ଅତ୍ୟନ୍ତ ଶୋଚନୀୟରେ ଅବସ୍ଥାରେ କଳାହାଣ୍ଡି ଜିଲ୍ଲାର ଗୋଲଙ୍ଗବନ୍ଦ ରାସ୍ତା।
ଆମେ ଆମ ନ୍ୟୁଜରେ ବହୁ ବାର ପ୍ରସାରଣ କରିଅଛୁ ଉପାନ୍ତ ଅଞ୍ଚଳର ରାସ୍ତାଘାଟ ଉପରେ। ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ। କଳାହାଣ୍ଡି, ରାୟଗଡା, ବୌଦ୍ଧ ଏବଂ ଗଜପତି ଭଳି ଜିଲ୍ଲା ମାନଙ୍କର ଜନସାଧାରଣ ମଧ୍ୟ ଟିକସ ଦେଉଛନ୍ତି। ସେମାନଙ୍କର ହକ ବନୁଛି ଯେ ଗମନାଗମନ ପାଇଁ ଭଲ ରାସ୍ତା ଟିଏ।
କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଠାରୁ ଲାଞ୍ଜିଗଡ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଠାରୁ ଲାଞ୍ଜିଗଡ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ଅନ୍ତର୍ଗତ ଗୋଲଙ୍ଗବନ୍ଦ ଗାଁକୁ ସଂଯୋଗ କରୁଥିବା ମାଟି ମୁରୁମ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଉକ୍ତ ରାସ୍ତାଟି ମୁଖ୍ୟ ରାସ୍ତାରୁ ଗୋଲଙ୍ଗବନ୍ଦ ସ୍କୁଲପଡ଼ା ପର୍ଯ୍ୟନ୍ତ ସଂଯୋଗ କରୁଥିବା ହାରାହାରି ୨କି.ମି ରାସ୍ତାର ଆରମ୍ବରୁ ଅନେକ ସ୍ଥାନରେ ବଡ଼ ବଡ଼ ଖାଲଖମା ସହ ରାସ୍ତା ମଝିରେ ପାଣି ଜମି ରହୁଥିବାରୁ ଲୋକେ ଯାତାୟାତରେ ନାହିଁ ନ’ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l

ରାସ୍ତା ମଝିରେ ଆଣ୍ଠୁଏ ଲେଖାଏଁ ଖାଲ ଓ ପାଣି ଜମିବା ସହ କାଦୁଅ ପଚପଚ ହୋଇଥିବାରୁ ଲୋକେ ବାଇକରେ ଯାତାୟାତ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ରାସ୍ତା ନିର୍ମାଣ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଏହାର ମରାମତି ହୋଇ ପାରିନାହିଁ l ସୂଚନା ଅନୁସାରେ ଉକ୍ତ ରାସ୍ତା ମନରେଗା ଯୋଜନା ମାଧ୍ୟ୍ୟମରେ ୨୦୨୨-୨୩ ଆର୍ଥିକ ବର୍ଷରେ ୬ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ମାଟି ଓ ମୁରୁମ ପାଇଁ ମଞ୍ଜୁରୀ ହୋଇଥିଲା ଓ ରାସ୍ତା ମଧ୍ୟ୍ୟ ନିର୍ମାଣ ହୋଇଥିଲା। କିନ୍ତୁ ନିର୍ମାଣ ପରଠାରୁ ଏବେ ଯାଏଁ ମରାମତି ହୋଇ ନ ଥିବା ବେଳେ ଏବେ ଖାଲ ଖମାରେ ପୂର୍ଣ୍ଣ ରହିଛି ଯାହାଫଳରେ ଲୋକେ ଯାତାୟାତ ପାଇଁ ନାନା ଅସୁବିଧାର ସମ୍ମଖିନ ହେଉଛନ୍ତି l

ଉକ୍ତ ରାସ୍ତାରେ ହାରାହାରି ୨ହଜାରରୁ ଉର୍ଦ୍ଧ ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରିଥାଆନ୍ତି ହେଲେ ବର୍ତମାନ ଏବେ ଉକ୍ତ ରାସ୍ତା ଖାଲ ଖମାରେ ଭର୍ତି ରହିଥିବା ବେଳେ ଯାତାୟାତ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି I ବ୍ଲକ ଓ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ଏହି ଗାଁ ୩ କି.ମି ଦୂରରେ ରହିଥିଲେ ସୁଦ୍ଧା, ପଞ୍ଚାୟତ ତଥା ବ୍ଲକ ପ୍ରଶାସନର ନଜର ପଡୁନି ବୋଲି ଗ୍ରାମ ବାସି ମତପ୍ରକଶ କରିଛନ୍ତି l ତେଵେ ପଞ୍ଚାୟତ, ବ୍ଲକ ଅଫିସ ଠାରୁ ଆରମ୍ଭ କରି ହାଟ ବଜାର, ଡାକ୍ତରଖାନା ପାଇଁ ଲୋକେ ଏହି ରାସ୍ତା ଉପରେ ନିର୍ଭରଶୀଳ ଥିବାବେଳେ ରାସ୍ତା କିନ୍ତୁ ଗମନାଗମନରେ ଲୋକଙ୍କୁ ସୁବିଧା ହେବା ପରିବର୍ତ୍ତେ ବାଧା ସାଜିଛି। ଏହି ରାସ୍ତା ସମସ୍ୟାଟିକୁ ଗୁରୁତ୍ୱ ଦେଇ ଯଥା ସମ୍ଭବ ସମସ୍ୟାର ସମାଧାନ କରିବାକୁ ଗୋଲଙ୍ଗବନ୍ଦ ଗ୍ରାମବାସୀ ନୀଳକଣ୍ଠ ଦୋରା, ବାବୁଲା ଦୋରା, ରାଜେନ୍ଦ୍ର ଦୋରା, ଗୋପୀ ଦୋରା, ଉମାକାନ୍ତ ଦୋରା, ଶଙ୍କର ଦୋରା, ନାରାୟଣ ଦୋରା, ସୁକାନ୍ତି ଦୋରା, କଳ୍ପନା ଦୋରା, ସୁଷମା ଦୋରା ପ୍ରମୁଖ ଦାବି କରିଛନ୍ତି l କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସୁଶାନ୍ତ ମାଝୀ ଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
