ଆସନ୍ତାକାଲିଠୁ ‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭ

ଭୁବନେଶ୍ୱର : ରାଜ୍ୟରେ ବିଜେପି ସରକାର ନେତୃତ୍ୱରେ ପ୍ରଥମଥର ପାଇଁ ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା’ କନକ୍ଲେଭର ଆୟୋଜନ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ମଙ୍ଗଳବାର ଏହି କନକ୍ଲେଭକୁ ବିଧିବଦ୍ଧ ଭାବେ ଉଦଘାଟନ କରିବେ। ୨୦ଟି ଦେଶର ପ୍ରତିନିଧି ଓ ୧୨ଟି ରାଷ୍ଟ୍ରର ନିବେଶକଙ୍କ ଉପସ୍ଥିତିରେ ଆରମ୍ଭ ହେଉଥିବା ଏହି କନକ୍ଲେଭରେ ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ଦେଢ଼ଘଣ୍ଟା ଧରି ରହିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କନକ୍ଲେଭ ମାଧ୍ୟମରେ ଓଡ଼ିଶାକୁ ଆଉ ୫ଲକ୍ଷ କୋଟି ଟଙ୍କାର ନିବେଶ ଆସିବ ବୋଲି ଆଶାବ୍ୟକ୍ତ କରିଛନ୍ତି।

ସୂଚନା ଅନୁସାରେ, ଭୁବନେଶ୍ୱରର ଜନତା ମଇଦାନଠାରେ ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦିନ ୧୧ଟାରେ ଆନୁଷ୍ଠାନିକ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ମୋଦି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସନ୍ତାକାଲି ଦିନ ୧୦ଟଠା ୩୫ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ  ପହଂଚିବା ପରେ ସେଠାରୁ ସିଧାସଳଖ ଜନତା ମଇଦାନ ଯିବେ। ସେଠାରେ ସାଢ଼େ ୧୨ଟା ପର୍ଯ୍ୟନ୍ତ ରହିବେ । ଦିନ ୧୨ଟା ୫୫ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରୁ ଡେରାଡୁନ୍ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *