କଣ୍ଟାମାଳ ଲୋକ ମହୋତ୍ସବର ୨୦୨୬ ଚତୁର୍ଥ ସନ୍ଧ୍ୟା

ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ଅଞ୍ଚଳର ଐତିହ୍ୟ, ଆମ ସଂସ୍କୃତି ଆମ ପରମ୍ପରା ମହା ମିଳନ ସମ୍ପର୍କ ସଂପ୍ରତି ଓ ପ୍ରଗତିର ନବଦିଗନ୍ତ ସାମଗ୍ରୀକ ବିକାଶ, ସାଂସ୍କୃତିକ ବିଚିତ୍ରାର ବର୍ଣାଢ୍ୟ ଉତ୍ସବ ଦଶମ ରାଜ୍ୟ ସ୍ତରୀୟ ବୌଦ୍ଧ ଜିଲ୍ଲାର ଦ୍ଵିତୀୟ କଣ୍ଟାମାଳ ଲୋକ ମହୋତ୍ସବ ଏବର୍ଷ ତାର ୧୦ତମ ବର୍ଷ ରାଜ୍ୟ ସ୍ତରୀୟ କଣ୍ଟାମାଳ ଲୋକ ମହୋତ୍ସବ ୨୦୨୬ ତା-୧୬ ରୁ ୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ୧୯ ତାରିଖରେ ଚତୁର୍ଥ ସାଂସ୍କୃତିକ ସନ୍ଧ୍ୟା ଲୋକ କଳା ମଣ୍ଡପ, କଣ୍ଟାମାଳ ର ମୁକ୍ତାକାଶ ମଞ୍ଚରେ ପ୍ରମୁଖ ଅତିଥିମାନେ ଅତିଥିଭାବେ ଯୋଗ ଦେଇଥିଲେ l

ଚତୁର୍ଥ ସାଂସ୍କୃତିକ ସାନ୍ଧ୍ୟରେ ମୁଖ୍ୟ ଅତିଥିଭାବେ ପଦ୍ମଶ୍ରୀ ଡ଼. ଜିତେନ୍ଦ୍ର ହରିପାଳ, ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଶଂକର୍ଷଣ ପ୍ରଧାନ ଭାରତୀୟ ରେଡ କ୍ରସ ସୋସାଇଟି ଦ୍ୱାରା ପୁରସ୍କାର ପ୍ରାପ୍ତ, ସଭାପତି ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ, ଓଡ଼ିଶା ଡ଼. ସୁଶୀଲ କୁମାର ମେହେର, ଭାରତୀୟ ରେଡ କ୍ରସ ସୋସାଇଟି ସଭ୍ୟ, ସୁରେଶ ଚନ୍ଦ୍ର ରଣା ବରିଷ୍ଠ ଆଇନଜୀବୀ, ବାସୁଦେବ ଭୋଇ କଣ୍ଟାମାଳ ଥାନାଅଧିକାରୀ, କଣ୍ଟାମାଳ, ଶ୍ରୀଯୁକ୍ତ ଶିବ ଶଙ୍କର ପ୍ରଧାନ କବି ଓ ଗୀତିକାର ସମ୍ବଲପୁର, ଗଦା ଧର ନିଆଲ ବ୍ୟଙ୍ଗଶ୍ରୀ, କବି ସମ୍ବଲପୁର, ଶିତିକାନ୍ତ ମିଶ୍ର ଯୁବ ସମାଜସେବୀ ପଲଶା ଗୋରା, ସୁଧୀର କୁମାର ଗୁରୁ, ଯୁବ ସମାଜସେବୀ, ମନୋଜ ମହାନ୍ତି,ମା ଭୈରବୀ ପଲଶା ଗୋରା, ମୁଖ୍ୟ ଵକ୍ତା ଭାବେ ଶ୍ରୀଯୁକ୍ତ ଦୁତୀୟା ସାହୁ ଓକିଲ ସଂଘ ସଭାପତି ସୁମିତା ସାହୁ ଜିଲ୍ଲା ପରିଷଦ ସଭ୍ୟା, କଣ୍ଟାମାଳ ଜୋନ-୨, ନୀଳାଞ୍ଚଳ ଭୋଇ ଶିକ୍ଷକ ନେତା କଣ୍ଟାମାଳ ପ୍ରମୁଖ ମଞ୍ଚାସିନ ଅତିଥିଭାବେ ଯୋଗ ଦେଇଥିବାବେଳେଅତିଥି ପରିଚୟ ଓ ସଭା ପରିଚାଳନା କରିଥିଲେ ରାଧା ବଲ୍ଲଵ ପ୍ରଧାନ ମହୋତ୍ସବ ୱାର୍କିଙ୍ଗ ସଭାପତି l

ମହୋତ୍ସବରେ ଅନେକ ଯୁବ ପ୍ରତିଭା ଧାରିଙ୍କୁ ସମ୍ମାନିତ କରାଯାଇଥିଲା l ତତ୍ ସଙ୍ଗେ ସଙ୍ଗେ କଣ୍ଟାମାଳ ଲୋକ ମହୋତ୍ସବ କମିଟି ବିଗତ ବର୍ଷ ପରି ଚଳିତ ବର୍ଷରେ ମଧ୍ୟ ଅନେକ ଯୁବ ପ୍ରତିଭା ଧାରୀଙ୍କୁ ଲୋକ କମିଟି ସମ୍ମାନିତ କରିଥଲା l କବି ମଧ୍ୟରେ ବିଷ୍ଣୁ ପ୍ରସାଦ ତ୍ରିପାଠୀ ବିଶିଷ୍ଠ କବି ଯେକି ସରକାରଙ୍କ ଦ୍ୱାରା ରାଜ୍ୟ ଓ ଜାତୀୟ ସ୍ଥରରେ ସମ୍ମାନିତ ହୋଇଛନ୍ତି ତାଙ୍କୁ ଲୋକ ମହୋତ୍ସବ କମିଟି ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ମାନସୀ ପାଣିଗ୍ରାହୀ, ବିଶିଷ୍ଠ ସଂଗୀତ କାର ସଂଗୀତ ନିର୍ଦ୍ଦେଶକ ଟିଟିଲାଗଡ଼, ଶ୍ରୀଯୁକ୍ତ ପଙ୍କଜ ଜାଲ ସଂଗୀତ ଓ ଫ୍ଲିମ ନିର୍ଦ୍ଦେଶକ ଟିଟିଲାଗଡ଼, ଓଡ଼ିଶାର ପ୍ରଖ୍ୟାତ କମେଡୀ କିଙ୍ଗ ଜଗବନ୍ଧୁ ମଲିକ (ବିନ୍ଦୁ ) ମନିକା ଖାତୁନ, ସମାଜସେବୀ ବୁର୍ଲା ସହିତ ପାଲା ଦଳର ଗୁରୁ ଓ କୀର୍ତ୍ତନ୍ୟ ଦଳର ଗୁରୁ ମାନଙ୍କୁ ସମ୍ମାନିତ କରାଯାଇଥିଲା l

କମିଟିର ଉପସଭାପତି ରାଧା ବଲ୍ଳବ ପ୍ରଧାନ, ସମ୍ପାଦକ ଶମ୍ଭୁ ପ୍ରସାଦ ସାହୁ, କାର୍ଯ୍ୟକାରୀ ସଭାପତି ଯଦୁଵିହାରୀ ବାଘ, ଉପଦେଷ୍ଟା ଦେବୀ ପ୍ରସାଦ ନାୟକ, ଆବାହକ ମହେନ୍ଦ୍ର କୁମାର ଦାଶ, ଉପଦେଷ୍ଟା ଅଶୋକ କୁମାର ସାହୁ, କୋଷାଧକ୍ଷ ଵଜରଙ୍ଗ ଲାଲ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିବା ବେଳେ ମହୋତ୍ସବ ପ୍ରତିଷ୍ଠାତା ତଥା ବରିଷ୍ଠ ସାମ୍ବାଦିକ ସମସ୍ତ ଦାୟିତ୍ୱ ତୁଲାଇଥିଲେ l ମହୋତ୍ସବ ୧୬ରିଖରୁ ଆରମ୍ଭ ହୋଇଥିବା ବେଳେ ୨୦ରିଖରେ ତାର ଉଦଯାପନୀ ଉତ୍ସବ l ବୌଦ୍ଧ ଜ଼ିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *