ଅବକାରୀ ବିଭାଗ ଅତର୍କିତ ଚଢ଼ାଉ ପୋଲିସର ଗୋଡ ଭାଙ୍ଗିଲା

ରାଜଗାଙ୍ଗପୁର,ରାଉରକେଲା ଅବକାରୀ ବିଭାଗ ଓ ପୋଲିସର ମିଳିତ ଅତର୍କିତ ଚଢ଼ାଉ ସମୟରେ ଗ୍ରାମବାସୀ ଓ ଚୋରା ମଦବେପାରୀ ସଂଘବଦ୍ଧ ଆକ୍ରମଣ ରେ ଦୁଇ ସୁରକ୍ଷା କର୍ମୀଙ୍କ ହାତ ଗୋଡ ଭାଙ୍ଗିଲା। ରାଜଗାଙ୍ଗପୁର ବ୍ଳକ ଅନ୍ତର୍ଗତ କରଲାକାନି ଗ୍ରାମ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଚୋରାରେ ଦେଶୀ ମହୁଲି ମଦ ପ୍ରସ୍ତୁତି ଓ ବିକ୍ରୀ ସମ୍ବନ୍ଧ ରେ ବିଶେଷ ସୁତ୍ରରୁ ସୁଚନା ପାଇ ଅବକାରୀ ଓ ପୋଲିସ ମିଳିତ ଅତର୍କିତ ଚଢ଼ାଉ କରିଥିଲେ।

ଆହତ ଦୁଇ ସୁରକ୍ଷା କର୍ମୀଙ୍କ ଅବସ୍ଥା ଠିକ ନଥିବାରୁ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନା ରେ ଭର୍ତ୍ତି କରି ଅଧିକ ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ସମ୍ପର୍କରେ ରାଜଗାଙ୍ଗପୁର ଥାନାରେ ଅବକାରୀ ବିଭାଗ ପକ୍ଷରୁ ଏତଲା ପରେ ବିଭିନ୍ନ ଦଫାରେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲିଛି।
ରାଜଗାଙ୍ଗପୁର ରୁ ଫଟୋ ନ୍ୟୁଜ ଟାଇମ୍ସ ର ପ୍ରତିନିଧି ଦେବବ୍ରତ ମିତ୍ର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *