କେନ୍ଦୁଝର ଜିଲ୍ଲା ଅଙ୍ଗନବାଡି କର୍ମୀମାନେ ଓ ଭାରତୀୟ ମଜଦୁର ସଂଘର ମିଳିତ ଆନୁକୁଲ୍ୟରେ ଅଙ୍ଗନବାଡି କର୍ମୀମାନଙ୍କର ବିଭିନ୍ନ ଦାବି ନେଇ ଧର୍ମଘଟ ରାଲି ଏବଂ ଜିଲ୍ଲାପାଳଙ୍କ ଅଫିସ ଘେରାଉ। ଶତାଧିକ ଅଙ୍ଗନବାଡି କର୍ମୀଙ୍କ ପ୍ରତି ଅବହେଳାକୁ ବିରୋଧ କରି ଭାରତୀୟ ମଜଦୁର ସଂଘ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବିଶାଳ ପ୍ରତିବାଦ ଯାତ୍ରାରେ ଆସି ଘେରାଉ କରିଛନ୍ତି। ସେମାନଙ୍କ ଦାବିଗୁଡିକ ହେଉଛି ଦରମା ବୃଦ୍ଧି, ସୋସିଆଲ ସିକ୍ୟୁରିଟି, ସରକାରୀ କର୍ମଚାରୀର ମାନ୍ୟତା ଏବଂ ସେମାନଙ୍କର ଆନୁସାଙ୍ଗୀକ ଖର୍ଚ୍ଚ ଯଥା ଛତୁଆ, ଅଣ୍ଡା ଆଦି ବଣ୍ଟନ ସାମଗ୍ରୀର ଅର୍ଥରାଶିକୁ ବଜାର ଦର ସହିତ ସମାନ ରଖିବା। ଅଙ୍ଗନବାଡି କର୍ମୀମାନଙ୍କୁ ପଚାଶବର୍ଷରୁ ଉର୍ଦ୍ଧ୍ବକାଳ ଆଇ.ଜି.ଡିଏ.ସ୍. ସ୍କିମରେ ଅନ୍ତର୍ଭୁକ୍ତ କରାଯାଇଛି। ପଚାଶବର୍ଷରୁ ଉର୍ଦ୍ଧ୍ବକାଳ ସରକାରୀ ସ୍କିମରେ ନ ରଖି ସ୍ଥାୟୀ ନିଯୁକ୍ତି ଦାବୀ କରି କେନ୍ଦ୍ରସରକାରଙ୍କ ପାଖକୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଦାବି ଗୁଡିକୁ ପୁରଣ କଲେ ଅଙ୍ଗନବାଡି କର୍ମୀମାନେ ଚିରଉପକୃତ ହେବେ। ସେମାନେ କୁନିକୁନି ପିଲାମାନଙ୍କର ଦେଖାଶୁଣା କରିବା ସହିତ ପ୍ରଥମ ଶିକ୍ଷୟତ୍ରୀ।
କେନ୍ଦୁଝରରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ମନୋରଞ୍ଜନ ରାଉତଙ୍କ ରିପୋର୍ଟ୍।
ଅଙ୍ଗନବାଡି କର୍ମୀମାନଙ୍କର ବିଭିନ୍ନ ଦାବି ନେଇ ଧର୍ମଘଟ ରାଲି ଏବଂ ଜିଲ୍ଲାପାଳଙ୍କ ଅଫିସ ଘେରାଉ
