ଆମର ନିୟୁଜ ଚ୍ୟାନେଲ ଫୋଟୋ ନିୟୁଜ ଟାଇମ୍ସ ତରଫରୁ ଏକ ବିଶେଷ ସୂଚନା ଦେଉଅଛୁ ଯେ ଫୁଲବାଣୀ ଷ୍ଟେଟ ବ୍ୟାଙ୍କ ଚେକ ରେ ନକଲି ଦସ୍ତଖତ କରିଛନ୍ତି 420 ହୋମିଓ ଡାକ୍ତର ଶ୍ରୀ ରାଜ ମିଶ୍ର। ଓଡ଼ିଆ ଭାଷାରେ ଢଗ ଢମାଳି ଅଛି ଯେ “ଗାଲୁଆ ଙ୍କ ବାରବାଟୀ ଚାଷ”ଏବଂ “ବିଲେଇ ଆଖିବୁଜି କ୍ଷୀର ପିଇଲେ ଭାବେ ତାକୁ କେହି ଦେଖିପାରୁନାହାନ୍ତି”ଫୁଲବାଣୀ ର ହୋମିଓପଥିକ ଡାକ୍ତର ରାଜକିଶୋର ମିଶ୍ର ଏକା ଥରକେ 2008 ମସିହାରେ ଚାଲିଶି ହଜାର ଟଙ୍କା ନେଇ ମାସିକ ଦୁଇ ହଜାର ଶହେ ଟଙ୍କା ହିସାବରେ ଫେରାଇବା ପାଇଁ ଅଗ୍ରିମ ଚେକ ଦେଇଥିଲେ। ସେ ଟଙ୍କା ଦେଇଥିବା ଲୋକର ନିକଟ ସମ୍ପର୍କ ଅଟନ୍ତି।

ଯେତେ ବେଳେ ଟଙ୍କା ମାଗନ୍ତି ସେ କୁହନ୍ତି ତାଙ୍କ ପୁଅ KIIMS ରେ ପଢୁଛି,ଟଙ୍କାର ଅଭାବ ଅଛି ସୁବିଧା ହେଲେ ଦେଇଦେବି। କିନ୍ତୁ ଟଙ୍କା ଦବାର ଦିନ ଆସେନାହିଁ। ଏଠାରେ ଆମେ ତାଙ୍କର 2008ଏବଂ 2009 ମସିହାରେ ଦେଇଥିବା ଚେକ ର ଫୋଟୋ ପ୍ରସାରଣ କରୁଅଛୁ। ଏହି ଟଙ୍କା ବ୍ୟତୀତ ନିଜ ପୁଅର ବରଯାତ୍ରୀ ର କିଛି ଖର୍ଚ୍ଚ କୁ ଚଞ୍ଚକତା କରି ରାଜ ବାବୁ ହାତେଇ ବାରେ ସକ୍ଷମ ହୋଇଥିଲେ।

ଏହା ଜାଣି ରଖିବା ଉଚିତ ଯେ ବ୍ୟାଙ୍କ ଚେକ ହେଉଛି ଟଙ୍କା ନେଇଥିବାର ଏକ ଦସ୍ତବିଜ଼। ମାନବିକତା କୁ ଭୁଲିଯାଇ ଟଙ୍କା ମାଗିବାରୁ ଶ୍ରୀ ରାଜ ମିଶ୍ର ଫୁଲବାଣୀ ଟାଉନ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ବୋଲି ଆମ ନିୟୁଜ ଚ୍ୟାନେଲ ର ସରକାରୀ ଅଧିସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ ରାଧା ମୋହନ ମହାପାତ୍ର ସୂଚନା ଦେଇଛନ୍ତି। ସେ ଯାହାବି ହେଉ ଶ୍ରୀ ରାଜ ମିଶ୍ରଙ୍କର ଆଉ ଏକ କାଳ କାରନାମା ହେଉଛି ଯେ ସେ ତାଙ୍କ ସାନଭାଇ ଶ୍ରୀ ନବ ମିଶ୍ରଙ୍କୁ ତାଙ୍କ ବାପାଙ୍କ ମେଡିକାଲ ଗ୍ରାଉଣ୍ଡ ରେ ନିଜତରଫରୁ ଅବସର ଦିଆ କରାଇ ସାନଭାଇକୁ ସରକାରୀ ଶିକ୍ଷକ କରିବାରେ ସକ୍ଷମ ହୋଇଛନ୍ତି।

ଏହି ସରକାରୀ ଵିଧି ବ୍ୟବସ୍ଥା ରେ ହୋମିଓ ଡାକ୍ତର ଏବଂ ତାଙ୍କ ଭାଇ ନବ ମିଶ୍ର ଯେଉଁ ସବୁ ପ୍ରମାଣ ପତ୍ର ଦେଇଛନ୍ତି ଅଧା ନକଲି ବୋଲି ତାଙ୍କର ଜଣେ ନିକଟ ସମ୍ପର୍କୀୟ ତାଙ୍କର ନାମ ଗୋପନ ରଖିବାର ସର୍ତ ରଖି କହିଛନ୍ତି। ଜଣେ RTI କର୍ମୀ ମଧ୍ୟ ଏହାର ଗୁମର ଖୋଲିବା ପାଇଁ ଚେଷ୍ଟା ଚଳାଇଛନ୍ତି। ସେ ଯାହାବି ହେଉ ଶ୍ରୀ ରାଜ ମିଶ୍ର ଙ୍କ ବିଗତ ଦିନର କାର୍ଯ୍ୟ କଳାପ ସମ୍ପର୍କ ରେ ଆମ ମିଡ଼ିଆ ଟିମ ଅନୁଧ୍ୟାନ କରୁଅଛି। ଆଗାମୀ ଦିନରେ ତଥ୍ୟ ଭିତିକ ନିୟୁଜ ଯଥା ସେ ନେଇଥିବା ଖଣ୍ଡପଡ଼ା ଅଞ୍ଚଳରୁ DIC ଲୋନକୁ ନ ଦର୍ଶାଇ ସରକାରୀ ସବସିଡି କୁ ଆତ୍ମସାଦ କରି ଫୁଲବାଣୀରେ ଷ୍ଟେଟ ବ୍ୟାଙ୍କରୁ ଋଣ ନେଇ ଡାକ୍ତରି ପେସାକୁ ମଧ୍ୟମ କରି ବ୍ୟବସାୟ କରି ଆସୁଛନ୍ତି। ଆଗାମୀ ଦିନରେ ତଥ୍ୟ ଭିତିକ ନିୟୁଜ ପ୍ରସାରଣ କରାଯିବ। ଆମର ଉଦ୍ୟେଶ ନୁହଁ କୌଣସି ବ୍ୟକ୍ତିକୁ ଅପମାନିତ କରିବା। ସମାଜକୁ ସଚେତନ କରିବା ଆମର ମୂଳ ଲକ୍ଷ୍ୟ। ଭୁବନେଶ୍ୱର ରୁ ଫୋଟୋ ନିୟୁଜ ଟାଇମ୍ସ ବ୍ୟୁରୋ।
