୍ନତି ଓ ସାହାଯ୍ୟର ସୁଅ ପ୍ରଦାନ କରିବା ସହିତ ଟ୍ରଷ୍ଟ ର ଦୀର୍ଘାୟୁ କାମନା କରିଥିଲେ ଏବଂ ଶିକ୍ଷିତ ହୁଅ ସଂଗଠିତ ହୁଅ ସଂଘର୍ଷ କର ବୋଲି ଉପଦେଶ ଦେଇଥିଲେl

ସେହିପରି ସମ୍ମାନିତ ଅତିଥି ରାମ ତାଣ୍ଡି,ମହାଦେବ କଲତା, ଧନମନ୍ତ ବିଭାର, କୁବେର ବେହେରା, ଦେବଦତ୍ତ ସାଗର,ସୁବ୍ରତ କୁମାର ଜଗଦଲା,ପିତାମ୍ବର ବିଭାର,ହୃଦାନନ୍ଦ କହଁର,ବନମାଳି ମହାନନ୍ଦ, କପିଳାସ ଦୀପ, ସୁବାସ ମହାନନ୍ଦ, ମଦନ ହରିପାଲ, ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ l ଉକ୍ତ ସଭାରେ ୨୪ ଟି ପଞ୍ଚାୟତର ଶତାଧିକ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ l ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଲୁଭଧର ସୁନା ସ୍ଵାଗତ ଭାଷଣ ଦେବା ସଂଗେସଂଗେ ଟ୍ରଷ୍ଟ୍ ର ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ଅବଗତ କରିଥିଲେ । ସହସଂପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ ବିଭାର ମଞ୍ଚ ପରିଚାଳକ ଭାବେ କାର୍ଯ୍ୟ ତୁଲାଇ ଥିଲେ l ଶେଷରେ ଟ୍ରଷ୍ଟ ର କୋଷାଧ୍ୟକ୍ଷ ଚମରୁ ବାଘ ଧନ୍ୟବାଦ ଅର୍ପଣ କରିଥିଲେ l ଟ୍ରଷ୍ଟ ର ସଂଗଠନ ସମ୍ପାଦକ ମୋନୀତ ଭାଇନା ଏବଂ ଉପଦେଷ୍ଟା ଶ୍ରୀଯୁକ୍ତ ରାଜେନ୍ଦ୍ର ବାଘ,ସମ୍ପଦ ବାଗି,ଧରଣୀଧର ବିଭାର ଏବଂ କର୍ମକର୍ତ୍ତା ବିଶ୍ୱଜିତ୍ ହରିପାଲ,ବିଶ୍ଵନାଥ ସୁନା, ଶୁଶାନ୍ତ ମହାନନ୍ଦ,ଆନନ୍ଦ ମହାନନ୍ଦ,ଭକ୍ତ ମହାନନ୍ଦ,ଅଗସ୍ତି ମହାନନ୍ଦ,ମଣ୍ଟୁ ବାଘ,ପ୍ରକାଶ ହରିପାଲ, ଅନିଲ ହରିପାଲ,ସୁଧିର ହରିପାଲ,ମହେଶ୍ୱର କୁମ୍ଭାର,ବିଭୁଶଙ୍କର ରାଜହଂସ,ସନ୍ଦୀପ ସୁନା,ବିଦ୍ୟାଭୂଷଣ ବେହେରା ଏବଂ ନିମନ୍ତ୍ରିତ ୨୪ଟି ପଞ୍ଚାୟତର ସମାଜସେବୀ ଅତିଥି ପ୍ରମୁଖ ଉପସ୍ତିତ ରହି ବିଶେଷ ସାହାଯ୍ୟ ସହଯୋଗ କରିଥିଲେ l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

Leave a Reply

Your email address will not be published. Required fields are marked *