ଅପରେସନ ସିନ୍ଦୁର କୁ ସମର୍ଥନ ଜଣାଇ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କ୍ଯାଣ୍ଡେଲ ଶୋଭାଯାତ୍ରା ଏବଂ ପାର୍ଥନା

ଭାରତ ଓ ପାକିସ୍ତାନ ଯୁଦ୍ଧରେ ପେହେଲଗାମରେ ବୀରଗତି ପ୍ରାପ୍ତ ହୋଇଥିବା ସହୀଦ ଯବାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏବଂ “ଅପରେସନ ସିନ୍ଦୁର”କୁ ସମର୍ଥନ ଜଣାଇ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କ୍ଯାଣ୍ଡେଲ ଶୋଭାଯାତ୍ରା ଏବଂ ପାର୍ଥନା ସଭା। କଂଗ୍ରେସ ପକ୍ଷରୁ କରାଯାଇଥିବା ଏହି ରାଲିରେ ବହୁ ବୁଦ୍ଧିଜିବୀ ସ୍ଵେଚ୍ଛାସେବୀ ଓ ସାମ୍ବାଦିକ ମାନେ ଯୋଗଦେଇଥିଲେ।
ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ, ପେହେଲଗାମ ଆତଙ୍କବାଦୀ ଆକ୍ରମଣ ବିରୁଦ୍ଧରେ ଭାରତୀୟ ସେନାର ତିନି ବାହିନୀ ଙ୍କ ଦ୍ଵାରା ପାକିସ୍ତାନ ର ଏପରି କାର୍ଯ୍ୟ ପାଇଁ ଦୃଢ ଜବାବ ଦିଆଯାଇଅଛି ।

ଫଳରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଭାରତର ବୀର ସୈନିକମାନେ ସେମାନଙ୍କର ଉତ୍କର୍ଷତା, ପରାକାଷ୍ଠା ଓ ବିରତ୍ବ ପ୍ରଦର୍ଶନ କରି ଭାରତର ଟେକକୁ ବଜାୟ ରଖିଛନ୍ତି। କେତେକ ବୀର ଯବାନମାନେ ଶହିଦ ହୋଇ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି। ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଶୁଭେଚ୍ଛୁମାନେ ଏକତ୍ରିତ ହୋଇ ବସି ମହମବତୀ ଜଳାଇ ବୀରଗତି ପ୍ରାପ୍ତ ହୋଇଥିବା ସେହି ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି। ମହମବତୀ ଜଳାଇ ସହିଦ ଜବାନଙ୍କ ସ୍ମୃତି ଉଦ୍ଧେଶ୍ୟରେ ଭାରତୀୟ ସେନାର ଜୟଗାନ କରିଛନ୍ତି ।


ଆଜିର ଏ କାର୍ଯ୍ୟକ୍ରମ‌ ସୁଚାରୁରୂପେ ସଂପାଦନ ହୋଇଥିବା ସ୍ଥଳେ ପୁରୀ ଜିଲ୍ଲା କଂଗ୍ରେସ ର ସମସ୍ତ ପ୍ରକୋଷ୍ଠ ର ସଦସ୍ୟ ଶତାଧିକ ସଂଖ୍ୟାରେ ଯୋଗଦେଇଥିଲେ । ଜିଲ୍ଲା କଂଗ୍ରେସ ସଂଯୋଜକ ଇଂ ରାଜେଶ କୁମାର ମିଶ୍ରଙ୍କ ଆହ୍ୱାନ କ୍ରମେ ବରିଷ୍ଠ କଂଗ୍ରେସ ନେତା ପୁଷ୍କର ମହାପାତ୍ର,ଜୟନାରାୟଣ ପଟ୍ଟନାୟକ, ଉମାପଦ ମିଶ୍ର, ବିନାୟକ ଦାସ‌ମହାପାତ୍ର, ନିରଞ୍ଜନ ରଥ, ମନୋଜ ରଥ,ବିଦ୍ୟୃତଲତା ଆଚାର୍ଯ୍ୟ, ସରସ୍ଵତୀ ପାତ୍ର, ରାଜା ମହାନ୍ତି, ଜିବେସଚନ୍ଦ୍ର ରଥ, ବିଭୁଦତ୍ତ ମିଶ୍ର, ସୁଜିତ ମହାପାତ୍ର, ଛବିନ୍ଦ୍ର ପଢିଆରୀ, ଅମରେନ୍ଦ୍ର ପାଇକରାୟ, ବିଶ୍ଵନାଥ ଦାଶ, ନିରଞ୍ଜନ ମିଶ୍ର,ଡ଼ଃ ନିରଞ୍ଜନ ବିଶ୍ବାଳ, ସିତାକାନ୍ତ ମହାନ୍ତି,ପ୍ରେମଜିତ ମହାନ୍ତି , ଚେତନ ମିଶ୍ର, ଶ୍ରୀବତ୍ସ ରଥ,ଜିବେଶଚନ୍ଦ୍ର ରଥ, ଆର୍ତ୍ତତ୍ରାଣ ସାହୁ,ରଜତ କୁମାର ସାହୁ, ରାମଚନ୍ଦ୍ର ସାହୁ, ରାଜା ମହାନ୍ତି, ଅବିନାସ ମିଶ୍ର, ସୈମ୍ୟକାନ୍ତ ପ୍ରଧାନ, ଆଶୁତୋଷ ମିଶ୍ର, ବିଶ୍ବରଂଜନ ସାମନ୍ତରାୟ, ଉମାକାନ୍ତ ବେହେରା,କିଶୋର ମହାନ୍ତିଙ୍କ ସମେତ ବହୁସଂଖ୍ୟାରେ କଂଗ୍ରେସ କର୍ମୀମାନେ ଯୋଗଦେଇଥିଲେ ।
ଜିଲ୍ଲା କଂଗ୍ରେସ ପୂର୍ବତନ ମୁଖପାତ୍ର ସ୍ବାଧୀନ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ପୁରୀରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ପ୍ରସନ୍ନ କୁମାର ଲେଙ୍କାଙ୍କ ରିପୋର୍ଟ୍।

ପୁରୀ ଜିଲ୍ଲା କଂଗ୍ରେସର ଅପରେସନ ସିନ୍ଦୁର ସଫଳତା ପାଇଁ କ୍ଯାଣ୍ଡେଲ ଶୋଭାଯାତ୍ରା।

Leave a Reply

Your email address will not be published. Required fields are marked *