ଦୟା ପ୍ରଦୂଷଣ ମୃତ୍ୟୁ ପାଇଁ ଦାୟୀ ବିଏମସି କମିଶନର ଓ ପୂର୍ବତଟ ରେଳ ମହାପ୍ରବନ୍ଧକ ବିରୁଦ୍ଧରେ ଖାରବେଳ ଥାନାରର ଏତଲା ଦେଲା ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଦୟା ସୁରକ୍ଷା ଅଭିଯାନ

ଭୁବନେଶ୍ୱର : ଦୟାର ପ୍ରଦୂଷିତ ବିଷାକ୍ତ ପାଣି ବ୍ୟବହାର କରି କଣାସ ବ୍ଲକର ଚାରି ଜଣଙ୍କ ମୃତ୍ୟୁ ସହିତ ଶତାଧିକ ଲୋକ ବିଭିନ୍ନ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି l ଏହି ସମ୍ବେଦନଶୀଳ ଘଟଣା ପାଇଁ ପୂର୍ବରୁ କଣାସ ଓ ପିପିଲି ଥାନl ରେ ଦାୟୀ ପୁରୀ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି l ଭୁବନେଶ୍ୱରର ସମସ୍ତ ବର୍ଯ୍ୟାବସ୍ତୁ ସହିତ ବିଷାକ୍ତ ପାଣି ଗଙ୍ଗୁଆ ମାଧ୍ୟମରେ ସିଧାସଳଖ ଯାଇ ଦୟା ନଦୀରେ ମିଶୁଛି l ସେହି ଜହର ଯୁକ୍ତ ପାଣି ବ୍ୟବହାର କରି କଣାସ ଅଂଚଳର ଲୋକଙ୍କ ଦୁର୍ଦଶା ବଢ଼ି ଚାଲିଛି l ଅନୁସନ୍ଧାନରୁ ଆଉ ଏକ ସାଙ୍ଘାତିକ ତଥ୍ୟ ହେଲା କି ଭୁବନେଶ୍ୱରର ସତ୍ୟନଗର ନିକଟରେ ଥିବା ରେଳ ବିଭାଗର ରେଳ ଗାଡି ୱାସିଙ୍ଗ ପଏଣ୍ଟ ଠାରେ ଭୁବନେଶ୍ୱରକୁ ସଫେଇ ପାଇଁ ଆସୁଥିବା ସବୁ ରେଳଗାଡ଼ିର ବର୍ଯ୍ୟବସ୍ତୁ, ବାଇଓ ଟଏଲେଟର ମଳମୂତ୍ର ଇତ୍ୟାଦି ସେଠାରୁ ସିଧା ଗଙ୍ଗୁଆକୁ ଛାଡି ଦିଆଯାଉଛି l ସେଠାରେ କୁଢ଼ କୁଢ଼ ବର୍ଯ୍ୟ ବାହାରୁଛି ତାହା ଗଙ୍ଗୁଆ ପ୍ରଦୂଷଣର ଏକ ମୁଖ୍ୟ କାରଣ l ଭୁବନେଶ୍ୱର ମହାନଗର ନିଗମ ସମସ୍ତ ଡ୍ରେନ କୁ ଗଙ୍ଗୁଆ ସହିତ ସଂଯୋଗ କରିଛି l ତେଣୁ ଦୟା ପ୍ରଦୂଷଣ ର ପ୍ରମୁଖ ଅଭିଯୁକ୍ତ ହେଉଛନ୍ତି ବି ଏମ ସି କମିଶନର ଓ ପୂର୍ବତଟ ରେଳବାଇ ମୁଖ୍ୟ ପ୍ରବନ୍ଧକ l ଦୟା ଅଂଚଳର କ୍ଷତିଗ୍ରସ୍ତ ଲୋକଙ୍କ ସମେତ ସଂଗଠନର ଏକ ପ୍ରତିନିଧି ଦଳ ଆଜି ସତ୍ୟନଗରର ରେଳ ୱାସିଙ୍ଗ ପଏଣ୍ଟ କୁ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବl ବେଳେ ଯାହା ଦେଖିଲେ ତାହା ବାସ୍ତବିକ ସାଙ୍ଘାତିକ l ୱାସିଙ୍ଗ ୟାର୍ଡ଼ ର ସବୁ ବର୍ଯ୍ୟ ପାଣି ଯିବା ପାଇଁ ଦୁଇଟି ଚ୍ୟାନେଲ ରହିଛି l ସେହି ଚ୍ୟାନେଲର ପଚା ପାଣିକୁ ଟ୍ରିଟମେଣ୍ଟ କରିବାକୁ ଏକ ଛୋଟ ପ୍ଲାଣ୍ଟ ବାସଯାଇଛି l ହେଲେ ତାହା ଦିନରେ ଲଣ୍ଠନ ଦେଖାଇଲା ଭଳି l

ତାହା ବହୁବର୍ଷ ହେଲା କାମ କରୁନି l ନାମକୁ ମାତ୍ର ଅଛି l ଟାଙ୍କିରେ କଳଙ୍କି ଲାଗିଗଲାଣି l ଯୋଉ ବଡ଼ ବଡ଼ ସୋପ ପିଟ ଅଛି ସେଠାରେ ପୋକ ସାଲୁବାଲୁ ହେଉଛନ୍ତି l ସବୁ ବର୍ଯ୍ୟ ପାଣି ବଡ଼ ବଡ଼ ପାଇପ ମଧ୍ୟରେ ସିଧା ଡ୍ରେନରେ ଯାଇ ତିନି ନମ୍ବର ହାଟ ପାଖ ଦେଇ ଯାଇଥିବା ବଡ଼ ଡ୍ରେନ ମାଧ୍ୟମରେ ଗଙ୍ଗୁଆ ନାଳରେ ମିଶୁଛି l ପୂର୍ବ କାର୍ଯ୍ୟକ୍ରମ ଅନୁଯାଇ ଦୟା ପ୍ରଦୂଷଣ ଜନିତ ମୃତ୍ୟୁ ତଥା ଜଳ ଉତ୍ସରେ ବିଷାକ୍ତ ପାଣି ମିଶାଉ ଥିବା ଅଭିଯୋଗର ପ୍ରମୁଖ ଅଭିଯୁକ୍ତ ବିଏମସି କମିଶନର ଓ ପୂର୍ବତଟ ରେଳ ମହାପ୍ରବନ୍ଧକଙ୍କ ବିରୁଦ୍ଧରେ ଖାରବେଳ ନଗର ଥାନାରେ ଏତଲା ଦିଆଯାଇଛି l ଆଜିର ଏହି କାର୍ଯ୍ୟକ୍ରମରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ମୁଖପାତ୍ର ପ୍ରସନ୍ନ ବିଷୋୟୀ, ସଂଯୋଜକ ବିଜୟ ପ୍ରଧାନ, ଦୟା ସୁରକ୍ଷା ଅଭିଯାନ ଉପଦେଷ୍ଟା jଅର୍ଜୁନ ସାମନ୍ତରାୟ, ଆବାହକ ସଚିକାନ୍ତ ପ୍ରଧାନ, ସତ୍ୟନାରାୟଣ ସମାନ୍ତସିଂହାର, ପ୍ରସନ୍ନ ମହାପାତ୍ର, ଅଶୋକ ପାଇକରାୟ, ନିରୁପମା ପାତ୍ର, ଅକ୍ଷୟ ଜେନା, ପ୍ରଦୀପ ପଟ୍ଟନାୟକ, ମୀନକେତନ ବେହେରା, ସତ୍ୟ ସାମନ୍ତସିଂହାର, କିଶlନ ପଟ୍ଟନାୟକ ସରୋଜ ବାଗ, ମନ୍ଦାକିନୀ ବାଣୁଆ, ଯୋଷ୍ଣା ମୟୀ ବଗର୍ତ୍ତି, ଅମିତ୍ ଅହିର ଆଦିଙ୍କ ସମେତ ବହୁ ସାମାଜିକ କର୍ମୀ ଯୋଗ ଦେଇଥିଲେ

Leave a Reply

Your email address will not be published. Required fields are marked *