ଭୁବନେଶ୍ବର: ବିଭିନ୍ନ ଦାବି ନେଇ ଆସନ୍ତା ଫେବ୍ରୁଆରି ୧୪ ତାରିଖରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ସୋମବାର ଗୋଦାବରୀଶ ଭବନରେ ଅନୁଷ୍ଠିତ ବୈଠକରେ ମହାସଂଘ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ମହାସଂଘ ପକ୍ଷରୁ କୁହାଯାଇଛି ଯେ ବିଗତ ଦିନରେ ସରକାର ପ୍ରାଥମିକ ଶିକ୍ଷକମାନଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ବାରମ୍ବାର ପ୍ରତାରଣା କରି ଚାଲିଛନ୍ତି। ପୂର୍ବ ଆନ୍ଦୋଳନମାନଙ୍କରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଯାଇ ଶିକ୍ଷକମାନଙ୍କୁ ଦାବିପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବର୍ତ୍ତମାନ ନୂତନ ସରକାର ଆସିବାର ୭ ମାସ ବିତି ଯାଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକଙ୍କ ଦାବି ନ ଶୁଣିବା ଦୁର୍ଭାଗ୍ୟଜନକ।
ଫେବ୍ରୁଆରି ୧୪ରେ ବିଧାନସଭା ଘେରିବ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ
