ସରକାରୀ କର୍ମଚାରୀ ମାନେ କାର୍ଯ୍ୟ ବନ୍ଦ କରିବା ପୂର୍ବରୁ ଉକ୍ତ ଅଞ୍ଚଳର ସାଧାରଣ ଜନତାଙ୍କୁ ଅବଗତ କରାଇବା ଉଚିତ। ଅଘୋଷିତ କାର୍ଯ୍ୟ ବନ୍ଦ ଏକ ଅପରାଧ। ସରକାର ଏଥିପାଇଁ ଉତ୍ତର ଦାୟୀ। ଏହି ନ୍ୟୁଜ ସେଗମେଣ୍ଟ ହେଉଛି ” We State You Investigate “। ଏଭଳି ଏକ ଘଟଣା ଘଟିଛି ଗୁଣପୁର ଅଞ୍ଚଳରେ।
ଗୁଣପୁର ପ୍ରଶାସନର ତହସିଲ ,ଉପ ଜିଲ୍ଲାପାଳ , ଆଇ.ଟି.ଡି.ଏ., ଟି.ଡି.ଏ. , ଡି.ଡବ୍ଲୁ., ବ୍ଲକ ଏବଂ ରାଜସ୍ଵ ବିଭାଗର ସମସ୍ତ କର୍ମଚାରୀ ଓ ଅମଲାମାନେ ତାଙ୍କର କାର୍ଯ୍ୟ ବନ୍ଦ କରି ଆଜି ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଗତ ଦିନରେ ସରକାର ସେମାନଙ୍କ ଦାବିଗୁଡିକୁ ପୁରଣ କରିନଥିବା ହେତୁ ସେମାନେ ବାଧ୍ୟ ହୋଇ ଧାରଣାରେ ବସିଛନ୍ତି। ସେମାନଙ୍କ ୧୦ ଦଫା ଦାବି ଗୁଡିକ ମଧ୍ୟରେ ମୂଖ୍ୟ ଦାବି ହେଲା , ସ୍ଵାସ୍ଥ୍ୟ ବୀମା ଲାଗୁ କରିବା, ଲେବେଲ ୯ ବୃଦ୍ଧି କରିବା, ପେନସନ ଲାଗୁ କରିବା,୨୦୨୪ ମସିହାରେ ସରକାର ପତ୍ର ସଂଖ୍ୟା ୮୮୯୮ ରେ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ ପଦବି ପୁନର୍ଗଠନ ହୋଇନଥିବା ହେତୁ ବର୍ତ୍ତମାନ ସୁଦ୍ଧା ପଦୋନ୍ନତି ହୋଇନଥିବା ଓ ଅନେକଗୁଡ଼ିଏ ଦାବି ରହିଛି। ସରକାର ସେମାନଙ୍କ ଦାବିଗୁଡିକୁ ପୃରଣ ନକରିବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଧାରଣରେ ବସି ରହିବୁ ବୋଲି ଓଡ଼ିଶା ରାଜସ୍ଵ ସଙ୍ଘ ରାୟଗଡ଼ା ଶାଖାର ସମ୍ପାଦକ ଅଜୟ କୁମାର ନାହାକ ସୁଚନା ଦେଇଛନ୍ତି ।
ଗୁଣପୁର ରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଗଣେଶ କୋଲାଙ୍କ ରିପୋର୍ଟ ।
ଅଘୋଷିତ କାର୍ଯ୍ୟ ବନ୍ଦ ଏକ ଅପରାଧ।
