NCC କ୍ୟାଡେଟ ମାନେ ସର୍ବ କନିଷ୍ଠ ଯବାନ

 

୭୭ତମ NCC ଦିବସ ପାଳିତ। ଆଜି ମାଲକାନଗିରି ମହାବିଦ୍ୟାଳୟର NCC Unite ପକ୍ଷରୁ NCC ଦିବସ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ହୋଇଥିଲା l କ୍ୟାପଟେନ ମାନେ ଦେଶ ସେବା ଓ ଶିସ୍ତ ଭାବନାକୁ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ କ୍ୟାଡେଟମାନେ ପ୍ୟାରେଡ ପ୍ରଦର୍ଶନ କରିଥିଲେ ଏବଂ ଏଥିରେ ଯୋଗ ଦେଇଥିଲେ KV ମାଲକାନଗିରି ଏବଂ JNV ମାଲକାନଗିରି I

ମୁଖ୍ୟ ଅତିଥି ଭାବେ ଶ୍ରୀ ସନ୍ଦୀପ କମାଣ୍ଡେଣ୍ଟ, ୧୧୦ବି.ଏସ.ଏଫ ମାଲକାନଗିରି ପତାକା ଉତ୍ତୋଳନ କରି କ୍ୟାଡେଟ ମାନଙ୍କୁ ଅଭିଵାଦନ ଜଣାଇ ନେତୃତ୍ୱ ଓ ଶିସ୍ତର ମୂଲ୍ୟବୋଧ ବିଷୟରେ ଉତ୍ସlହ ପ୍ରଦାନ କରିଥିଲେ l ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ଶ୍ରୀ ରବି ଡିସିଜି, ସେକ୍ଟର ହେଡ଼କ୍ୱ୍ୟାର୍ଟର ମାଲକାନଗିରି NCC କ୍ୟାଡେଟ୍ ମାନଙ୍କୁ ଗୁଣ ଏବଂ ଚରିତ୍ର ବିଷୟରେ ଆଲୋକପାତ କରିଥିଲେ l

ଏହି ସଭାକୁ ସଭାପତିତ୍ୱ କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ବାରିକ l ୭୭ତମ NCC ଦିବସ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ, ଦେଶଭକ୍ତିମୟ ଗୀତ, ଓ NCC ଗୀତ କ୍ୟାଡେଟ ମାନଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା l

ସେଥିରେ ଗୁଣଵାନ କ୍ୟାଡେଟ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା l ସଭାଟିକୁ NCC ଅଧିକାରୀ ଶ୍ରୀ ସୁଶାନ୍ତ ମାଝୀ ସ୍ୱାଗତ ଏବଂ ପରିଚାଳନା କରିଥିଲେ l ଏଥିରେ ମହାବିଦ୍ୟାଳୟର ଶିକ୍ଷକ, ଅଣଶିକ୍ଷକ ଏବଂ ବୁଦ୍ଧିଜୀବି ଉପସ୍ଥିତ ଥିଲେ l ସଭା ଶେଷରେ CTO ବାଳିକା ବିଭାଗର ଶ୍ରୀମତୀ ପ୍ରେମରେଖା ଭତ୍ରା ଧନ୍ୟବାଦ ଅର୍ପଣ କରିଥିଲେ।
ମାଲକାନାଗିରି ହେଉଛି ମାଓବାଦୀଙ୍କ ଅଞ୍ଚଳ। NCC କ୍ୟାଡେଟ ହେଉଛନ୍ତି ସର୍ବ କନିଷ୍ଠ ଯବାନ। ସେମାନଙ୍କ ପାଖରେ ଦେଶପ୍ରେମ,ସୁରକ୍ଷା କୌଶଳ ଓ ଜାତୀୟତା ଭାବ ଜାଗ୍ରତ ହେବା ଆବଶ୍ୟକତା ଅଛି।
ମାଲକାନଗିରି ଜିଲ୍ଲା ରୁ ବାଦଲ ବିଶ୍ୱାଳଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *