TPSODL ବିରୁଦ୍ଧରେ ବର୍ଷିଲେ ନିଗମ ଯନ୍ତ୍ରୀ ସଙ୍ଘ।ଭାଞ୍ଜନଗର

TPSODL ବିରୁଦ୍ଧରେ ବର୍ଷିଲେ ନିଗମ ଯନ୍ତ୍ରୀ ସଙ୍ଘ।ଭାଞ୍ଜନଗର ରୁ ଶୁଭିଲା”ଟାଟା ପାୱାର ହାଏ ହାଏ “।

ଓଡ଼ିଶା ରାଜ୍ୟ ବିଦ୍ୟୁତ ନିଗମ ଯନ୍ତ୍ରୀ ସଂଘ ପକ୍ଷରୁ ଆଜି ସ୍ଥାନୀୟ ଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ ଭଞ୍ଜନଗର ଟି ପି ଏସ ଓ ଡ଼ି ଏଲ ମଣ୍ଡଳ ସ୍ତରୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ରଶ୍ମି ରଞ୍ଜନ ଆଚାର୍ଯ୍ୟ, ସମ୍ମାନିତ ଅତିଥି ରୂପେ ପୂର୍ବତନ ଉପସଭାପତି ଚିତ୍ତ ମଲିକ, ଉପ ସଭାପତି ସରୋଜ କୁମାର ମିଶ୍ର,ମଣ୍ଡଳ ସହ ସମ୍ପାଦକ ସନ୍ଦୀପ କୁମାର ବେହେରା, ସତୀଶ କୁମାର ରାଉର,ବିଶ୍ୱଜିତ ସାହୁ, ସନ୍ତୋଷ କୁମାର ପଣ୍ଡା,ଜୟଦେବ ସାହୁ, ପ୍ରସନ୍ନ ସିଂ ଓ ଅନ୍ୟମାନେ ଯୋଗ ଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।ଟାଟା ପାୱାର ବିରୁଦ୍ଧରେ ବିଭିନ୍ନ ସମସ୍ୟାକୁ ନେଇ ଗତ ମାସ ୨୭ତାରିଖରେ ସଂଘ ତରଫରୁ ଟିପିଏସଓଡ଼ିଏଲ ଅଧିକାରୀଙ୍କୁ ଏକ ୧୭ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।ହେଲେ ବିଭାଗୀୟ ଅଧିକାରୀ ଇଛାଶକ୍ତି ଅଭାବରୁ ତାହାକୁ ଆଜି ପର୍ଯ୍ୟନ୍ତ ପୂରଣ କରୁ ନାହାନ୍ତି।ଯାହା ଫଳରେ ସଂଘର ସଦସ୍ୟମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଓପିଡ଼ିସିଏଲରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ତାହାକୁ ଟିପିଏସଓଡ଼ିଏଲରେ ଲାଗୁ କରାଯାଉ ନାହିଁ।ଯାହା ଫଳରେ ଯୋଗ୍ୟ ଅଧିକାରୀମାନେ ଏହି ସବୁ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି।ତେଣୁ ଏସବୁ ଦାବୀ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।ଏଥିରେ ଭଞ୍ଜନଗର ମଣ୍ଡଳ ଅଧୀନରେ ଥିବା ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ଭଞ୍ଜନଗର ରୁ ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *