ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ନିକଟସ୍ତ କଲେଜ ପଡ଼ିଆ ଠାରେ ଆଜି ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀମେଳା ଉଦଘାଟିତ ହୋଇ ଯାଇଛି। ପ୍ରଥମେ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀମେଳା କମିଟି ର ସଭାପତି ତଥା ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପରିଚାଳନା କମିଟିର ସଦସ୍ୟ ମାନେ ପ୍ରଥମେ ସ୍ଥାନୀୟ ଶିବ ମନ୍ଦିର ରେ ପୂଜାର୍ଚ୍ଚନା କରି ପଞ୍ଚୁପାଣ୍ଡବ ମନ୍ଦିର ଠାରୁ ବିଭିନ୍ନ ବିଦ୍ୟାଳୟ ଓ କଲେଜ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ମାସାଲ ଶୋଭାଯାତ୍ରା ରେ ବଜାର ପରିକ୍ରମା କରି ମହୋତ୍ସବ ପଡ଼ିଆ ଠାରେ ପହଞ୍ଚି ପତକା ଉତ୍ତୋଳନ କରିବା ପରେ ମହୋତ୍ସବ ର ଉଦ୍ଘାଟିତ ହୋଇଥିଲା।ଆଜିର ପ୍ରାରମ୍ଭିକ ଉଦ୍ଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା କଂଗ୍ରେସ ଦଳ ର ବରିଷ୍ଠ ନେତା ତଥା ପୂର୍ବତନ ଜଟଣୀ ବିଧାୟକ ତଥା ମନ୍ତ୍ରୀ ସୁର ରାଉତରାୟ ମହୋତ୍ସବ ର ଶୁଭ ଉଦ୍ଘାଟନ କରିଥିଲେ ।ପରେ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀମେଳା ର କଷ୍ଟିଡ଼ାକୁଆ ସାଂସ୍କୃତିକ ମଞ୍ଚ ରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ସଂନ୍ଧ୍ୟାରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ସ୍ଥାନୀୟ କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରିଥିବା ବେଳେ ମହୋତ୍ସବ ର ସଭାପତି ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଶିଷ୍ଟ ଅତିଥି ଭାବେ କଟକ ଚୌଦ୍ୱାର ବିଧାୟକ ମାନ୍ୟବର ସୌଭିକ ବିଶ୍ଵାଳ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷିପ୍ରୀୟା ବେହେରା,ବିଡିଓ ଅମୃତ କୁମାର ରାଉଳ,୧୬ ନଂ ଜିଲ୍ଲା ପରିଷଦ ସଭ୍ୟା ଜସ୍ମୀନ ଦାସ,୯ ନଂ ଜିଲ୍ଲା ପରିଷଦ ସଭ୍ୟ ହରିଶ୍ଚନ୍ଦ୍ର ଜାନି ପ୍ରମୁଖ ମଞ୍ଚାଶିନ ଥିଲେ।ସ୍ଥାନୀୟ ନୂଆଗାଁ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା। ମହୋତ୍ସବ ପଡ଼ିଆରେ ବିଭିନ୍ନ ମହିଳା ସ୍ଵୟଂ ସହାୟକ ଗୋଷ୍ଟିଁ ଏବଂ ବିଭିନ୍ନ ବିଭାଗର ଷ୍ଟଲ୍,ସମେତ ମୀନା ବଜାର,ଦୋଳି,ଖାଦ୍ୟ ପାନୀୟ ର ଷ୍ଟଲ୍ ଖୋଲା ଯାଇଥିବା ବେଳେ ମିଳିଛି।ଆଜି ମହୋତ୍ସବ ଉଦଘାଟନୀ ଉତ୍ସବର ପ୍ରଥମ ଦିବସ ହୋଇଥିବାରୁ ଜନସମାଗମ କାମ ଥିବାର ଦେଖିବାକୁ ମିଳିଥିଲା।
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରୁ ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ