“ଜନଜାତି ସମାଜର ସାମଗ୍ରିକ ଓ ସନ୍ତୁଳିତ ବିକାଶ ପାଇଁ ମୋଦି ସରକାର ପ୍ରତିଶୃତିବଦ୍ଧ”… କର୍ମଶାଳାରେ ପରିଯୋଜନାର ପରିକଳ୍ପନା, ପ୍ରସ୍ତୁତି, ଅନୁଭବ, ଜନଜାତି ବିକାଶ ପାଇଁ ମୋଦି ସରକାରଙ୍କ ସଂକଳ୍ପ, ବିକାଶ ପଥରେ ଭାରତୀୟ ସଂକଳ୍ପନା ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। “ସ୍ୱଇଚ୍ଛାରେ ନିଜ ଅଂଚଳର ବିକାଶରେ ଭାଗିଦାରୀ ହୋଇପାରିବେ ଆଦିବାସୀ” ପରିଯୋଜନାର ମୂଳ ଉଦ୍ଦେଶ୍ୟ ଅଟେ। ଜନଜାତି ସାଂସଦ, ବିଧାୟକମାନେ ନିଜ ନିଜ ନିର୍ବାଚନମଣ୍ଡଳୀର ୨୦ ରୁ ୨୫ ଗ୍ରାମକୁ ପୈାଷ୍ୟ ଭାବେ ଗ୍ରହଣ କରି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ବୋଲି ମତ ପ୍ରକାଶ ପାଇଛି। ପୂର୍ବ ସରକାର ଅମଳରେ ଜନଜାତି ସମାଜର ଆବଶ୍ୟକତାକୁ ଅଣାଦେଖା କରି ବିଦେଶୀ ଢ଼ାଚାଂରେ ସେମାନଙ୍କ ଉପରେ ବିଭିନ୍ନ ଯୋଜନା ଥୋପି ଦିଆଯାଇଥିଲା। ପ୍ରଶାସନ, ଜନପ୍ରିତିନିଧି, ସ୍ୱେଚ୍ଛାସେବୀ ସଂଗଠନକୁ ସାଙ୍ଗରେ ନେଇ ଜନଜାତିର ବିକାଶ କରିବା ପାଇଁ ସାମୂହିକ ଭାବେ ପ୍ରୟାସ କରିବ ବିଜେପି। ଜନଜାତି ସଂଙ୍କୁଳ ବିକାଶ ପରିଯୋଜନା ଆଧାରିତ ପ୍ରଦର୍ଶନୀ ଉଦଘାଟିତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଷ୍ଟ୍ରୀୟ ସାଧାରଣ ସଂପାଦକ (ସଂଗଠନ) ବି. ଏଲ୍. ସନ୍ତୋଷ, ରାଷ୍ଟ୍ରୀୟ ସଂଗଠକ ଭି. ସତୀଶ, ବିଜେପି ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ସମୀର ଓରାମ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉଷେଣ୍ଡି, ୟୋଜକ ଅଧ୍ୟକ୍ଷ ଶ୍ରୀ ଗଜାନନ୍ ଡାଙ୍ଗେ ଓ ଉପାଧ୍ୟକ୍ଷ ଶ୍ରୀ କପିଳ ସହସ୍ରବୁଦ୍ଧେ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ରବି ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଏହି କର୍ମଶାଳାରେ ସାଂସଦ, ବିଧାୟକ, ପଦାଧିକାରୀଗଣ ଉପସ୍ଥିତ ଥିଲେ । ସାଂସଦ ଶ୍ରୀ ବଳଭଦ୍ର ମାଝୀ କର୍ମଶାଳାକୁ ସଂଯୋଜନା କରିଥିଲେ।
ଭୁବନେଶ୍ୱରରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
_ଜନଜାତି ସଙ୍କୁଳ ବିକାଶ ପରିଯୋଜନା କର୍ମଶାଳାରେ ସାଂସନ୍ଦ ଅନନ୍ତ ନାୟକ ମତ ରଖିଲେ।
