BNS 171 ଧାରା କୁ ପ୍ରାୟତଃ ସାଧାରଣ ଲୋକମାନେ ଜାଣିନଥିଲେ।

ଫଟୋ ନିୟୁଜ,” ନିୟୁଜ ରୁମ ” କୁ ସ୍ୱାଗତ କରୁଛି ମୁଁ ବର୍ଷା। “BNS-171” ଧାରା କୁ ପ୍ରାୟତଃ ସାଧାରଣ ଲୋକମାନେ ଜାଣିନଥିଲେ। ଏହି ଧାରା ଅନୁଯାଇ ଯଦି କୌଣସି ବ୍ୟକ୍ତି କାହାରିକୁ କୌଣସି ଏକ ଦଳ କିମ୍ବା ବ୍ୟକ୍ତି ବିଶେଷଙ୍କୁ ଭୋଟ ଦେବାପାଇଁ ବାଧ୍ୟ କରେ, ସେଥିପାଇଁ ନିୟମରେ ଏକ ବର୍ଷ ର ଜେଲ ଵେବସ୍ତା ରହିଛି। ପ୍ରମିଳା ମଲିକଙ୍କ ହୁଇପ ଏବଂ କାରଣ ଦର୍ଶାଅ ନୋଟିସ ର ଉତ୍ତରରେ ବିଜେଡି ର ଛଅ ବିଧାୟକ ଦର୍ଶାଇଛନ୍ତି ଯେ ଉକ୍ତ ଧାରା ଅନୁଯାଇ ଥାନା ଏବଂ କୋର୍ଟ ରେ କେଶ କରିବେ। ସେହି ଛଅଜଣ ବିଜେଡି ବିଧାୟକ ହେଉଛନ୍ତି ରମାକାନ୍ତ ଭୋଇ, ଦେବିରଞ୍ଜନ ତ୍ରିପାଠୀ, ଚନ୍ଦ୍ରମଣି କଁଅର, ଶୁଭାସିନୀ ଜେନା, ସୌଭିକ ବିଶ୍ୱାଳ ଏବଂ ସନାତନ ମହାକୁଡ଼। ସେ ଯାହା ବି ହେଉ ଯେକୌଣସି ପାର୍ଥିକୁ ଭୋଟ ଦେବାର ଅଧିକାର ଜଣେ ବିଧାୟକଙ୍କର ଅଛି। ଏଥିପାଇଁ ଦଳ ତାଙ୍କୁ ନିଲମ୍ବିତ କିମ୍ବା ବହିଷ୍କାର କରିପାରେ। କିନ୍ତୁ ତାଙ୍କର ସଭ୍ୟ ପଦ ବଳବତର ରହିବ।
ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *