ମହାକୁମ୍ଭ ମେଳାରେ ଦଳାଚକଟା ଘଟଣା ପରେ ରାଜ୍ୟ ସରକାର ଓଡ଼ିଶାରୁ ଅଯୋଧ୍ୟା ଯାତାୟତ କରୁଥିବା ବସ୍ ସେବାକୁ ବାତିଲ କରିଛନ୍ତି । ଅପ୍ରୀତିକର ପରିସ୍ଥିତି ଯୋଗୁ ମହାକୁମ୍ଭ ମେଳା ୨୦୨୫ ପାଇଁ ଓଡ଼ିଶାରୁ ଅଯୋଧ୍ୟା ଯାଉଥିବା ଓଡ଼ିଶା ପରିବହନ ନିଗମର ସ୍ୱତନ୍ତ୍ର ବସ୍ ସେବାକୁ ଫେବୃୟାରୀ ୪ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି ବୋଲି ସୂଚନା ଦିଆଯାଇଛି ।ଓଡ଼ିଶା ରାଜ୍ୟ ପରିବହନ ନିଗମ ନିଜର ‘ଏକ୍ସ’ ହ୍ୟାଣ୍ଡଲ ମାଧ୍ୟମରେ ଏହି ଜରୁରୀ ସୂଚନା ଜାରି କରିବା ସହ ଶ୍ରଦ୍ଧାଳୁଙ୍କ ଅସୁବିଧା ପାଇଁ ଦୁଃଖ ବ୍ୟକ୍ତ କରିଛି । ଏହା ସହିତ ଯେଉଁମାନେ ଟିକେଟ୍ କରିସାରିଛନ୍ତି ସେମାନେ ନିଜର ଟଙ୍କା ଫେରସ୍ତ ନେବା ପାଇଁ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଏଥିପାଇଁ ନିଗମ ପକ୍ଷରୁ ୩ଟି ସହାୟତା ନମ୍ବର (ହ୍ୱାଟସଅପ-୭୮୪୯୦୫୨୨୦୫, ମୋବାଇଲ ନମ୍ବର-୯୯୩୭୫୪୭୭୭୩, ୧୮୦୦୩୪୫୧୧୨୨) ମଧ୍ୟ ଜାରି କରାଯାଇଛି ।
ମହାକୁମ୍ଭ ମେଳାକୁ ବସ୍ ସେବା ବାତିଲ କଲା ଓଡ଼ିଶା
